ମାଦକ ଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ !
Advertisement
Article Detail0/zeeodisha/odisha799370

ମାଦକ ଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ !

ଭାଙ୍ଗକୁ ନେଇ ମିଳିତ ଜାତିସଂଘର ନାର୍କୋଟିକ ଡ୍ରଗ କମିଶନ ବୁଧବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । 

ମାଦକ ଦ୍ରବ୍ୟ ତାଲିକାରୁ ହଟିଲା ଭାଙ୍ଗ !

ନୂଆଦିଲ୍ଲୀ: ଭାଙ୍ଗକୁ ନେଇ ମିଳିତ ଜାତିସଂଘର ନାର୍କୋଟିକ ଡ୍ରଗ କମିଶନ ବୁଧବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ମାଦକ ଦ୍ରବ୍ୟ ତାଲିକାରୁ ଭାଙ୍ଗକୁ ହଟାଇ ଦେଇଛନ୍ତି କମିଶନ । ତେବେ ସୂଚୀ-୪ ତାଲିକାରୁ ଏହାକୁ ହଟାଇ ଦିଆଯାଇଥିବା ବେଳେ ହେରୋଇନ ଓ  ଅଫିମକୁ ଘାତକ ଦ୍ରବ୍ୟ ଭାବେ ଦର୍ଶାଯାଇଛି । 

୫୩ଟି ରାଷ୍ଟ୍ରରୁ ଭାରତ ସହିତ ୨୭ଟି ରାଷ୍ଟ୍ରର ସମର୍ଥନ
ଆୟୋଗର ୫୩ ରାଷ୍ଟ୍ର ମଧ୍ୟରୁ ୨୭ଟି ରାଷ୍ଟ୍ର ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଅନ୍ୟ ୨୫ଟି ରାଷ୍ଟ୍ର ଏହି ପ୍ରସ୍ତାବ ବିପକ୍ଷରେ ନିଜର ମତ ସାବ୍ୟସ୍ତ କରିଥିଲେ । ଭାରତ ମଧ୍ୟ ଏହି ପ୍ରସ୍ତାବ ସମର୍ଥନରେ ନିଜର ଭୋଟ ଦେଇଥିଲା । ତେବେ ଭାଙ୍ଗକୁ ସୂଚୀ-୪ ବଦଳରେ ସୂଚୀ-୧ରେ ରଖାଯାଇଛି । ଏହା ଅର୍ଥ ଭାଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମାନବଜାତି ପାଇଁ ବିପଦ ବୋଲି ଉଲ୍ଲେଖ ରହିଛି । 

ତେବେ ଏହି ଭୋଟିଂ ପ୍ରକ୍ରିୟାରେ ୟୁକ୍ରେନ ସାମିଲ ହୋଇନଥିଲା । ପୂର୍ବରୁ ଜାନୁୟାରୀ ୨୦୧୯ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାଙ୍ଗ ଓ ଏହାର ରସକୁ ମାଦକ ଦ୍ରବ୍ୟ ତାଲିକାରୁ ହଟାଇବା ପାଇଁ ପ୍ରସ୍ତାବ ଦେଇଥିଲା । ତେବେ ୧୯୬୧ ମସିହାରେ ପ୍ରସ୍ତୁତ ସୂଚୀ-୪ରେ ଭାଙ୍ଗ ଓ ଏହାର ରସକୁ ସାମିଲ କରାଯାଇଥିଲା । ସୂଚୀ-୪ ହେଉଛି ଘାତକ ମାଦକ ଦ୍ରବ୍ୟର ତାଲିକା । ଭାଙ୍ଗ ଓ ଏହାର ରସ ଗ୍ରହଣ ଦ୍ୱାରା ମୁଣ୍ଡବିନ୍ଧା ଓ ବିଭିନ୍ନ ରୋଗର ଶିକାର ହେଉଥିବା ନେଇ ଜଣାପଡ଼ିଥିଲା । 

ଭାରତର ସମର୍ଥନ
ଏହି ମତଦାନ ପ୍ରକ୍ରିୟାରେ ଭାରତ ପ୍ରସ୍ତାବର ସମର୍ଥନରେ ନିଜର ମତ ସାବ୍ୟସ୍ତ କରିଥିଲା । ଆମେରିକା ଓ ଅଧିକାଂଶ ୟୁରୋପିୟ ରାଷ୍ଟ୍ର ଏହି ପ୍ରସ୍ତାବ ସମର୍ଥନରେ ରହିଥିଲେ । ତେବେ ଚୀନ, ମିଶର, ନାଇଜେରିଆ, ପାକିସ୍ତାନ, ଆଫଗାନିସ୍ତାନ ଏହି ପ୍ରସ୍ତାବ ବିପକ୍ଷରେ ନିଜର ମତ ରଖିଥିଲେ ।