ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୫୪୭ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮,୫୪୭ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୬୫,୬୪୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୩୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିବାରେ ଲାଗିଛି । କୋରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହା ଫଳରେ ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଦେଖିବାକୁ ମଧ୍ୟ ମିଳୁଛି । ଏହା ସହ ଓଡ଼ିଶାରେ ମଧ୍ୟ କୋରୋନା ମାମଲା ବଢ଼ିବାରେ ଲାଗିଛି ।  ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ବୁଧବାର ରାଜ୍ୟରେ ପୁଣି ୮,୫୪୭ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି ।  ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୪,୭୩,୬୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଆହୁରି ଟେନସନ୍ ବଢ଼ାଇଲା କୋରୋନା, ସହର ତୁଳନାରେ ଗାଁରେ ମୃତ୍ୟୁ ହାର ଅଢ଼େଇ ଗୁଣ ଅଧିକ

ଅଧିକ ପଢ଼ନ୍ତୁ:-ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫,୬୫,୬୪୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୩୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୪,୬୫,୧୩୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୯୮,୨୩୦ ସକ୍ରିୟ ସଂକ୍ରମିତ ମାମଲା ରହିଛି ।