ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳ ଓ ରାତି ସମୟରେ ଦୃଶ୍ୟମାନ ଦୂରତା ୧ ହଜାରରୁ ୨୦୦ ମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
Trending Photos
ଭୁବନେଶ୍ୱର: Odisha Weather Update:ଚଳିତ ବର୍ଷ ସ୍ୱାଭାବିକ ହେବ ଶୀତ (cold) । ୫ ଡିଗ୍ରୀ ଯାଏଁ ଖସିବ ପାରଦ । ମଧ୍ୟମ କୁହୁଡି ସମ୍ଭାବନା ରହିଛି । ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି (Fog) ସମ୍ଭାବନା ରହିଛି । ଏହାସହ ଆଗାମୀ ୨ରୁ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ରାତି ତାପମାତ୍ରା ।
ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସକାଳ ଓ ରାତି ସମୟରେ ଦୃଶ୍ୟମାନ ଦୂରତା ୧ ହଜାରରୁ ୨୦୦ ମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବାର ସମ୍ଭାବନା ରହିଛି ।
ସେପଟେ ଆଜି ବଲାଙ୍ଗୀର ଠାରେ ଅତିଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଫୁଲବାଣୀ ଓ ଟିଟଲାଗଡ ଠାରେ ମଧ୍ୟ ଘନକୁହୁଡି ଏବଂ ଅନୁଗୁଳ ଠାରେ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହୋଇଛି । ସେହିପରି ଗୋପାଳପୁର ଓ ଭବାନୀପାଟଣାରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ:-ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା- ମାର୍ଚ୍ଚ ସୁଦ୍ଧା ୭ ଲକ୍ଷ ଲୋକଙ୍କ ହୋଇପାରେ ମୃତ୍ୟୁ
ଏହା ବି ପଢ଼ନ୍ତୁ:-ଆଜିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍, ରାତି ୮ଟାରେ ଭାରତ-ଫ୍ରାନ୍ସ ମଧ୍ୟରେ ମୁକାବିଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ପୁଣି ହ୍ରାସ ପାଇବ ପେଟ୍ରୋଲ-ଡିଜେଲ ଦର!