ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ
Advertisement

ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ରାଜ୍ୟରେ କାଳବୈଶାଖୀ ପ୍ରଭବାରେ ଆଜି ଏପରି ସ୍ଥିତି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଫୁଲବାଣୀ ଓ ସୁବର୍ଣ୍ଣପୁର ଆଦି ସ୍ଥାନରେ ଏହାର ପ୍ରଭାବ ଅଧିକ ଦେଖାଦେଇଛି । 

ଦିନ ବେଳା ସନ୍ଧ୍ୟା ବେଳର ଭ୍ରମ: ଘୋଟି ଆସିଲା କଳା ବାଦଲ, ବଦଳିଗଲା ପାଗ

ଭୁବନେଶ୍ୱର: Odisha Weather Update: ମାଡି ଆସିଲା କାଳବୈଶାଖୀ । ଅଚାନକ ଦିନରେ ବଦଳିଗଲା ପାଗ । ଆଜି ରାଜ୍ୟ ରାଜଧାନୀ ସମେତ ଅନ୍ୟ ଜିଲ୍ଲାରେ କାଳବୈଶାଖୀ ଏପରି ତାଣ୍ଡବ ରଚିଛି । ମଧ୍ୟାହ୍ନ ୧୨ଟାରେ ହଠାତ୍ ପାଗରେ ପରିବର୍ତ୍ତନ ଆସି ପବନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା ହୋଇଥିଲା । ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବା ସତର୍କ ସୂଚନା ଜାରି ହୋଇଥିବା ବେଳେ ୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...

ରାଜ୍ୟରେ କାଳବୈଶାଖୀ ପ୍ରଭବାରେ ଆଜି ଏପରି ସ୍ଥିତି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଫୁଲବାଣୀ ଓ ସୁବର୍ଣ୍ଣପୁର ଆଦି ସ୍ଥାନରେ ଏହାର ପ୍ରଭାବ ଅଧିକ ଦେଖାଦେଇଛି । ଭୁବନେଶ୍ୱରେ ମଧ୍ୟାହ୍ନ ୧୨ଟାରେ ହଠାତ ପାଗ ବଦଳି ୧ ଘଣ୍ଟା ଧରି ତାଣ୍ଡବ ରଚିଥିଲା । ସେହିପରି କନ୍ଧମାଳ ଜିଲ୍ଲା ଫୁଲବାଣୀ ସମେତ ବିଭିନ୍ନ ସ୍ଥାନରେ ସକାଳ ସମୟରେ କାଳବୈଶାଖୀ ପ୍ରଭାବରେ କଳା ବାଦଲ ଢାଙ୍କି ସତେ ଯେପରି ସନ୍ଧ୍ୟା ବେଳର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ଏହାପରେ ପ୍ରବଳ ବେଗରେ ପବନ ସହ ଘଡଘଡି ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା । କିଛି ସ୍ଥାନରେ ଗଛ ଭାଙ୍ଗିବା ସହିତ ଘରର ଛପର ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ସକାଳ ସମୟରେ ଜରୁରୀ ଦୋକାନ ବଜାରକୁ ଯାଇଥିବା ଲୋକେ ବର୍ଷା ହେତୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-ରାଜଧାନୀ ଶତାବ୍ଦୀ ପରେ ଏହି ଟ୍ରେନଗୁଡ଼ିକ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ମୁତାବକ ରାଜ୍ୟରେ ଆସନ୍ତା ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଏପରି କାଳବୈଶାଖୀର ପ୍ରକୋପ ଜାରି ରହିବ । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, ମୟୂରଭଂଜରେ ଘଡଘଡି ବର୍ଷା ବଜ୍ରପାତ ସହ ସର୍ବାଧିକ ୪୦ରୁ ୫୦ କିଲୋମିଟର ବେଗରେ ପବନ ନେଇ ଅଂରେଜ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ସେହିପରି ଆସନ୍ତାକାଲି ମଧ୍ୟ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । 

ଏହାସହ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ପରେ ଆସନ୍ତାକାଲି ପୁଣି ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାପରେ ତାପମାତ୍ରା ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର । ଅପରପଟେ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।