ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...
Advertisement
Article Detail0/zeeodisha/odisha898926

ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...

ANI କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ୱାମୀନାଥନ୍ (Soumya Swaminathan) କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟ୍ (IHME) ବର୍ତ୍ତମାନର ତଥ୍ୟକୁ ଆଧାର କରି ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଆକଳନ କରିଛି । ଏଥିରେ ଆହୁରି ପରିବର୍ତ୍ତନ ହୋଇପାରେ ।

ଭାରତରେ କୋରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କଲା WHO, କହିଲା...

ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ରେ ହେଉଥିବା ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉଦ୍ୱେଗ ପ୍ରକାଶ କରିଛି । WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ (WHO chief scientist Soumya Swaminathan) କହିଛନ୍ତି ଯେ ଭାରତରେ ଏହି ସଂଖ୍ୟା ଚିନ୍ତାଜନକ ଓ ସରକାର ସଠିକ୍ ଆକଳନ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ରାଜଧାନୀ ଶତାବ୍ଦୀ ପରେ ଏହି ଟ୍ରେନଗୁଡ଼ିକ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ANI କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ୱାମୀନାଥନ୍ (Soumya Swaminathan) କହିଛନ୍ତି ଯେ, ଅଗଷ୍ଟ ସୁଦ୍ଧା ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁମେଣ୍ଟ୍ (IHME) ବର୍ତ୍ତମାନର ତଥ୍ୟକୁ ଆଧାର କରି ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଆକଳନ କରିଛି । ଏଥିରେ ଆହୁରି ପରିବର୍ତ୍ତନ ହୋଇପାରେ ।

ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଭାରତ ଓ ଦକ୍ଷିଣ ଏସିଆର ଅନ୍ୟ ଦେଶରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଚିନ୍ତାର ବିଷୟ । ସମସ୍ତ ଦେଶ କମ୍ ସଂଖ୍ୟା ଦେଖାଉଛନ୍ତି । ପ୍ରକୃତ ସଂଖ୍ୟା ଅନ୍ୟ କିଛି ରହିଛି । ସରକାରଙ୍କୁ ପ୍ରକୃତ ଆକଳନ ଦେଖାଇବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା

ସୋମବାର WHO କହିଛି ଯେ, ଗତ ବର୍ଷ ମିଳିଥିବା ଭାରତୀୟ ଭେରିଏଣ୍ଟକୁ ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ ବୋଲି କୁହାଯାଇଥିଲା । କେତେକ ପ୍ରାରମ୍ଭିକ ପରୀକ୍ଷଣରେ ଏହା ଦେଖାଗଲା ଯେ ଏହା ବହୁତ ଶୀଘ୍ର ବ୍ୟାପିଥାଏ । WHO କୋଭିଡର ଭାରତୀୟ ସ୍ୱରୂପ (B-1617) କୁ ବୈଶ୍ୱିକ ସ୍ତରରେ 'ଚିନ୍ତାଜନକ ସ୍ୱରୂପ' ଶ୍ରେଣୀରେ ରଖିଛି ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା: ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

WHO ରେ କୋଭିଡ-19 ବୈଷୟିକ ଦଳ ସହ ଜଡିତ ଥିବା ଡକ୍ଟର ମାରିଆ ଭ୍ୟାନ୍ କେରେଖୋଭ ସୋମବାର କହିଛନ୍ତି ଯେ, ସର୍ବ ପ୍ରଥମେ ଭାରତରେ ଆବିଷ୍କୃତ ହୋଇଥିବା ଭାଇରସର ସ୍ୱରୂପ B.1.617 କୁ ପ୍ରଥମେ WHO ଦ୍ୱାରା 'ଅନୁଧ୍ୟାନ ସ୍ୱରୂପ'ର ଶ୍ରେଣୀରେ ରଖାଯାଇଥିଲା । WHO ର ବିଭିନ୍ନ ଦଳ ମଧ୍ୟରେ ଏହି ଭୂତାଣୁର ସ୍ୱରୂପ ବିଷୟରେ ଆଲୋଚନା ଚାଲିଛି ଏବଂ ସେମାନଙ୍କ ନଜର ଏହି ବିଷୟ ଉପରେ ରହିଛି ଯେ ଆମ ପାଖରେ ଏହି ସଂକ୍ରମଣ ବିଷୟରେ କ'ଣ କ'ଣ ସୂଚନା ରହିଛି ଓ ଭାରତ ତଥା ଅନ୍ୟାନ୍ୟ ଦେଶରେ ଏହି ଭୂତାଣୁ ବିସ୍ତାର ବିଷୟରେ କ'ଣ କ'ଣ ଅଧ୍ୟୟନ କରାଯାଉଛି ?