ନିଜ ଝିଅକୁ ବିବାହ କଲେ ବାପା, ଯୁବତୀ କହିଲେ ପୂରା କାହାଣୀ
Advertisement
Article Detail0/zeeodisha/odisha1103785

ନିଜ ଝିଅକୁ ବିବାହ କଲେ ବାପା, ଯୁବତୀ କହିଲେ ପୂରା କାହାଣୀ

Father Marries with His Own Daughter: ଓରୋଲା କୁହନ୍ତି ଯେ, ଯେତେବେଳେ ସେ ଯୌବନରେ ପଦାର୍ପଣ କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଦ୍ୱିତୀୟ ପିତା ନୋଟେନ୍ ହିଁ ତାଙ୍କ ସ୍ୱାମୀ ଅଟନ୍ତି । ଏହି ଖବର ଶୁଣିବା ପରେ ଓରୋଲା ଅନୁଭବ କଲା ଯେପରି ସେ ଏକ ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଏହା ସତ୍ୟ ଅଟେ । ବାସ୍ତବରେ, ଓରୋଲା ମାତ୍ର ୩ ବର୍ଷ ବୟସରେ ତାଙ୍କ ପିତାଙ୍କୁ ବିବାହ କରିଥିଲେ । ଏହିପରି, ଓରୋଲାଙ୍କ ପିତା ମଧ୍ୟ ତାଙ୍କ ସ୍ୱାମୀ ଥିଲେ । ଯଦିଓ ଏହି ରିପୋର୍ଟ ଟିକେ ପୁରୁଣା, କିନ୍ତୁ ଆଜି ବି ଏହି ପ୍ରଥା ପ୍ରଚଳିତ ରହିଛି ।

ନିଜ ଝିଅକୁ ବିବାହ କଲେ ବାପା, ଯୁବତୀ କହିଲେ ପୂରା କାହାଣୀ

ନୂଆଦିଲ୍ଲୀ: Father Marries with His Own Daughter: ଭାରତ ସମେତ ଦୁନିଆର ଅନେକ ଦେଶରେ ବାପା ଝିଅର ସମ୍ପର୍କକୁ ପବିତ୍ର ମନେ କରାଯାଏ । କେବଳ ଭାରତ ବିଷୟରେ କହିବାକୁ ଗଲେ ଏଠାରେ ଝିଅମାନଙ୍କୁ ମାଁ ଲକ୍ଷ୍ମୀଙ୍କ ମାନ୍ୟତା ଦିଆଯାଇଛି । କିନ୍ତୁ ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଝିଅମାନଙ୍କୁ ନିଜ ବାପାଙ୍କ ସହିତ ବିବାହ କରିବାକୁ ପଡ଼େ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଟିକେ ଅଜବ ମନେ ହେଉଥିବ, କିନ୍ତୁ ଏହା ସତ୍ୟ । ତେବେ ଆସନ୍ତୁ ଜାଣିବା କେଉଁଠାରେ ଝିଅମାନେ ନିଜ ବାପାଙ୍କୁ ବିବାହ କରନ୍ତି ।

ଇଂରାଜୀ ୱେବସାଇଟ୍ ଦି ଗାର୍ଡିଆନ୍ ଅନୁଯାୟୀ, ଏହି ଅଦ୍ଭୁତ ପରମ୍ପରା ବାଂଲାଦେଶର ମାଣ୍ଡି ଜନଜାତି (Mandi Tribe) ରେ ଦେଖାଯାଇଥାଏ । ବାଂଲାଦେଶ (Bangladesh) ରେ ରହୁଥିବା ମାଣ୍ଡି ଜନଜାତିରେ ଝିଅମାନେ କେବଳ ନିଜ ପିତାଙ୍କୁ ବିବାହ କରନ୍ତି । ସେହି ଜନଜାତିର ୩୦ ବର୍ଷ ବୟସ୍କା ମହିଳା ଓରୋଲା କୁହନ୍ତି ଯେ ତାଙ୍କ ପିତା ବହୁତ ଛୋଟ ବେଳୁ ମୃତ୍ୟୁ ବରଣ କରିଥିଲେ । ତା’ପରେ ତାଙ୍କ ମା ନୋଟେନ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଅନ୍ୟ ଜଣଙ୍କୁ ତା' ବାପା ଭାବେ ଦେଖି ସେ ସବୁବେଳେ ଭାବୁଥିଲେ ଯେ ସେ କେତେ ଭଲ । ଗୋଟିଏ ପ୍ରକାରରେ ଯୁବତୀଙ୍କୁ ଦ୍ୱିତୀୟ ବାପାଙ୍କୁ ପସନ୍ଦ କରୁଥିଲା ।

ଓରୋଲା କୁହନ୍ତି ଯେ, ଯେତେବେଳେ ସେ ଯୌବନରେ ପଦାର୍ପଣ କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଦ୍ୱିତୀୟ ପିତା ନୋଟେନ୍ ହିଁ ତାଙ୍କ ସ୍ୱାମୀ ଅଟନ୍ତି । ଏହି ଖବର ଶୁଣିବା ପରେ ଓରୋଲା ଅନୁଭବ କଲା ଯେପରି ସେ ଏକ ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଏହା ସତ୍ୟ ଅଟେ । ବାସ୍ତବରେ, ଓରୋଲା ମାତ୍ର ୩ ବର୍ଷ ବୟସରେ ତାଙ୍କ ପିତାଙ୍କୁ ବିବାହ କରିଥିଲେ । ଏହିପରି, ଓରୋଲାଙ୍କ ପିତା ମଧ୍ୟ ତାଙ୍କ ସ୍ୱାମୀ ଥିଲେ । ଯଦିଓ ଏହି ରିପୋର୍ଟ ଟିକେ ପୁରୁଣା, କିନ୍ତୁ ଆଜି ବି ଏହି ପ୍ରଥା ପ୍ରଚଳିତ ରହିଛି ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍

ଏହା ବି ପଢ଼ନ୍ତୁ:-ଏ ହେଉଛି ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି କାହା ସହିତ

ଏହା ବି ପଢ଼ନ୍ତୁ:-'କାଚା ବାଦାମ' ଗୀତର ଗାୟକ ଭୁବନଙ୍କ ବଦଳିଲା ଭାଗ୍ୟ, ମ୍ୟୁଜିକ୍ କମ୍ପାନୀ ଦେଲେ ଏତେ ଲକ୍ଷ ଟଙ୍କା

ଏହା ଏପରି ଏକ ପ୍ରଥା ଯେଉଁଠାରେ ଅଳ୍ପ ବୟସରେ ବିଧବା ହୋଇଥିବା ଝିଅମାନଙ୍କୁ ଅନ୍ୟ ପୁରୁଷ ସହ ବିବାହ କରାଯାଇଥାଏ ଏବଂ ଯେତେବେଳେ ସେହି ମହିଳା ଏକ ଝିଅ ଜନ୍ମ କରନ୍ତି, ସେତେବେଳେ ସେ ମଧ୍ୟ ସେହି ବ୍ୟକ୍ତିଙ୍କୁ ବିବାହ କରନ୍ତି । ବିଶ୍ୱାସ କରାଯାଏ ଯେ କମ୍ ବୟସର ସ୍ୱାମୀ ନୂଆ ପତ୍ନୀ ଓ ତା' ଝିଅର ସ୍ୱାମୀ ହୋଇ ଦୀର୍ଘ ଦିନ ଧରି ସୁରକ୍ଷା ଦେଇ ପାରିବେ । ଏହା ଏକ ଅଦ୍ଭୁତ ପ୍ରଥା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜି ବି ଏହି କୁପ୍ରଥା ପ୍ରଚଳିତ ରହିଛି ।