ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍
Advertisement
Article Detail0/zeeodisha/odisha961391

ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍

ଯେଉଁ ପୁରୁଷମାନଙ୍କର ଏହି ସାତଟି ଅଭ୍ୟାସ ଅଛି, ସେମାନଙ୍କର ଯୌନ ଜୀବନ (sexual life) ଅତ୍ୟନ୍ତ ବିନ୍ଦାସ୍ ହୋଇଥାଏ । ଆସନ୍ତୁ ଜାଣିବା ପୁରୁଷମାନଙ୍କର ସେହି ୭ଟି ଅଭ୍ୟାସ ଯାହା ଯୌନ ଜୀବନକୁ ଚମତ୍କାର କରିଥାଏ ।

ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍

ଆଜିକାଲି ପୁଷ୍ଟିକର (nutrition) ଅଭାବ ଓ ବ୍ୟାୟାମ (exercise) ର  ଅବହେଳା ହେତୁ ପୁରୁଷମାନଙ୍କଠାରେ ଅନେକ ଯୌନ ସମସ୍ୟା (sexual problems in men) ସୃଷ୍ଟି ହୁଏ । ଯାହା ସେମାନଙ୍କର ଯୌନ ଜୀବନକୁ ଖରାପ କରିବା ଆରମ୍ଭ କରେ । ଏହି କାରଣରୁ ପୁରୁଷଙ୍କ ମଧ୍ୟରେ ଶୀଘ୍ର ପତନ (ejaculation), ନପୁଂସକତା (impotence), କାମୋଚ୍ଛାରେ ହ୍ରାସ (decrease in libido), ଇରେକେସନରେ କମି (decrease in erection), ଷ୍ଟାମିନାରେ ହ୍ରାସ (decrease in stamina) ଭଳି ସମସ୍ୟା ଦେଖାଯାଏ । କିନ୍ତୁ ଯେଉଁ ପୁରୁଷମାନଙ୍କର ଏହି ସାତଟି ଅଭ୍ୟାସ ଅଛି, ସେମାନଙ୍କର ଯୌନ ଜୀବନ (sexual life) ଅତ୍ୟନ୍ତ ବିନ୍ଦାସ୍ ହୋଇଥାଏ । ଆସନ୍ତୁ ଜାଣିବା ପୁରୁଷମାନଙ୍କର ସେହି ୭ଟି ଅଭ୍ୟାସ ଯାହା ଯୌନ ଜୀବନକୁ ଚମତ୍କାର କରିଥାଏ ।

ଅଧିକ ପଢ଼ନ୍ତୁ:-ପିଏମ ମୋଦି କୃଷକଙ୍କ ଆକାଉଣ୍ଟକୁ ପଠାଇଲେ ୨୦୦୦ ଟଙ୍କା, ଏପରି ଚେକ୍ କରନ୍ତୁ ତାଲିକାରେ ଆପଣଙ୍କ ନାଁ

ସୁସ୍ଥ ଯୌନ ଜୀବନ ପାଇଁ ୭ ଅଭ୍ୟାସ (Habits for Good Sexual Life)

ଏକ ସୁସ୍ଥ ଯୌନ ଜୀବନ ପାଇଁ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଓ ବିଶେଷକରି ହୃଦୟ ପ୍ରଣାଳୀ ଭଲ ହେବା ଆବଶ୍ୟକ । ଯେଉଁଥିରେ ନିମ୍ନଲିଖିତ ଅଭ୍ୟାସ ସାହାଯ୍ୟ କରେ...

୧. ଧୂମପାନରୁ ଦୂରରେ ରୁହନ୍ତୁ: ଯେଉଁ ପୁରୁଷମାନେ ଧୂମପାନରୁ ଦୂରେଇ ରୁହନ୍ତି, ସେମାନଙ୍କର ଯୌନ ଜୀବନ ଅତ୍ୟନ୍ତ ଜବରଦସ୍ତ ରହିଥାଏ । କାରଣ ଧୂମପାନ ଓ ତମାଖୁ ଆପଣଙ୍କ ରକ୍ତ ପ୍ରବାହକୁ ବାଧା ଦେଇଥାଏ ଏବଂ ଉତ୍ତମ ରକ୍ତ ପ୍ରବାହ ଯୌନାଙ୍ଗରେ ପହଞ୍ଚେ ନାହିଁ ।

୨. ବ୍ୟାୟାମ: ନିୟମିତ ବ୍ୟାୟାମ ପୁରୁଷମାନଙ୍କଠାରେ ରକ୍ତ ପ୍ରବାହ ଓ କାମନା ଇଚ୍ଛା ବଢାଇଥାଏ । ଯେଉଁ କାରଣରୁ ସେମାନଙ୍କର ଯୌନ ଜୀବନରେ ଇରେକସନ୍ ଅଭାବ କିମ୍ବା ନପୁଂସକତା ଭଳି କୌଣସି ସମସ୍ୟା ଆସି ନଥାଏ ।

୩. ଯୋଗ: ଯେଉଁମାନଙ୍କର ଯୋଗ କରିବାର ଅଭ୍ୟାସ ଅଛି, ସେମାନଙ୍କର ଯୌନ ଜୀବନ ମଧ୍ୟ ଚମତ୍କାର ହୋଇଥାଏ । କାରଣ ଯୋଗ ଯୌନ ଜୀବନକୁ ଖରାପ କରୁଥିବା ଚାପ ଓ ଉଦାସୀନତାରୁ ମୁକ୍ତି ଦେଇଥାଏ ।

ଅଧିକ ପଢ଼ନ୍ତୁ:-ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

୪. ପର୍ଯ୍ୟାପ୍ତ ନିଦ: ଯେଉଁ ପୁରୁଷମାନେ ପ୍ରତିଦିନ ୭-୯ ଘଣ୍ଟା ଶୋଇଥାନ୍ତି । ସେମାନଙ୍କର ମସ୍ତିଷ୍କ ଓ ରକ୍ତ ସଞ୍ଚାଳନ ଭଲ ରହିଥାଏ । ଯେଉଁଥିପାଇଁ ସେମାନଙ୍କର ମୁଡ୍ ଠିକ୍ ରହିଥାଏ ଓ କାମନା ଇଚ୍ଛାରେ କୌଣସି କମି ଦେଖାଯାଏ ନାହିଁ ।

୫. ମଦ୍ୟପାନରୁ ଦୂରେଇ ରୁହନ୍ତୁ: ଏହା ମଧ୍ୟ ଦେଖାଯାଇଛି ଯେ ମଦ୍ୟପାନ ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ଓ ଶରୀରରେ ଡିହାଇଡ୍ରେସନ୍ ହୋଇପାରେ । ଯେଉଁ କାରଣରୁ ରକ୍ତ ସଞ୍ଚାଳନ ବ୍ୟାହତ ହୁଏ ଓ ଯୌନ ଜୀବନ ଖରାପ ହେବାକୁ ଲାଗେ ।

୬. କଫିନ୍ ଠାରୁ ଦୂରେଇ ରୁହନ୍ତୁ: କଫିନ୍ ଶରୀରରେ ରକ୍ତ ପ୍ରବାହରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଯେଉଁ କାରଣରୁ ଯଥେଷ୍ଟ ଅମ୍ଳଜାନଯୁକ୍ତ ରକ୍ତ ଯୌନାଙ୍ଗରେ ପହଞ୍ଚେ ନାହିଁ ଓ ସେମାନଙ୍କର ସ୍ୱାସ୍ଥ୍ୟରେ ଅବନତି ହେବାକୁ ଲାଗେ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ପୁଣିଥରେ ବଢ଼ିବ ମହଙ୍ଗା ଭତ୍ତା? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ...

୭. ସୁସ୍ଥ ଖାଇବା: ଯେଉଁ ପୁରୁଷମାନେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଆନ୍ତି, ସେମାନଙ୍କର କାମୋଚ୍ଛା ଉତ୍ତର ରହିଥାଏ । ଏହା ସେମାନଙ୍କର ଯୌନ ଜୀବନକୁ ଉନ୍ନତ କରିଥାଏ ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!