ବର୍ତ୍ତମାନ ସୂଚନା ଆସିଛି ଯେ ଖୁବ୍ ଶୀଘ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିବାକୁ ଯାଉଛନ୍ତି । କିନ୍ତୁ ଏହି DA କେବଳ ଜୁନ୍ ପରେ ସେମାନଙ୍କ ବେତନରେ ଯୋଡାଯିବ ।
Trending Photos
ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀମାନେ ଦୀର୍ଘ ଦିନ ଧରି ମହଙ୍ଗା ଭତ୍ତା (Dearness Allowance) କୁ ଅପେକ୍ଷା କରିବସିଛନ୍ତି । କିନ୍ତୁ ବର୍ତ୍ତମାନ ଯାଏ କେନ୍ଦ୍ର ସରକାର ତରଫରୁ କୌଣସି ଘୋଷଣା କରାଯାଇନାହିଁ । ଅନ୍ୟପଟେ ଖବର ସାମ୍ନାକୁ ଆସୁଛି ଯେ, ସରକାର ଅତିଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ର ବୃଦ୍ଧି କରିବେ । କୋରୋନା ମହାମାରୀ ସମୟରେ ସରକାର ଘୋଷଣା କରିଥିଲେ ଯେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ରହିବ ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ
ବର୍ତ୍ତମାନ ସୂଚନା ଆସିଛି ଯେ ଖୁବ୍ ଶୀଘ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଘୋଷଣା କରିବାକୁ ଯାଉଛନ୍ତି । କିନ୍ତୁ ଏହି DA କେବଳ ଜୁନ୍ ପରେ ସେମାନଙ୍କ ବେତନରେ ଯୋଡାଯିବ । ଭଲ ଖବର ହେଉଛି ଯଦି କେନ୍ଦ୍ର କର୍ମଚାରୀଙ୍କ ଡିଏ ଚାରି ପ୍ରତିଶତ ବୃଦ୍ଧି ହୁଏ, ତେବେ ସପ୍ତମ ବେତନ ଆୟୋଗ ଅନୁଯାୟୀ ସେମାନଙ୍କ ଟ୍ରାଭଲ ଭତ୍ତା (Travel allowance) ମଧ୍ୟ ବୃଦ୍ଧି ପାଇବ । ଅର୍ଥାତ ଯଦି ଚାରି ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୁଏ, ତେବେ ଚାରି ପ୍ରତିଶତ ଭ୍ରମଣ ଭତ୍ତା (TA) ମଧ୍ୟ ବୃଦ୍ଧି ପାଇବ ।
ଅଧିକ ପଢ଼ନ୍ତୁ:-ବୋଝ ଉପରେ ନଳିତା ବିଡା: ପୁଣି ବଢ଼ିଲା LPG ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲର ଦର
ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (DA) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା (DA) ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି । ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!
ଅନ୍ୟପକ୍ଷେ ଯଦି ବର୍ତ୍ତମାନ ଚାରି ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କରାଯାଏ, ତେବେ ଚାରି ପ୍ରତିଶତ ଭ୍ରମଣ ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଅର୍ଥାତ ଯଦି ଆମେ ଏପରି କହିପାରିବା ଯେ ମହଙ୍ଗା ଭତ୍ତା ୨୫ ପ୍ରତିଶତକୁ ବୃଦ୍ଧି ଘଟିବ, ତେବେ କର୍ମଚାରୀଙ୍କ ଦରମାର ବମ୍ପର ବୃଦ୍ଧି ପାଇବ ।