ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ପୁଣି ହେବ ବିଳମ୍ବ! ବର୍ତ୍ତମାନ ଏହି ମାସରେ ହୋଇପାରେ ଘୋଷଣା
Advertisement

ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ପୁଣି ହେବ ବିଳମ୍ବ! ବର୍ତ୍ତମାନ ଏହି ମାସରେ ହୋଇପାରେ ଘୋଷଣା

ଷ୍ଟାଫ୍ ସାଇଡର ସେକ୍ରେଟରୀ ଶିବା ଗୋପାଳ ମିଶ୍ରା  ୧ ଜାନୁୟାରୀ ୨୦୨୧ର ଡିଏ ବୃଦ୍ଧିରେ ବିଳମ୍ବ ହେବାର କାରଣ ବିଷୟରେ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏବଂ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଏଣ୍ଡ ଟ୍ରେନିଂ (DoPT) ର ଅଧିକାରୀଙ୍କ ସହ ଆମେ ନିରନ୍ତର ଯୋଗାଯୋଗରେ ଅଛୁ । 

ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ପୁଣି ହେବ ବିଳମ୍ବ! ବର୍ତ୍ତମାନ ଏହି ମାସରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣାରେ ଆହୁରି ବିଳମ୍ବ ହୋଇପାରେ । ନ୍ୟାସନାଲ କାଉନସିଲ୍-ଜେସିଏମ୍-ଷ୍ଟାଫ୍ ସାଇଡ୍ ଅନୁଯାୟୀ, କେନ୍ଦ୍ର ସରକାର ଜୁନ୍ ମାସରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ବିଷୟରେ ଘୋଷଣା କରିପାରେ । ତେବେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏରେ ବୃଦ୍ଧି ମୌଳିକ ବେତନର ଅତି କମରେ ୪ ପ୍ରତିଶତ ହେବ ବୋଲି JCM ଅଧିକାରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଟିକା ଲଗାଇବା ପରେ ଏହି ଲକ୍ଷଣଗୁଡିକ ହେଉଛି ବିପଦର ସଙ୍କେତ, ସତର୍କ କରାଇଲେ ସରକାର

DA ରେ ବୃଦ୍ଧିରେ ବିଳମ୍ବ ହେବ କି?

ଷ୍ଟାଫ୍ ସାଇଡର ସେକ୍ରେଟରୀ ଶିବା ଗୋପାଳ ମିଶ୍ରା  ୧ ଜାନୁୟାରୀ ୨୦୨୧ର ଡିଏ ବୃଦ୍ଧିରେ ବିଳମ୍ବ ହେବାର କାରଣ ବିଷୟରେ କହିଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏବଂ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଏଣ୍ଡ ଟ୍ରେନିଂ (DoPT) ର ଅଧିକାରୀଙ୍କ ସହ ଆମେ ନିରନ୍ତର ଯୋଗାଯୋଗରେ ଅଛୁ । ସେ କହିଛନ୍ତି ଯେ କୋରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଯୋଜନା ହିଁ ଗଡ଼ବଡ଼ରେ ହୋଇଯାଇଛି । ତେଣୁ ସବୁକିଛି ଏକ ମାସ ଆଗକୁ ବଢିଛି । ଏପ୍ରିଲ୍ ଶେଷ କିମ୍ବା ମେ ମଧ୍ୟଭାଗରେ ଘୋଷଣା କରାଯିବାକୁ ଥିବା ଡିଏ ବୃଦ୍ଧି ବର୍ତ୍ତମାନ ଜୁନକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ:-ମେ ୧୯ରୁ ବାତିଲ ହେବ ଅନେକ ଟ୍ରେନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଜୁଲାଇ ୧ରୁ ଆରମ୍ଭ ହେବ DA

ଶିବା ଗୋପାଳ ମିଶ୍ରା କହିଛନ୍ତି ଯେ, ଏହା କେନ୍ଦ୍ର କର୍ମଚାରୀଙ୍କ 7th CPC ପେ ମ୍ୟାଟ୍ରିକ୍ସ ଉପରେ ପ୍ରଭାବ ପକାଇବ ନାହିଁ, କାରଣ କେନ୍ଦ୍ର ସରକାର ପୂର୍ବରୁ ହିଁ କର୍ମଚାରୀ ଓ ପେନସନଭୋଗୀଙ୍କ DA ଏବଂ DR ଜୁନ୍ ୨୦୨୧ ପର୍ଯ୍ୟନ୍ତ ଫ୍ରିଜ୍ କରି ରଖିଛନ୍ତି । ମାର୍ଚ୍ଚ ୨୦୨୧ରେ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ କହିଥିଲେ ଯେ ଡିଏ, ଡିଏର ବୃଦ୍ଧି (DA Hike) କୁ ଜୁଲାଇ ୧ରୁ ପୁନଃ କାର୍ଯ୍ୟ ଆରମ୍ଭ କରିବେ । ତେଣୁ ଯଦି ୧ ଜାନୁୟାରୀ ୨୦୨୧ର DA ବୃଦ୍ଧି ଆଜି ଘୋଷଣା କରାଯାଏ, ତେବେ ଏହା କେବଳ ୧ ଜୁଲାଇ ୨୦୨୧ରୁ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ଡାକ୍ତରଙ୍କ ପାଇଁ ଘାତକ ପ୍ରମାଣିତ ହେଉଛି କୋରୋନା, ଦିନକରେ ୫୦ ଜଣଙ୍କର ମୃତ୍ୟୁ

କେତେ ବୃଦ୍ଧି ପାଇବ DA 

DA କେତେ ବଢ଼ିବ ବୋଲି ଆଶା କରାଯାଉଛି, ଏହି ପ୍ରଶ୍ନର ଉତ୍ତରରେ ଶିବା ଗୋପାଳ ମିଶ୍ରା କହିଛନ୍ତି ଯେ DA ବୃଦ୍ଧିର ହିସାବ ଅନୁସାରେ ଜୁଲାଇରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ହାରାହାରି ମୁଦ୍ରାସ୍ଫୀତି ୩.୫ ପ୍ରତିଶତ ରହିଛି, ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀଙ୍କ DA ପାଖାପାଖି ୪ ପ୍ରତିଶତ ବୃଦ୍ଧି ପାଇବ ।

DA ର ୩ଟି ବକେୟା କିସ୍ତିର ଅପେକ୍ଷା 

୯ ମାର୍ଚ୍ଚ ୨୦୨୦ରେ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ( Minister of State (MoS) Finance Anurag Thakur) ରାଜ୍ୟସଭାରେ ଲିଖିତ ଉତ୍ତର କହିଛନ୍ତି ଯେ ବିଚାରାଧୀନ ତିନୋଟି ଡିଏ କିସ୍ତି ୧ ଜୁଲାଇ ୨୦୨୧ର ନୂଆ ଦରରେ ମିଳିବାକୁ ଯାଉଥିବା ଡିଏରେ ସାମିଲ ହେବ । DA ର ଏହି ତିନୋଟି ବିଚାରାଧୀନ କିସ୍ତି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ୧ରୁ ଡିଏ ପୁନଃ ଆରମ୍ଭ ହେବା ସହିତ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିବ, କାରଣ ସେମାନଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନର ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଯଦିଓ, ଏହି କିସ୍ତିଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ତେବେ ସେମାନଙ୍କର ସପ୍ତମ ପେ କମିଶନ (7th Pay Commission) ର ବକେୟା ଉପରେ ଏକ ବଡ ପ୍ରଭାବ ପଡ଼ିବ ।

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ BJP ବିଧାୟକ, କହିଲେ-ଯଦି ମୁଁ କହିବି ତ ମୋ ଉପରେ ଦେଶଦ୍ରୋହ...

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।