ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!
Advertisement
Article Detail0/zeeodisha/odisha826507

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (Dearness Allowance) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । 

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଦେଶରେ କାର୍ଯ୍ୟ କରୁଥିବା ପ୍ରାୟ ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ (Central Govt Employees) ଓ ୫୮ ଲକ୍ଷରୁ ଅଧିକ ପେନସନଭୋଗୀ (Central Govt Pensioners) ଙ୍କ ପାଇଁ ଏକ ଖୁସି ଖବର ଅଛି । ଖବର ହେଉଛି ଯେ ଏହି ବର୍ଷରେ ଅର୍ଥାତ୍ ୨୦୨୧ ମସିହାରେ ସେମାନଙ୍କର ଦରମା ଏବଂ ପେନସନ୍ ବୃଦ୍ଧି ହେବାର ଆଶା କରାଯାଉଛି । ଏହାର କାରଣ ହେଉଛି ଯେ ଖୁବ ଶୀଘ୍ର ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାର ନିଷ୍ପତ୍ତି ନେଇପାରନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଅପେକ୍ଷା ଏହି ୬ଟି ରୋଗ ଅଧିକ ବିପଜ୍ଜନକ, କାହିଁକି ଏହାକୁ ନେଇ ଚେତାବନୀ ଦେଉଛନ୍ତି ବୈଜ୍ଞାନିକ?

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀ ଯୋଗୁଁ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ ୨୦୨୦ର ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ପ୍ରତି ଛଅ ମାସରେ ମିଳୁଥିବା ମହଙ୍ଗା ଭତ୍ତା (Dearness Allowance) ର ବୃଦ୍ଧି ଉପରେ ଆଗାମୀ ଏକ ବର୍ଷ ଅର୍ଥାତ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇ ରଖିଛନ୍ତି । ବର୍ତ୍ତମାନ ସେମାନଙ୍କୁ ୨୧ ପ୍ରତିଶତ ମହଙ୍ଗା ଭତ୍ତା ବଦଳରେ କେବଳ ୧୭ ପ୍ରତିଶତ ମହଙ୍ଗା ଭତ୍ତାର ଲାଭ ମିଳୁଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ୪.୪୭ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ'ରେ ମିଳିବ ମହଙ୍ଗା ଭତ୍ତା ଓ ଦରମା ବୃଦ୍ଧିର ଲାଭ!

ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, କେନ୍ଦ୍ରର ମୋଦି ସରକାର ଜୁନ ୨୦୨୧ ପରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରିବର୍ତ୍ତେ ଚଳିତ ମାସ ଅର୍ଥାତ୍ ଜାନୁଆରୀ ୨୦୨୧ରେ ହିଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଯଦି ସରକାର ଜାନୁଆରୀରୁ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି, ତେବେ ସେମାନଙ୍କ ଦରମା ଏବଂ ପେନସନ୍ ଅତି କମରେ ୪ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି ।