ଏହି ରାଜ୍ୟର ୪.୪୭ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ'ରେ ମିଳିବ ମହଙ୍ଗା ଭତ୍ତା ଓ ଦରମା ବୃଦ୍ଧିର ଲାଭ!
Advertisement
Article Detail0/zeeodisha/odisha826397

ଏହି ରାଜ୍ୟର ୪.୪୭ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ'ରେ ମିଳିବ ମହଙ୍ଗା ଭତ୍ତା ଓ ଦରମା ବୃଦ୍ଧିର ଲାଭ!

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସଙ୍କେତ ଦେଇଛନ୍ତି ଯେ ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରିବା ସହିତ ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ବାର୍ଷିକ ବୃଦ୍ଧି ଏବଂ ସପ୍ତମ ବେତନ ସ୍କେଲର ଚୂଡ଼ାନ୍ତ କିସ୍ତି ପ୍ରଦାନ କରାଯିବ । 

ଏହି ରାଜ୍ୟର ୪.୪୭ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ'ରେ ମିଳିବ ମହଙ୍ଗା ଭତ୍ତା ଓ ଦରମା ବୃଦ୍ଧିର ଲାଭ!

ନୂଆଦିଲ୍ଲୀ: 7th Pay Commission, 7th CPC Latest News in Odia: ଗତ ଦେଢ଼ ବର୍ଷରୁ ୫ ପ୍ରତିଶତ ବକେୟା ମହଙ୍ଗା ଭତ୍ତା (DA) କୁ ଅପେକ୍ଷା ବସିଥିବା ମଧ୍ୟ ପ୍ରଦେଶ (Madhya Pradesh) ର ୪.୪୭ ଲକ୍ଷ ସରକାରୀ କର୍ମଚାରୀ (Government Employees) ଙ୍କ ପାଇଁ ଏକ ଖୁସି ଖବର ରହିଛି । ସରକାର ଏହାକୁ ମେ ମାସରେ ଦେବାକୁ ପ୍ରସ୍ତୁତି କରୁଛନ୍ତି । ଆହୁରି ମଧ୍ୟ ଗତ ବର୍ଷ ଜୁଲାଇରେ ବନ୍ଦ ହୋଇଥିବା ବାର୍ଷିକ ବେତନ ବୃଦ୍ଧି (Increment) ର ଲାଭ ଦିଆଯିବ । ଏହି ସୁବିଧା ବିନା ଗତ ବର୍ଷ ୧୮,୦୦୦ କର୍ମଚାରୀ ଅବସର ନେଇଛନ୍ତି । ଏହି ବର୍ଷ ମଧ୍ୟ ୨୧ ହଜାର କର୍ମଚାରୀ ଅବସର ଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଜାନୁଆରୀରେ ହିଁ ମିଳିବ ଦରମା ବୃଦ୍ଧି ଓ ଅରିୟର୍ସର ଲାଭ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସଙ୍କେତ ଦେଇଛନ୍ତି ଯେ ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରିବା ସହିତ ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ବାର୍ଷିକ ବୃଦ୍ଧି ଏବଂ ସପ୍ତମ ବେତନ ସ୍କେଲର ଚୂଡ଼ାନ୍ତ କିସ୍ତି ପ୍ରଦାନ କରାଯିବ । ଅର୍ଥମନ୍ତ୍ରୀ ଜଗଦୀଶ ଦେଓରା ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ବଜେଟ୍ ପାରିତ ହେବା ପରେ ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ଆର୍ଥିକ ବର୍ଷରେ ଏହି ସୁବିଧା କର୍ମଚାରୀମାନଙ୍କୁ ମିଳିପାରେ ଯାହା ଏପ୍ରିଲ୍-ମେ ମାସରେ ପ୍ରଦାନ କରାଯିବ । ଏହାର ଆନୁମାନିକ ବାର୍ଷିକ ଖର୍ଚ୍ଚ ପ୍ରାୟ ୨,୭୪୨ କୋଟି ଟଙ୍କା ହେବ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ୧୨ ଘଣ୍ଟା ହେବ ଅଫିସ୍ ସମୟ, ବଦଳିବ ଦରମା ଓ ଅବସରର ନିୟମ!

ସୂଚନାଯୋଗ୍ୟ, ରାଜ୍ୟର କର୍ମଚାରୀମାନଙ୍କୁ କେନ୍ଦ୍ରୀୟ ତିଥି ଅନୁସାରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଇଥାଏ । କେନ୍ଦ୍ର କର୍ମଚାରୀଙ୍କୁ ୫ ପ୍ରତିଶତ ବେତନ ବୃଦ୍ଧିର ଲାଭ ଜୁଲାଇ ୧ରୁ ମିଳୁଛି । ରାଜ୍ୟର ତତ୍କାଳୀନ କମଲ ନାଥ ସରକାର ଫେବୃଆରୀ ୨୦୨୦ ରେ ଡିଏ ଦେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ତାଙ୍କ ସରକାର ଭାଙ୍ଗି ଯାଇଥିଲା ।

ଅଧିକ ପଢ଼ନ୍ତୁ:-'ଅଳିଆ ପାର୍ଟିରେ ପରିଣତ ହୋଇଛି ବିଜେପି, ହାରିବା ପରେ ତାଙ୍କ ଲୋକମାନେ ମଧ୍ୟ ଟ୍ରମ୍ପ ସମର୍ଥକଙ୍କ ପରି କରିବେ ହଙ୍ଗାମା'

ଏହା ପରେ କୋରୋନା ସଙ୍କଟ ଯୋଗୁଁ ରାଜ୍ୟ ସରକାର ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ । ଏହା ପରେ ଦେଢ଼ ବର୍ଷରୁ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇ ନାହିଁ । ଜୁଲାଇରୁ ହେଉଥିବା ବାର୍ଷିକ ବୃଦ୍ଧିକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହି ଉଭୟ ସୁବିଧା ପ୍ରଦାନ ଉପରେ ପ୍ରତିବର୍ଷ ୨୭୪୦ କୋଟି କୋଟି ଟଙ୍କାର ଅତିରିକ୍ତ ବୋଝ ଆସିବ । ଏଥିରେ ପ୍ରତି ମାସରେ ଡିଏ ଉପରେ ୨୨୫ କୋଟି ଟଙ୍କା ଥିବାବେଳେ ୨୭୪୨ କୋଟି ଟଙ୍କା ବାର୍ଷିକ ବେତନ ବୃଦ୍ଧି ଉପରେ ଅତିରିକ୍ତ ଖର୍ଚ୍ଚ ହେବ ।