କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର
Advertisement

କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର

ଆସନ୍ତା କ୍ୟାବିନେଟ ବୈଠକରେ ଦରମା ବୃଦ୍ଧି ନେଇ ମୋଦି ସରକାର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି । ଆପଣଙ୍କୁ କହିବାକୁ ଚାହେଁ ଯେ ଭାରତୀୟ ରେଳବାଇର ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା (Salary) ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Pensioners:ମହଙ୍ଗା ଭତ୍ତା ଅର୍ଥାତ ଡିଏ (DA) ବୃଦ୍ଧି ପାଇଁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି । ମୋଦି ସରକାର ନିଜର କର୍ମଚାରୀମାନଙ୍କୁ ଉପହାର ଦେବାକୁ ଯୋଜନା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ବେତନକୁ  ବଢ଼ାଇପାରେ, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ । ମୋଦି ସରକାର (Modi Govt) ଚଳିତ ମାସ ଶେଷ ସୁଦ୍ଧା ଏହି ନିଷ୍ପତ୍ତି ନେଇପାରେ ।

ଅଧିକ ପଢ଼ନ୍ତୁ:-ବିଜେପିକୁ ମାତ୍ ଦେବା ପାଇଁ ମୈଦାନକୁ ଓହ୍ଲାଇବେ ପିଏମ ମୋଦିଙ୍କ ହନୁମାନ!

ଆସନ୍ତା କ୍ୟାବିନେଟ ବୈଠକରେ ଦରମା ବୃଦ୍ଧି ନେଇ ମୋଦି ସରକାର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି । ଆପଣଙ୍କୁ କହିବାକୁ ଚାହେଁ ଯେ ଭାରତୀୟ ରେଳବାଇର ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା (Salary) ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।

ସେହିଭଳି ଭାରତୀୟ ରେଳବାଇରେ ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ପଦରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ପଦୋନ୍ନତିର ଲାଭ ପାଇପାରିବେ । ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ରା କହିଛନ୍ତି ଯେ କର୍ମଚାରୀମାନେ ଦୀର୍ଘ ଦିନ ଧରି ପଦୋନ୍ନତି ଦାବି କରିଆସୁଥିଲେ । ସପ୍ତମ ବେତନ ଆୟୋଗ ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ । ଏଥିସହ ରେଳବାଇର ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ବେତନ ସପ୍ତମ ବେତନ ଆୟୋଗ ଅଧୀନରେ ବୃଦ୍ଧି କରାଯିବ ।

ଅଧିକ ପଢ଼ନ୍ତୁ:-କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ଏମାନଙ୍କର ଦରମା ବୃଦ୍ଧି ପାଇବ: ଖବର ଅନୁଯାୟୀ, ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ପ୍ରତି ମାସରେ ଅତି କମରେ ୫୦୦୦ ଟଙ୍କା ବୃଦ୍ଧି ପାଇବ। ଏହା ସହିତ ସେମାନଙ୍କର HRA, DA ଏବଂ TA ମଧ୍ୟ ବୃଦ୍ଧି ପାଇବ । ଏସବୁ ସହିତ ସେମାନଙ୍କର ଦରମା ୫୦,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ରେଳବାଇ ଲ୍ୟାବ କର୍ମଚାରୀ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ଇନ୍ସପେକ୍ଟର, ଷ୍ଟାଫ୍ ନର୍ସ, ଫିଜିଓଥେରାପିଷ୍ଟ, ରେଡିଓଗ୍ରାଫର, ଫାର୍ମାସିଷ୍ଟ, ଡାଏଟିସିଆନ୍ ଏବଂ ପରିବାର କଲ୍ୟାଣକାରୀ ସଂସ୍ଥା ଭଳି ଅଣ-ଗେଜେଟେଡ୍ ମେଡିକାଲ୍ କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛି ।

ଦରମା ଅତି କମରେ ୨୬,୦୦୦ ହେବା ଉଚିତ୍: ଦୀର୍ଘ ସମୟ ଧରି କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ଦରମା ଅତି କମରେ ୨୬,୦୦୦ ଟଙ୍କା ହେବା ଆବଶ୍ୟକ ବୋଲି ଦାବି କରିଆସୁଛନ୍ତି, ଯାହା ବର୍ତ୍ତମାନ ପ୍ରତି ମାସରେ ୧୮,୦୦୦ ଟଙ୍କା ଅଛି ।