ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୯ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ
Advertisement

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୯ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଉଭୟ ଗାଡ଼ି ଭୁଲ ଦିଗରୁ ଆସୁଥିଲେ, ଯେତେବେଳେ ମୁହାଁମୁହିଁ ଧକ୍କା ହୋଇଛି । 

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୯ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: Accident in Barabanki: ଉତ୍ତର ପ୍ରଦେଶ (Uttar Pradesh) ର ବାରବାଙ୍କି (Barabanki) ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଡବଲ ଡେକର ବସ୍ ଓ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହି ଦୁର୍ଘଟଣା ପୋଲିସ ଷ୍ଟେସନ ଦେବା ଅନ୍ତର୍ଗତ ମାତି ଅଞ୍ଚଳରେ ଘଟିଛି ।

ଖବର ଅନୁଯାୟୀ, ଡବଲ ଡେକର ବସ୍ ଦିଲ୍ଲୀରୁ ଗୋଣ୍ଡା-ବାହରାଇଚକୁ ଯାଉଥିଲା । ଦୁର୍ଘଟଣା ପରେ ପରିସ୍ଥିତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ସେଠାରେ କେବଳ ଚିତ୍କାର ଓ କ୍ରନ୍ଦନ ଶୁଣିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ପରେ ଆହତ ଓ ମୃତଦେହକୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି । ଜିଲ୍ଲା ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଉଭୟ ଗାଡ଼ି ଭୁଲ ଦିଗରୁ ଆସୁଥିଲେ, ଯେତେବେଳେ ମୁହାଁମୁହିଁ ଧକ୍କା ହୋଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ରାସ୍ତାରେ ଏକ ଗାଈ ଛିଡ଼ା ହୋଇଥିଲା ଓ ପଶୁକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଉଭୟ ଗାଡି ଧକ୍କା ହୋଇଥିଲା ।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ପୀଡ଼ିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ସେ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟେତ ମୃତକଙ୍କ ସମ୍ପର୍କୀୟଙ୍କୁ ପାଇଁ ୨-୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦-୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-#DeshKaZee: ZEE TV କୁ ମିଳିଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସମର୍ଥନ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!

ଅଧିକ ପଢ଼ନ୍ତୁ:-ପ୍ରତ୍ୟେକ ଭାରତୀୟଙ୍କ ସୁଖ ଦୁଃଖର ସାଥୀ 'Zee TV', ଜାଣନ୍ତୁ ଏହାର ସ୍ୱର୍ଣ୍ଣିମ ଇତିହାସ