ଭୂକମ୍ପ ଝଟକାରେ ଥରି ଉଠିଲା ଆଫଗାନିସ୍ତାନ, ୨୫୫ ମୃତ
Advertisement
Article Detail0/zeeodisha/odisha1228595

ଭୂକମ୍ପ ଝଟକାରେ ଥରି ଉଠିଲା ଆଫଗାନିସ୍ତାନ, ୨୫୫ ମୃତ

Afghanistan Earthquake: ଏହାପୂର୍ବରୁ ଶୁକ୍ରବାର ପାକିସ୍ତାନରେ ମଧ୍ୟ ଭୂକମ୍ପ ଆସିଥିଲା । ସେତେବେଳେ ଇସଲାମାବାଦ, ପେଶୱାର, ରାୱଲପିଣ୍ଡି ଏବଂ ମୁଲତାନରେ ଏହି କମ୍ପନ ଅନୁଭୂତ ହୋଇଥିଲା । ଏହି ଝଟକା ଫୈସଲାବାଦ, ଆବଟ୍ଟାବାଦ, ସ୍ୱାତ, ବୁନେର, କୋହାତ ଏବଂ ମାଲକାଣ୍ଡିରେ ମଧ୍ୟ ଅନୁଭୂତ ହୋଇଥିଲା ।

ଭୂକମ୍ପ ଝଟକାରେ ଥରି ଉଠିଲା ଆଫଗାନିସ୍ତାନ, ୨୫୫ ମୃତ

ନୂଆଦିଲ୍ଲୀ: Afghanistan Earthquake: ଭୟଙ୍କର ଭୂକମ୍ପ ଝଟକାରେ ଥରି ଉଠିଲା ଆଫଗାନିସ୍ତାନ । ବୁଧବାର ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ପ୍ରାୟ ୨୫୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରଏଟର୍ସ ଅନୁଯାୟୀ, ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ, ଦେଶର ପୂର୍ବ ଭାଗରେ ୬.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଯୋଗୁଁ ୧୩୦ ଜଣ ଲୋକ ପ୍ରାଣ ହରାଇଛନ୍ତି ।

BBC ସ୍ଥାନୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ, ମୃତ୍ୟୁ ସଂଖ୍ୟା ଦୁଇଶହ ପଚାଶରୁ ଅଧିକ ହୋଇପାରେ ବେଳେ ଶହେ ପଚାଶରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦକ୍ଷିଣ-ପୂର୍ବ ସହର ଖୋସ୍ତଠାରୁ ପ୍ରାୟ ୪୪ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି । ରଏଟର୍ସ କହିଛି ଯେ, ୟୁରୋପୀୟନ ମେଡିଟେରିୟନ ସିସମୋଲୋଜିକାଲ ସେଣ୍ଟର କହିଛି କି ଭୂକମ୍ପର ଝଟକା ପାକିସ୍ତାନର ୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଓ ଏହାର କମ୍ପନ ପାକିସ୍ତାନ ଓ ଭାରତରେ ଅନୁଭୂତ ହୋଇଛି ।

ସେଣ୍ଡର କହିଛି ଯେ, ପ୍ରତ୍ୟକ୍ଷଦର୍ଶୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭବ କରିଛନ୍ତି । ସରକାରୀ ମୁଖପାତ୍ର ବିଲାଲ କରିମି ଟ୍ୱିଟ୍ କରି କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଗତକାଲି ରାତିରେ ପକ୍ତିକା ଅଞ୍ଚଳର ଚାରୋଟି ଜିଲ୍ଲାରେ ପ୍ରବଳ ଭୂକମ୍ପ ଯୋଗୁଁ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହ ଡଜନ ଡଜନ ଘର ନଷ୍ଟ ହୋଇଯାଇଛି ।  ଆମେ ସହାୟତା କରୁଥିବା ଏଜେନ୍ସିଙ୍କୁ ଅପିଲ କରୁଛି କି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଦଳ ପଠାନ୍ତୁ ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ସମେତ ଅନ୍ୟ ସହରରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି । ଲୋକମାନେ ସୋସିଆଲ ମିଡିଆରେ ଭୂକମ୍ପ ବିଷୟରେ ମଧ୍ୟ ଚର୍ଚ୍ଚା କରୁଛନ୍ତି । ଲୋକମାନେ ଲେଖିଛନ୍ତି ଯେ, ଏହି ଭୂକମ୍ପର କମ୍ପନ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । କିନ୍ତୁ ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଥିଲେ ।

ଏହାପୂର୍ବରୁ ଶୁକ୍ରବାର ପାକିସ୍ତାନରେ ମଧ୍ୟ ଭୂକମ୍ପ ଆସିଥିଲା । ସେତେବେଳେ ଇସଲାମାବାଦ, ପେଶୱାର, ରାୱଲପିଣ୍ଡି ଏବଂ ମୁଲତାନରେ ଏହି କମ୍ପନ ଅନୁଭୂତ ହୋଇଥିଲା । ଏହି ଝଟକା ଫୈସଲାବାଦ, ଆବଟ୍ଟାବାଦ, ସ୍ୱାତ, ବୁନେର, କୋହାତ ଏବଂ ମାଲକାଣ୍ଡିରେ ମଧ୍ୟ ଅନୁଭୂତ ହୋଇଥିଲା ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ

ଏହା ବି ପଢ଼ନ୍ତୁ:-କିପରି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ, କିଏ କିଏ ଦିଅନ୍ତି ଭୋଟ୍; ଜାଣନ୍ତୁ ପୁରା ପ୍ରକ୍ରିୟା

 

ଏଠାରେ କହି ରଖୁଛୁ ଯେ, ଭୂକମ୍ପର ସର୍ବାଧିକ ତୀବ୍ରତା ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ । ଅବଶ୍ୟ, ରିକ୍ଟର ସ୍କେଲରେ ୭.୦ କିମ୍ବା ଅଧିକ ତୀବ୍ରତାର ଭୂକମ୍ପକୁ ସାମାନ୍ୟ ଠାରୁ ଅଧିକ ବିପଜ୍ଜନକ ବୋଲି ମନେ କରାଯାଏ । ଏହି ସ୍କେଲ ଅନୁଯାୟୀ ୨ କିମ୍ବା ତା’ଠାରୁ କମ୍ ବିଶିଷ୍ଟ ଭୂକମ୍ପକୁ ସୂକ୍ଷ୍ମ ଭୂକମ୍ପ କୁହାଯାଏ, ଯାହା ପ୍ରାୟତଃ ଅନୁଭବ ହୋଇ ନ ଥାଏ । ୪.୫ ତୀବ୍ରତାର ଭୂକମ୍ପ ଘରଗୁଡିକୁ କ୍ଷତିଗ୍ରସ୍ତ କରିପାରେ ।