ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?
Advertisement

ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?

Presidential Election 2022: ଲୋକସଭାରେ ବିଜେପିର ଆସନ ଯଥେଷ୍ଟ ବୃଦ୍ଧି ପାଇଛି, ଯଦିଓ ଆଞ୍ଚଳିକ ଦଳଗୁଡ଼ିକ ସହିତ ସମନ୍ୱୟ ବଦଳି ଯାଇଛି । ଅନେକ ରାଜ୍ୟରେ ବିଧାନ ସଭାରେ ଦଳର ସ୍ଥିତି ଦୁର୍ବଳ ହୋଇଛି, ଯେଉଁଥିପାଇଁ ଗେରୁଆ ଦଳକୁ ଆଞ୍ଚଳିକ ଦଳଗୁଡ଼ିକର ସାହାରା ନେବାକୁ ପଡ଼ିବ । ଏଥିରେ YSRCP ଓ BJD ଆସିଥାଏ । ନିକଟ ଅତୀତରେ ଶିବସେନା ଓ ଅକାଲୀ ଦଳ ବିଜେପିରୁ ଅଲଗା ହୋଇଥିଲା । 

ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନ (Presidential Election 2022) କୁ ନେଇ ଜାତୀୟ ରାଜନୀତିର ପାରା ବଢ଼ିବାରେ ଲାଗିଛି । ସମସ୍ତଙ୍କ ଚକିତ କରାଇ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ମେଣ୍ଟ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଅନ୍ୟପଟେ ବିରୋଧୀ ଦଳ ମିଳିତ ଭାବେ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି । ବର୍ତ୍ତମାନ ଜୁଲାଇ ୧୮ରେ ମତଦାନ ଓ ଜୁଲାଇ ୨୧ରେ ଭୋଟ ଗଣତି ହେବ । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସ୍ଥିତି ସବୁଠାରୁ ମଜଭୁତ ରହିଛି । ଯାହା ଫଳରେ କୁହାଯାଉଛି ଯେ ଦ୍ରୌପଦୀ ମୁର୍ମୁଙ୍କ ଜିତିବା ସୁନିଶ୍ଚିତ । ତଥାପି କେଉଁ ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିବ, ତାହା ମତ ଗଣନା ପରେ ହିଁ ଜଣାପଡ଼ିବ । ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ସମୁଦାୟ ୧୦.୭୯ ଲକ୍ଷ ଭୋଟର ଅଧାରୁ ଠିକ୍ କମ୍ ଅର୍ଥାତ ୫,୨୬,୪୨୦ ଭୋଟ ରହିଛି । ତାକୁ YSR କଂଗ୍ରେସ ଓ ବିଜୁ ଜନତା ଦଳ (BJD) ର ସହଯୋଗର ଆବଶ୍ୟକତା ରହିଛି । ଗେରୁଆ ଦଳକୁ ଏହି ଦୁଇ ଆଞ୍ଚଳିକ ଦଳର ସହଯୋଗ ଆବଶ୍ୟକ ହେବ । 

ବର୍ତ୍ତମାନ ଉଭୟ ଦଳ କୌଣସି ସଙ୍କେତ ଦେଇନାହାଁନ୍ତି, କିନ୍ତୁ ଅତୀତରେ ଉଭୟ YSR ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଦିଲ୍ଲୀ ଆସି ପିଏମ ମୋଦି (PM Modi) ଙ୍କୁ ଭେଟିଥିଲେ । ଏହାସହ ଏନଡିଏ ଜଣେ ଓଡ଼ିଆ ତଥା ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ବିଜେଡି ନ ଚାହିଁଲେ ବି ସମର୍ଥନ କରିବାକୁ ବାଧ୍ୟ ହେବେ । ୨୦୧୭ରେ ଉଭୟ YSR କଂଗ୍ରେସ ଓ ବିଜେଡି ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ । ବର୍ତ୍ତମାନ ଏନଡିଏକୁ ପ୍ରାୟ ୧୩,୦୦୦ ଭୋଟ କମ୍ ପଡ଼ୁଛି । ବିଜେଡି ପାଖରେ ୩୧ ହଜାରରୁ ଅଧିକ ଭୋଟ୍ ଓ YSRCP ପାଖରେ ୪୩,୦୦୦ରୁ ଅଧିକ ଭୋଟ୍ ଅଛି । ଏଭଳି ପରିସ୍ଥିତିରେ ଏମାନଙ୍କ ମଧ୍ୟରୁ ଯେକୌଣସି ଦଳର ସମର୍ଥନ ମଧ୍ୟ ଏନଡିଏକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇଯିବ । ବିରୋଧୀ ଦଳ ଅପେକ୍ଷା ବିଜେପି ପ୍ଲସର ସ୍ଥିତି ଅଧିକ ମଜଭୁତ ରହିଛି ।

ନମ୍ୱର ଗେମ୍ ବୁଝନ୍ତୁ

ଲୋକସଭାରେ ବିଜେପିର ଆସନ ଯଥେଷ୍ଟ ବୃଦ୍ଧି ପାଇଛି, ଯଦିଓ ଆଞ୍ଚଳିକ ଦଳଗୁଡ଼ିକ ସହିତ ସମନ୍ୱୟ ବଦଳି ଯାଇଛି । ଅନେକ ରାଜ୍ୟରେ ବିଧାନ ସଭାରେ ଦଳର ସ୍ଥିତି ଦୁର୍ବଳ ହୋଇଛି, ଯେଉଁଥିପାଇଁ ଗେରୁଆ ଦଳକୁ ଆଞ୍ଚଳିକ ଦଳଗୁଡ଼ିକର ସାହାରା ନେବାକୁ ପଡ଼ିବ । ଏଥିରେ YSRCP ଓ BJD ଆସିଥାଏ । ନିକଟ ଅତୀତରେ ଶିବସେନା ଓ ଅକାଲୀ ଦଳ ବିଜେପିରୁ ଅଲଗା ହୋଇଥିଲା । ଏଥିସହିତ ତାମିଲନାଡୁ ବିଧାନସଭାରେ AIADMK ର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଛି । ୟୁପି ନିର୍ବାଚନରେ ​​ବିଜେପି ପୁନର୍ବାର କ୍ଷମତା ହାସଲ କରିଛି କିନ୍ତୁ ଦଳର ବିଧାୟକ ସଂଖ୍ୟା ହ୍ରାସ ପାଇଛି । ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଦଳର ତୁଳନାତ୍ମକ ଭାବେ କ୍ଷତି ହୋଇଛି ।

ତେବେ ବିରୋଧୀଙ୍କ ଅପେକ୍ଷା ଏନଡିଏ ଏକ ଭଲ ସ୍ଥିତିରେ ଅଛି ଓ ତା' ପାଖରେ ସଂଖ୍ୟା ବଳ ରହିଛି । ସେପଟେ ବିରୋଧୀ ଦଳର କୌଣସି ଏକତା ନାହିଁ । ଟିଆରଏସ ଓ ଆପ୍ ପରି ଆଞ୍ଚଳିକ ଦଳମାନେ ବିଜେପି ବିରୋଧରେ ଏକ ଅଣ କଂଗ୍ରେସ ମେଣ୍ଟ ପାଇଁ ଦାବି କରୁଛନ୍ତି । ଏନଡିଏ ରଣନୀତିଜ୍ଞମାନେ ନିଶ୍ଚିତ ଯେ ଆଞ୍ଚଳିକ ନେତାମାନେ ବିରୋଧୀ ଶିବିର ସହ ମିଳିତ ହେବା ସପକ୍ଷରେ ନାହିଁ ଓ ତା ପାଖରେ ଯଥେଷ୍ଟ ମାର୍ଜିନ ରହିଛି ।

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ

ଏହା ବି ପଢ଼ନ୍ତୁ:-କିପରି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ, କିଏ କିଏ ଦିଅନ୍ତି ଭୋଟ୍; ଜାଣନ୍ତୁ ପୁରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେ କାହିଁକି କଲେ ବିଦ୍ରୋହ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ

ସୂଚନାଯୋଗ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକଙ୍କ ଭୋଟ ମିଶି ୪୮.୯ ପ୍ରତିଶତ ରହିଛି । ଅନ୍ୟପଟେ ବିରୋଧୀ ଦଳ ଓ ଅନ୍ୟ ଦଳ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଛି । ଏଥିପାଇଁ ବିଜେପିକୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜୁ ଜନତା ଦଳ ବା କିମ୍ବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ YSR କଂଗ୍ରେସର ସମର୍ଥନର ଆବଶ୍ୟକତା ରହିଛି । ସେହିପରି ବିହାରରେ ନୀତିଶ କୁମାରଙ୍କ ମନୋଭାବ ବଦଳୁଛି, ବିଜେପି ମଧ୍ୟ ଚାପରେ ରହିଛି ।