LIC ପଲିସି ଧାରକମାନେ ହୋଇଯାଆନ୍ତୁ ସାବଧାନ! ବୁଡ଼ି ଯାଇପାରେ ଆପଣଙ୍କ ଜୀବନ ସାରାର କଷ୍ଟ ଉପାର୍ଜିତ ଧନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
Advertisement
Article Detail0/zeeodisha/odisha972295

LIC ପଲିସି ଧାରକମାନେ ହୋଇଯାଆନ୍ତୁ ସାବଧାନ! ବୁଡ଼ି ଯାଇପାରେ ଆପଣଙ୍କ ଜୀବନ ସାରାର କଷ୍ଟ ଉପାର୍ଜିତ ଧନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

LIC Fraud Alert: ଭାରତୀୟ ଜୀବନ ବୀମା ନିଗମ (LIC) ପଲିସି ଧାରକଙ୍କ ପାଇଁ ବହୁତ ଉପଯୋଗୀ ଖବର ଅଛି । ଅନଲାଇନ୍ ଠକେଇ ସହିତ ପଲିସି ଧାରକଙ୍କ ସହ ଠକେଇର ଘଟଣା ମଧ୍ୟ ବୃଦ୍ଧି ପାଇଛି । ଏହି ସମୟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଠକମାନେ LIC ର ପଲିସି ଧାରକଙ୍କୁ କଲ୍ କରୁଛନ୍ତି । କିଛି ଠକମାନେ LIC ଅଧିକାରୀ, ଏଜେଣ୍ଟ କିମ୍ବା ବୀମା

LIC ପଲିସି ଧାରକମାନେ ହୋଇଯାଆନ୍ତୁ ସାବଧାନ! ବୁଡ଼ି ଯାଇପାରେ ଆପଣଙ୍କ ଜୀବନ ସାରାର କଷ୍ଟ ଉପାର୍ଜିତ ଧନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: LIC Fraud Alert: ଭାରତୀୟ ଜୀବନ ବୀମା ନିଗମ (LIC) ପଲିସି ଧାରକଙ୍କ ପାଇଁ ବହୁତ ଉପଯୋଗୀ ଖବର ଅଛି । ଅନଲାଇନ୍ ଠକେଇ ସହିତ ପଲିସି ଧାରକଙ୍କ ସହ ଠକେଇର ଘଟଣା ମଧ୍ୟ ବୃଦ୍ଧି ପାଇଛି । ଏହି ସମୟରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଠକମାନେ LIC ର ପଲିସି ଧାରକଙ୍କୁ କଲ୍ କରୁଛନ୍ତି । କିଛି ଠକମାନେ LIC ଅଧିକାରୀ, ଏଜେଣ୍ଟ କିମ୍ବା ବୀମା ନିୟନ୍ତ୍ରକ IRDA ଅଧିକାରୀ ହୋଇ ଗ୍ରାହକଙ୍କୁ ଫୋନ କରୁଛନ୍ତି । ଏହି କଲରେ ସେମାନେ ବୀମା ପଲିସି ସହିତ ଜଡିତ ଲାଭକୁ ବଢ଼ାଇଚଢ଼ାଇ କହନ୍ତି । ଏହି ଉପାୟରେ ସେମାନେ ଗ୍ରାହକଙ୍କୁ ବର୍ତ୍ତମାନ ପୋଲିସି ସରେଣ୍ଡର କରିବାକୁ ପ୍ରବର୍ତ୍ତାନ୍ତି ।

LIC ଗ୍ରାହକଙ୍କ ସହିତ ଠକାମି

LIC ଅନୁଯାୟୀ ଗ୍ରାହକଙ୍କୁ ମୋବାଇଲ୍ ଫୋନ୍ ଓ ଲ୍ୟାଣ୍ଡଲାଇନକୁ କଲ କରି ବିଭ୍ରାନ୍ତ କରାଯାଉଛି । ପୋଲିସି ସରେଣ୍ଡର କରାଇ ଭଲ ରିଟର୍ଣ୍ଣ ପାଇବାର ଲୋଭ ଦେଇ କିଛି ଗ୍ରାହକଙ୍କଠାରୁ ଭଲ ରାଶି ମଧ୍ୟ ଆଦାୟ କରାଯାଇଛି । ଯେତେବେଳେ କି, କିଛି ଗ୍ରାହକଙ୍କ ଦ୍ୱାରା ସରେଣ୍ଡର କରାଯାଇଥିବା ଅର୍ଥ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ନିବେଶ କରାଇ ଦିଆଯାଇଛି । ଏହିପରି ଭାବରେ କମ୍ପାନୀର ପ୍ରତିନିଧୀ ହୋଇ ପୋଲିସି ହୋଲ୍ଡର୍ସଙ୍କୁ ବିଭ୍ରାନ୍ତ କରାଯାଉଛି ।

LIC ଜାରି କରିଛି ଆଲର୍ଟ

LIC କହିଛି ଯେ, ଯଦି କେହି ବୀମା ପଲିସି ବିଷୟରେ ଫୋନ କରନ୍ତି ଓ ସେମାନେ ନିଜକୁ LIC ଅଧିକାରୀ, ଏଜେଣ୍ଟ, IRDAI ଅଧିକାରୀ, ECI (ଅଫିସ୍ ଅଫ୍ ଏକଜିକ୍ୟୁଟିଭ୍ କାଉନସିଲ୍ ଅଫ୍ ଇନସୁରାନ୍ସ) ବୋଲି କହି କିଛି ବଡ଼ ଲାଭ ସହ ପଲିସି ବିଷୟରେ କହୁଛନ୍ତି ତେବେ ଏପରି ଫୋନ କଲରୁ ସାବଧାନ ରୁହନ୍ତୁ ।

LIC ନିଜ ତରଫରୁ ଜାରି କରାଯାଇଥିବା ଆଲର୍ଟରେ ସ୍ପଷ୍ଟ ଭାବରେ କହିଛି ଯେ, ଗ୍ରାହକଙ୍କୁ କୌଣସି ପୋଲିସି ସରେଣ୍ଡର କରିବାକୁ କମ୍ପାନୀ ପରାମର୍ଶ ଦେଉନାହିଁ ।  ଅଚିହ୍ନା ନମ୍ବରରୁ ଆସୁଥିବା ଫୋନ୍ କଲକୁ ନ ଧରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ନିବେଦନ କରିଛି । LIC ଗ୍ରାହକଙ୍କୁ ପରାମର୍ଶ ଦେଇଛି ଯେ ସେମାନେ LICର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ପୋଲିସି ପଞ୍ଜିକରଣ କରାନ୍ତୁ ଏବଂ ସେଠାରେ ସମସ୍ତ ସୂଚନା ପାଇଁ ପାରିବେ ।

ଠକାମିରୁ ରକ୍ଷା ପାଇବା ପାଇଁ ଟିପ୍ସ 

ଯଦି ଆପଣ ପଲିସି ବିଷୟରେ କୌଣସି ସୂଚନା ଆବଶ୍ୟକ କରନ୍ତି, ତେବେ LIC ର ଅଫିସିଆଲ୍ ୱେବସାଇଟ୍ www.licindia.in କୁ ଯାଆନ୍ତୁ । କୌଣସି ନମ୍ବରକୁ କଲ କରି ପଲିସି ବିଷୟରେ ସୂଚନା ନିଅନ୍ତୁ ନାହିଁ । ଏହା ବ୍ୟତୀତ, ଯଦି କୌଣସି ଫେକ୍ କଲ ଆସେ, ତେବେ ଆପଣଙ୍କର ନିକଟତମ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ । ଏହା ବ୍ୟତୀତ ଆପଣ spuriouscalls@licindia.com କୁ ଏହି ଲିଙ୍କ୍ ପଠାଇ ରିପୋର୍ଟ କରିପାରିବେ । ଏହା ବ୍ୟତୀତ, ଯଦି କୌଣସି ଗ୍ରାହକଙ୍କୁ କିଛି ବିଭ୍ରାନ୍ତିକର କଲ ଆସୁଛି, ସେମାନେ co_crm_fb @ licindiaକୁ ଇମେଲ କରି ଅଭିଯୋଗ ଦାଖଲ କରିପାରିବେ । ଅଜ୍ଞାତ ନମ୍ୱରରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ, ଏହା ବ୍ୟତୀତ ଆପଣଙ୍କର କୌଣସି ବିବରଣୀ ସେୟାର କରନ୍ତୁ ନାହିଁ । ପଲିସି ସରେଣ୍ଡର ବିଷୟରେ ଆପଣ କାହାକୁ ଜଣାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ, ଯଦି କେହି ଆପଣଙ୍କୁ ଅଧିକ ଲାଭ ଦେବା ବିଷୟରେ କଥାବାର୍ତ୍ତା କରନ୍ତି ତେବେ ତାଙ୍କୁ କୌଣସି ସୂଚନା ଦିଅନ୍ତୁ ନାହିଁ । ଫୋନ୍ କରିଥିବା ବ୍ୟକ୍ତିଙ୍କ ସହିତ ଆପଣଙ୍କର ପଲିସି ବିବରଣୀ କିମ୍ବା ଅନ୍ୟ କୌଣସି ସୂଚନା କେବେବି ସେୟାର କରନ୍ତୁ ନାହିଁ । 

ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା

ଫେକ୍ କଲକୁ କିପରି ଏଡାଇ ହେବ 

୧. ଏହା ବ୍ୟତୀତ କୌଣସି ଅଜଣା କଲରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ।

୨. ଗ୍ରାହକମାନେ ନିଜର କୌଣସି ଡିଟେଲ ଶେୟାର କରନ୍ତୁ ନାହିଁ ।

୩. ଆପଣ କାହାକୁ ପଲିସି ସରେଣ୍ଡ ବିଷୟରେ କୌଣସି ସୂଚନା ଦିଅନ୍ତୁ ନାହିଁ । ଏହା ବ୍ୟତୀତ, ଯଦି କେହି ଆପଣଙ୍କୁ ଅଧିକ ଲାଭ ପାଇବା ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ତାଙ୍କୁ କୌଣସି ସୂଚନା ଦିଅନ୍ତୁ ନାହିଁ ।

୪. ଫୋନ କରିଥିବା ବ୍ୟକ୍ତିଙ୍କ ସହିତ ଆପଣଙ୍କର ପଲିସି ବିବରଣୀ କିମ୍ବା ଅନ୍ୟ କୌଣସି ସୂଚନା କେବେବି ଶେୟାର କରନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ:-ତାଲିବାନକୁ ମାନ୍ୟତା ଦେବାରେ ଲାଗିଛି ଚୀନ୍-ପାକିସ୍ତାନ, ବିଶେଷଜ୍ଞ ଦେଲେ ଚେତାବନୀ

ଅଧିକ ପଢ଼ନ୍ତୁ:-ସୈନ୍ୟ ଅପସାରଣକୁ ନେଇ ବେକଫୁଟରେ ବାଇଡେନ, ବର୍ତ୍ତମାନ ତାଲିବାନ ବିରୋଧରେ ଏହି ଆକ୍ସନ ନେବ ଆମେରିକା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍ଅ