ମଜୁରୀର ନୂତନ ସଂଜ୍ଞା ଅନୁଯାୟୀ ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି ମୌଳିକ ବେତନ (ସରକାରୀ ଚାକିରିରେ ମୌଳିକ ଦରମା ଓ ମହଙ୍ଗା ଭତ୍ତା) ଏପ୍ରିଲରୁ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ୧ରୁ ଆପଣଙ୍କର ଗ୍ରାଚ୍ୟୁଇଟି, PF ଏବଂ କାର୍ଯ୍ୟ ସମୟ ମଧ୍ୟରେ ବଡ଼ ପରିବର୍ତ୍ତନ ହୋଇପାରେ । କର୍ମଚାରୀଙ୍କ ଗ୍ରାଚ୍ୟୁଇଟି (Gratuity) ଓ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ବୃଦ୍ଧି ପାଇବ । ଏଥି ସହିତ ହାତରେ ଆସୁଥିବା ଟଙ୍କା (Take Home Salary) ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ୍ ମଧ୍ୟ ପ୍ରଭାବିତ ହେବ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ତିନୋଟି ମଜୁରୀ କୋଡ୍ ବିଧେୟକ (Code on Wages Bill, 2019) ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ:-ନିର୍ବାଚନ ଲଢ଼ିବା ପାଇଁ ୪ ବର୍ଷରେ କଂଗ୍ରେସର ୧୭୦ ବିଧାୟକ ବଦଳାଇଲେ ଦଳ, ଜାଣନ୍ତୁ ବିଜେପିରୁ ଯାଇଛନ୍ତି କେତେ ଜଣ?
ମଜୁରୀର ନୂତନ ସଂଜ୍ଞା ଅନୁଯାୟୀ ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି ମୌଳିକ ବେତନ (ସରକାରୀ ଚାକିରିରେ ମୌଳିକ ଦରମା ଓ ମହଙ୍ଗା ଭତ୍ତା) ଏପ୍ରିଲରୁ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ । ଉଲ୍ଲେଖନୀୟ କଥା ହେଉଛି, ଦେଶର ୭୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଉପାୟରେ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଉଛି । ଏହା ଉଭୟ ନିଯୁକ୍ତିଦାତା ଏବଂ ଶ୍ରମିକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ବୋଲି ସରକାର ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
ନୂତନ ଡ୍ରାଫ୍ଟ ନିୟମ ଅନୁଯାୟୀ, ମୂଳ ଦରମା ମୋଟ ବେତନର ୫୦ କିମ୍ବା ଅଧିକ ହେବା ଆବଶ୍ୟକ । ଏହା ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନାକୁ ବଦଳାଇବ, କାରଣ ବେତନର ଅଣ-ଭତ୍ତା ଅଂଶ ସାଧାରଣତଃ ମୋଟ ବେତନର ୫୦ ପ୍ରତିଶତରୁ କମ୍ ହୋଇଥାଏ । ସେପଟେ ମୋଟ ବେତନରେ ଭତ୍ତାର ଅଂଶ ଅଧିକ ହୋଇଯାଏ । ମୂଳ ଦରମା ବୃଦ୍ଧି ଆପଣଙ୍କ PF କୁ ମଧ୍ୟ ବୃଦ୍ଧି କରିବ । PF ମୂଳ ଦରମା ଉପରେ ଆଧାରିତ ହୋଇଥାଏ । ଯାହାର ଅର୍ଥ ଟେକ୍-ହୋମ୍ କିମ୍ବା ଅନ୍-ହ୍ୟାଣ୍ଡ୍ ପେରେ ହ୍ରାସ ଘଟିବ ।
ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ବଢ଼ିଲା କୋରୋନା ସଙ୍କଟ: ନାଗପୁର ପରେ ଅକୋଲାରେ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ
ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।
ଅଧିକ ପଢ଼ନ୍ତୁ:-କୋରୋନାର ୟୁ-ଟର୍ଣ୍ଣ: କ'ଣ ପୁଣି ଲକଡାଉନ୍ ଆଡକୁ ବଢ଼ୁଛି ଦେଶ? ମହାରାଷ୍ଟ୍ର, ଦିଲ୍ଲୀ-ପଞ୍ଜାବର ଅବସ୍ଥା ଚିନ୍ତାଜନକ
ସେହିପରି ନୂତନ ଡ୍ରାଫ୍ଟ ଆଇନ୍ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ୍ର ଡ୍ରାଫ୍ଟ ନିୟମାବଳୀରେ ୧୫ରୁ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ କାର୍ଯ୍ୟ ସମୟକୁ ମଧ୍ୟ ୩୦ ମିନିଟ ମାନି ଓଭରଟାଇମରେ ସାମିଲ କରିବାର ପ୍ରାବଧାନ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ୍ ସମୟକୁ ଓଭରଟାଇମ୍ ଯୋଗ୍ୟ ବିବେଚିତ ହୁଏ ନାହିଁ । ଡ୍ରାଫ୍ଟ ନିୟମରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରାଇବାକୁ ବାରଣ କରାଯାଇଛି । କର୍ମଚାରୀମାନଙ୍କୁ ପ୍ରତି ପାଞ୍ଚ ଘଣ୍ଟା ପରେ ଅଧ ଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।