ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ
Advertisement
Article Detail0/zeeodisha/odisha864879

ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ

ବର୍ତ୍ତମାନ ସମୟରେ ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଭଳି ୬ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ୟୁପି, ବିହାର, ଦିଲ୍ଲୀ-ଏନସିଆର ସମେତ ସମସ୍ତ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ରହିଛି । 

ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ

ନୂଆଦିଲ୍ଲୀ: Coronavirus in India: ବିଗତ କିଛି ଦିନ ଧରି ଦେଶରେ ଲଗାତର କୋରୋନା (Coronavirus) ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଯାହା ପରେ ଦେଶରେ କୋରୋନା (COVID-19) ସଙ୍କଟ ଦେଖାଦେଇଛି । ୨୦୨୦ ଶେଷରେ ହ୍ରାସ ପାଇଥିବା କୋରୋନା ମାମଲାର ଗତି ପୁଣି ଥରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨୪,୮୮୨ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଗତ ୫୩ ଦିନ ମଧ୍ୟରେ ଏହା ପ୍ରଥମ ଥର ପାଇଁ କୋରୋନାର ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । କେବଳ ଏତିକି ନୁହେଁ, ଶୁକ୍ରବାର ନୂଆ ମାମଲା ସଂଖ୍ୟା ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ ଥିଲା । 

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ନିୟମ: କର୍ମଚାରୀଙ୍କୁ ପ୍ରତି ୫ ଘଣ୍ଟା ପରେ ଦେବାକୁ ପଡ଼ିବ ଅଧ ଘଣ୍ଟାର ବ୍ରେକ୍, ୧୨ ଘଣ୍ଟାର ହେବ ଚାକିରି

ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ପଟେ ୧୯,୯୫୭ ସଂକ୍ରମିତ କୋରୋନାକୁ ମାତ୍ ଦେବା ପରେ ଘରକୁ ଫେରିଥିବାବେଳେ ପ୍ରାୟ ୨୫ ହଜାର ନୂତନ ଲୋକ ଏହାର ଶିକାର ହୋଇଥିଲେ । ଦେଶରେ ବର୍ତ୍ତମାନ ଯାଏ ୧,୧୩,୩୩,୭୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧,୦୯,୭୩,୨୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ୨,୦୨,୦୨୨ ସକ୍ରିୟ କୋରୋନା ମାମଲା ରହିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୫୮,୪୪୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ଯାଏ ୨,୮୨,୧୮,୪୫୭ ଜଣଙ୍କୁ କୋରୋନା ଟିକା ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ଲଢ଼ିବା ପାଇଁ ୪ ବର୍ଷରେ କଂଗ୍ରେସର ୧୭୦ ବିଧାୟକ ବଦଳାଇଲେ ଦଳ, ଜାଣନ୍ତୁ ବିଜେପିରୁ ଯାଇଛନ୍ତି କେତେ ଜଣ?

ସେପଟେ ବର୍ତ୍ତମାନ ସମୟରେ ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଭଳି ୬ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି । ୟୁପି, ବିହାର, ଦିଲ୍ଲୀ-ଏନସିଆର ସମେତ ସମସ୍ତ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ରହିଛି । 

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ରରେ ଶୁକ୍ରବାର ଅର୍ଥାତ ଗୋଟିଏ ଦିନରେ ୧୫,୮୧୫ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ବୁଧବାର ରାଜ୍ୟରେ ୧୩,୬୫୯ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ଗୁରୁବାର ୧୪,୩୧୭ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ ସଂକ୍ରମିତ ମାମଲା ୨୨ ଲକ୍ଷ ୮୨ ହଜାରକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୨,୭୨୩ରେ ପହଞ୍ଚିଛି । ସେପଟେ ଶୁକ୍ରବାର ରାଜ୍ୟରେ ୫୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।