ଟେଡ୍ରୋସ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ପଡ଼ିଛି । ଆମେ କିଛି ପରିସ୍ଥିତି ପାଇଁ କହିଥାଉ ଯେ ଏହା ହୃଦୟବିଦାରକ, କିନ୍ତୁ ଭାରତର ଅବସ୍ଥା ବର୍ତ୍ତମାନ ସମୟରେ ଏହାଠାରୁ ଅଧିକ ଖରାପ ।
Trending Photos
ନୂଆଦିଲ୍ଲୀ: Coronavirus in India: ଦେଶରେ ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହରୀ (Second Wave of COVID-19) ର ସୁନାମି ଆସିଛି । ପରିସ୍ଥିତି ଦିନକୁ ଦିନ ଖରାପରୁ ଅତି ଖରାପ ହେବାକୁ ଲାଗିଛି । ହସ୍ପିଟାଲରେ ଶଯ୍ୟା ଓ ଅମ୍ଳଜାନ (oxygen) ଅଭାବରୁ ରୋଗୀମାନେ ମରୁଛନ୍ତି । ଚାରିଆଡେ ହାହାକାର ସୃଷ୍ଟି ହୋଇଛି । ଭାରତର ବର୍ତ୍ତମାନ ସ୍ଥିତି ଉପରେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ବୟାନ ଆସିଛି । WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ (Tedros Adhanom Ghebreyes) କହିଛନ୍ତି ଯେ, ଭାରତର ସ୍ଥିତି ବହୁତ ଅଧିକ ବିଗିଡ଼ି ଯାଇଛି । ଏହି ପରିସ୍ଥିତି ହୃଦୟ ବିଦାରକ ।
ଅଧିକ ପଢ଼ନ୍ତୁ:-କୋରୋନା ବେଗରେ ମାମୁଲି ବ୍ରେକ୍: ଗତ ୨୪ ଘଣ୍ଟା ମଧ୍ୟରେ ପାଇଁ ୩ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୭୭୧ ସଂକ୍ରମିତଙ୍କ ମୃତ୍ୟୁ
ଟେଡ୍ରୋସ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ପଡ଼ିଛି । ଆମେ କିଛି ପରିସ୍ଥିତି ପାଇଁ କହିଥାଉ ଯେ ଏହା ହୃଦୟବିଦାରକ, କିନ୍ତୁ ଭାରତର ଅବସ୍ଥା ବର୍ତ୍ତମାନ ସମୟରେ ଏହାଠାରୁ ଅଧିକ ଖରାପ । ସେ କହିଛନ୍ତି ଯେ ଅନେକ ଦେଶ ଏବେବି କୋରୋନାର ଭୟଙ୍କର ସଙ୍କଟର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଭାରତରେ ପରିସ୍ଥିତି ହୃଦୟ ବିଦାରକ ।
ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍ କମିନ୍ସଙ୍କ ବଡ଼ ହୃଦୟ, ପିଏମ୍ କେୟାର୍ସ ଫଣ୍ଡରେ ଦାନ କଲେ ୩୮ ଲକ୍ଷ ଟଙ୍କା
ଏଥି ସହିତ ଭାରତରେ କୋରୋନା ଭୂତାଣୁ ବୃଦ୍ଧି ପାଉଥିବା ମାମଲା ଉପରେ ଡ୍ରୋସ୍ ଆଡାନୋମ୍ ଗେବ୍ରିସ୍ କହିଛନ୍ତି ଯେ, ମିଳିତ ଜାତିସଂଘ ଏଜେନ୍ସି ଅନେକ ଅମ୍ଳଜାନ ମେସିନ୍ ସମେତ ଭାରତରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଇ ଦେଇଛି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାବିୟସ୍ କହିଛନ୍ତି ଯେ ବିଶ୍ୱ ସ୍ତରରେ ମହାମାରୀ ବୃଦ୍ଧି ପାଉଛି ।
ସେ କହିଛନ୍ତି ଯେ, ସଙ୍କଟର ମୁକାବିଲା କରିବାରେ ଭାରତକୁ ସାହାଯ୍ୟ କରିବା ପାଇଁ WHO ୨,୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ କରିଛି ଏବଂ ଟିକାକରଣ ସମେତ ବିଭିନ୍ନ ପ୍ରୟାସରେ ଏହା କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରୁଛି ।