ଜି ନ୍ୟୁଜ୍ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ନିୟମ ଅକ୍ଟୋବରରେ କାର୍ଯ୍ୟକାରୀ ହୋଇପାରେ । ଏହି ଅବଧି ସୁଦ୍ଧା ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କର ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିବେ । ଏହା ଅଧୀନରେ କର୍ମଚାରୀଙ୍କ ଦରମା, ଛୁଟିଦିନ ଇତ୍ୟାଦିରେ ପରିବର୍ତ୍ତନ ଆସିବ ।
Trending Photos
ନୂଆଦିଲ୍ଲୀ: New Wage Code: ନୂତନ ବେତନ ସଂହିତା (new wage code) ନେଇ ବହୁତ ଚର୍ଚ୍ଚା ଚାଲିଛି । ଏହାପୂର୍ବରୁ ଏହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବାର ଥିଲା । କିନ୍ତୁ ରାଜ୍ୟ ସରକାରଙ୍କ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଜି ନ୍ୟୁଜ୍ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ନିୟମ ଅକ୍ଟୋବରରେ କାର୍ଯ୍ୟକାରୀ ହୋଇପାରେ । ଏହି ଅବଧି ସୁଦ୍ଧା ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କର ଡ୍ରାଫ୍ଟ ନିୟମ ପ୍ରସ୍ତୁତ କରିବେ । ଏହା ଅଧୀନରେ କର୍ମଚାରୀଙ୍କ ଦରମା, ଛୁଟିଦିନ ଇତ୍ୟାଦିରେ ପରିବର୍ତ୍ତନ ଆସିବ ।
୧. ବର୍ଷର ଛୁଟିଦିନ ବୃଦ୍ଧି ଘଟି ୩୦୦ ହେବ
କର୍ମଚାରୀଙ୍କ ଅର୍ଜିତ ଛୁଟି (Earned Leave) ୨୪୦ରୁ ୩୦୦କୁ ବୃଦ୍ଧି କରାଯାଇପାରେ । ଶ୍ରମ ମନ୍ତ୍ରଣାଳୟ, ଶ୍ରମ ୟୁନିଅନ୍ ଏବଂ ଶିଳ୍ପ ପ୍ରତିନିଧୀଙ୍କ ମଧ୍ୟରେ ଶ୍ରମ ସଂହିତା ନିୟମର ପରିବର୍ତ୍ତନ ବିଷୟରେ ଅନେକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ କର୍ମଚାରୀଙ୍କ ଅର୍ଜିତ ଛୁଟି ୨୪୦ରୁ ୩୦୦କୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ।
୨. ବଦଳିବ ସେଲରୀ ଷ୍ଟ୍ରକ୍ଚର
ନୂତନ ବେତନ ସଂହିତା ବିଧେୟକ (new wage code) ଅନୁଯାୟୀ, କର୍ମଚାରୀଙ୍କ ବେତନ ସଂରଚନାରେ ପରିବର୍ତ୍ତନ ଆସିବ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ (Take Home Salary) ହ୍ରାସ ପାଇବ । କିନ୍ତୁ PF ଓ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।
୩. ନୂତନ ମଜୁରୀ କୋଡ଼ରେ କ'ଣ ରହିଛି ଖାସ୍?
ନୂତନ ବେତନ ସଂହିତାରେ ଏହିପରି ଅନେକ ବ୍ୟବସ୍ଥା ଦିଆଯାଇଛି, ଯାହା ଅଫିସରେ କାର୍ଯ୍ୟ କରୁଥିବା ବେତନ ପ୍ରାପ୍ତ ଶ୍ରେଣୀ, ମିଲ୍ ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବ । କର୍ମଚାରୀଙ୍କ ଦରମା ଠାରୁ ଆରମ୍ଭ କରି ଛୁଟିଦିନ ଓ କାର୍ଯ୍ୟ ସମୟ ମଧ୍ୟ ବଦଳିଯିବ । ଆସନ୍ତୁ ଜାଣିବା ନୂତନ ମଜୁରୀ ସଂହିତାର କିଛି ବ୍ୟବସ୍ଥା ଯାହା କାର୍ଯ୍ୟକାରୀ ହେବା ପରେ ଆପଣଙ୍କ ଜୀବନ ବହୁତ ବଦଳିଯିବ ।
ଅଧିକ ପଢ଼ନ୍ତୁ:-ପ୍ରଥମ ଥର ଯୌନ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...
ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍
ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?
୪. କାର୍ଯ୍ୟ ସମୟ ବଢ଼ିବ ଓ ସାପ୍ତାହିକ ଛୁଟି ମଧ୍ୟ ବୃଦ୍ଧି ପାଇବ
ପ୍ରାପ୍ତ ସୂଚନା ଅନୁଯାୟୀ, ନୂତନ ବେତନ ସଂହିତା ଅନୁଯାୟୀ କାର୍ଯ୍ୟ ସମୟ ୧୨ ଘଣ୍ଟାକୁ ବୃଦ୍ଧି ପାଇବ । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ କହିଛି ଯେ ପ୍ରସ୍ତାବିତ ଶ୍ରମ ସଂହିତା ଅନୁଯାୟୀ କୁହାଯାଇଛି ଯେ ଗୋଟିଏ ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ପ୍ରଯୁଜ୍ୟ ହେବ, ବାସ୍ତବରେ କିଛି ୟୁନିଅନ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି ନିୟମ ଉପରେ ପ୍ରଶ୍ନ ଉଠାଇ ଥିଲେ । ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ରହିବ । ଯଦି କେହି ଦିନକୁ ୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ ଏବଂ ଗୋଟିଏ ଦିନ ଛୁଟି ମିଳିବ । ଯଦି କୌଣସି କମ୍ପାନୀ ଦିନକୁ ୧୨ ଘଣ୍ଟା କାମକୁ ଆପଣାଉଛି, ତେବେ ଅବଶିଷ୍ଟ ୩ ଦିନ ପାଇଁ କର୍ମଚାରୀଙ୍କୁ ଛୁଟି ଦେବାକୁ ପଡିବ । ଯଦି କାର୍ଯ୍ୟ ସମୟ ବଢେ, ତେବେ କାର୍ଯ୍ୟ ଦିନ ମଧ୍ୟ ୬ ପରିବର୍ତ୍ତେ ୫ କିମ୍ବା ୪ ହେବ । କିନ୍ତୁ ଏଥିପାଇଁ ଉଭୟ କର୍ମଚାରୀ ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହେବା ମଧ୍ୟ ଆବଶ୍ୟକ ।