ଗାଙ୍ଗୁଲିଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ମନା କରିଦେଲେ ହାର୍ଦ୍ଦିକ, ଗୋଟିଏ ଝଟକାରେ ପାଣ୍ଡ୍ୟା ନେଲେ ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1091559

ଗାଙ୍ଗୁଲିଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ମନା କରିଦେଲେ ହାର୍ଦ୍ଦିକ, ଗୋଟିଏ ଝଟକାରେ ପାଣ୍ଡ୍ୟା ନେଲେ ଏହି ବଡ଼ ନିଷ୍ପତ୍ତି

Hardik Pandya ignores Sourav Ganguly's advice: ଫେବୃଆରୀ ୧୦ରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫି ୨୦୨୨ (Ranji trophy 2022) ରେ ନ ଖେଳିବାକୁ ହାର୍ଦ୍ଦିକ ପାଣ୍ଡ୍ୟା ନିଷ୍ପତ୍ତି ନେଇଛନ୍ତି । ଏହି ଟୁର୍ନାମେଣ୍ଟ ପାଇଁ ଘୋଷିତ ବରୋଦା ଦଳରେ ତାଙ୍କ ନାମ ନାହିଁ । ଯଦିଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା (Krunal Pandya) ଙ୍କ ନାମ ଏହି ତାଲିକାରେ ସାମିଲ ରହିଛି । ଦୀର୍ଘ ଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆରୁ ବାହାର ଅଛନ୍ତି । ସେଥିପାଇଁ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି । ଟି-୨୦ ବିଶ୍ୱକପ ପରଠାରୁ ସେ ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି । ତାଙ୍କ ବୋଲିଂରେ ସେହି ଧାରୁଆ ପଣ ଦେଖାଯାଉ ନଥିଲା, ଯେଉଁଥି ପାଇଁ ସେ ଜଣାଶୁଣା । ସେ ଦଳକୁ ଫେରିବା ପାଇଁ ଝାଳ ବୁହାଉଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ବୋଲିଂ ଉପରେ କାମ କରୁଛନ୍ତି ।

ଗାଙ୍ଗୁଲିଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ମନା କରିଦେଲେ ହାର୍ଦ୍ଦିକ, ଗୋଟିଏ ଝଟକାରେ ପାଣ୍ଡ୍ୟା ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: Hardik Pandya ignores Sourav Ganguly's advice: ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡର  ଅଧ୍ୟକ୍ଷ (BCCI President) ସୌରଭ ଗାଙ୍ଗୁଲି (Sourav Ganguly) ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଗାଙ୍ଗୁଲି ତାଙ୍କ ସମୟର ଆକ୍ରମଣାତ୍ମକ ଖେଳାଳିଙ୍କ ମଧ୍ୟରେ ଗଣାଯାଏ । ଏଭଳି ପରିସ୍ଥିତିରେ ସେ ଟିମ୍ ଇଣ୍ଡିଆ (Team India) ର କ୍ରିକେଟରମାନଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆର ଘାତକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ((Hardik Pandya)) ସୋରାଭ ଗାଙ୍ଗୁଲିଙ୍କ ଏକ ପରାମର୍ଶକୁ ଅଣଦେଖା କରିଛନ୍ତି । ଆସନ୍ତୁ ସେହି ବିଷୟରେ ଜାଣିବା....

ଫେବୃଆରୀ ୧୦ରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫି ୨୦୨୨ (Ranji trophy 2022) ରେ ନ ଖେଳିବାକୁ ହାର୍ଦ୍ଦିକ ପାଣ୍ଡ୍ୟା ନିଷ୍ପତ୍ତି ନେଇଛନ୍ତି । ଏହି ଟୁର୍ନାମେଣ୍ଟ ପାଇଁ ଘୋଷିତ ବରୋଦା ଦଳରେ ତାଙ୍କ ନାମ ନାହିଁ । ଯଦିଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା (Krunal Pandya) ଙ୍କ ନାମ ଏହି ତାଲିକାରେ ସାମିଲ ରହିଛି । ଦୀର୍ଘ ଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆରୁ ବାହାର ଅଛନ୍ତି । ସେଥିପାଇଁ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି । ଟି-୨୦ ବିଶ୍ୱକପ ପରଠାରୁ ସେ ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି । ତାଙ୍କ ବୋଲିଂରେ ସେହି ଧାରୁଆ ପଣ ଦେଖାଯାଉ ନଥିଲା, ଯେଉଁଥି ପାଇଁ ସେ ଜଣାଶୁଣା । ସେ ଦଳକୁ ଫେରିବା ପାଇଁ ଝାଳ ବୁହାଉଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତାଙ୍କ ବୋଲିଂ ଉପରେ କାମ କରୁଛନ୍ତି ।

ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି କିଛି ଦିନ ପୂର୍ବରୁ ଏକ ବୟାନ ଦେଇଥିଲେ ଯେ, ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରଣଜୀ ଟ୍ରଫିରେ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିଲେ ଓ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଏକ ବିରତି ଦିଆଯାଇଥିଲା, ଯାହାଫଳରେ ସେ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରେ ଖେଳି ପାରିବେ । ମୁଁ ନିଶ୍ଚିତ ଯେ ସେ ରଣଜୀ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ରଣଜୀ ଟ୍ରଫି ୨୦୨୨ରେ ଖେଳିବେ ନାହିଁ ।

ଏହା ବି ପଢ଼ନ୍ତୁ:-ଯଦି ଆପଣ ମଧ୍ୟ ଦଶମ ପାସ୍ ତ କେନ୍ଦ୍ର ସରକାର ମାଗଣାରେ ଦେଉଛନ୍ତି ଲାପଟପ୍? ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ଲତା ମଙ୍ଗେସକରଙ୍କୁ ଦିଆଯାଇଥିଲା ବିଷ, ବେଡରେ ପଡ଼ିଥିଲେ ୩ ମାସ

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲରେ ନୂଆ ଦଳ ଭାବେ ଯୋଡ଼ା ଯାଇଥିବା ଅହମ୍ମଦାବାଦ ଦଳ ନିଜ ଅଧିନାୟକ କରିଛି । ତାଙ୍କ ସହ ରସିଦ ଖାନ ଓ ଷ୍ଟାର ଓପନର୍ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଚମତ୍କାର ବୋଲିଂର ଉଦାହରଣ ଦେଇଛନ୍ତି । ସେ ଡେଥ୍ ଓଭରରେ ଘାତକ ବ୍ୟାଟିଂ ପାଇଁ ଜଣାଶୁଣା ।

ଫେବୃଆରୀ ୧୦ରୁ ରଣଜୀ ଟ୍ରଫି ପାଇଁ ବରୋଦା ଦଳ  (Baroda Team) ପାଇଁ କେଦାର ଦେଓଧର (Kedar Deodhar) ଙ୍କୁ ଅଧିନାୟକ କରାଯାଇଛି । ଏଥିସହିତ ବିଷ୍ଣୁ ସୋଲଙ୍କିଙ୍କୁ ଉପ-ଅଧିନାୟକ କରାଯାଇଛି । ବରୋଦା କ୍ରିକେଟ୍ ଆସୋସିଏସନ ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଦଳ ଘୋଷଣା କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାର ଅଛନ୍ତି ।