ଉପଭୋକ୍ତାମାନେ ଗ୍ୟାସ ଏଜେନ୍ସି କିମ୍ବା ଡିଲରଙ୍କ ସହ ଯୋଗାଯୋଗ କରି ବୁକିଂ କରିପାରିବେ । ଏହା ବ୍ୟତୀତ ଆପଣ ୱେବସାଇଟ୍ ପରିଦର୍ଶନ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ କିମ୍ବା କମ୍ପାନୀର ହ୍ୱାଟସଆପ୍ ନମ୍ବରକୁ ଏକ ମେସେଜ ପଠାଇ ଆପଣ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ହ୍ୱାଟସଆପ୍ ମାଧ୍ୟମରେ ଇଣ୍ଡେନ, ଏଚପି ଏବଂ ଭାରତର ଉପଭୋକ୍ତା ଏଲପିଜି ସିଲିଣ୍ଡରର ସହଜରେ ବୁକ୍ କରିପାରିବେ ।
Trending Photos
ନୂଆଦିଲ୍ଲୀ: ଇଣ୍ଡେନ (Indane), ଭାରତ ଗ୍ୟାସ (Bharat Gas) ଏବଂ ଏଚପି (HP) ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଏଣିକି ଆପଣ ଅତି ସହଜରେ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରେ । ବର୍ତ୍ତମାନ ବୁକିଂରେ କୌଣସି ଅସୁବିଧା ହେବ ନାହିଁ । ଉପଭୋକ୍ତାମାନେ ହ୍ୱାଟସଆପ୍ (Whatsapp) ଏବଂ ଏସଏମଏସ (SMS) ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିପାରିବେ । ଗ୍ୟାସ କମ୍ପାନୀଗୁଡିକ ସେମାନଙ୍କ ଉପଭୋକ୍ତାଙ୍କ ଆରାମ ପାଇଁ ଅନେକ ସୁବିଧା ପ୍ରଦାନ କରନ୍ତି ।
ଅଧିକ ପଢ଼ନ୍ତୁ:-ରୋଷେଇ ଘରେ ଥିବା ଏସବୁ ଜିନିଷରୁ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି, ମିଳିବ ରୋଗରୁ ମୁକ୍ତି
କେଉଁଠାରେ ବୁକ୍ କରିବେ ଜାଣନ୍ତୁ ...
ଉପଭୋକ୍ତାମାନେ ଗ୍ୟାସ ଏଜେନ୍ସି କିମ୍ବା ଡିଲରଙ୍କ ସହ ଯୋଗାଯୋଗ କରି ବୁକିଂ କରିପାରିବେ । ଏହା ବ୍ୟତୀତ ଆପଣ ୱେବସାଇଟ୍ ପରିଦର୍ଶନ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ କିମ୍ବା କମ୍ପାନୀର ହ୍ୱାଟସଆପ୍ ନମ୍ବରକୁ ଏକ ମେସେଜ ପଠାଇ ଆପଣ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ହ୍ୱାଟସଆପ୍ ମାଧ୍ୟମରେ ଇଣ୍ଡେନ, ଏଚପି ଏବଂ ଭାରତର ଉପଭୋକ୍ତା ଏଲପିଜି ସିଲିଣ୍ଡରର ସହଜରେ ବୁକ୍ କରିପାରିବେ ।
ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା
୧. ଇଣ୍ଡେନ୍ ଗ୍ରାହକ (Indane Customers)
ଇଣ୍ଡେନର ଉପଭୋକ୍ତାମାନେ 7718955555 କୁ କଲ୍ କରି LPG ସିଲିଣ୍ଡର ବୁକ୍ କରିପାରିବେ । ଆପଣ ହ୍ୱାଟସଆପରେ REFILL ଲେଖି 7588888824 କୁ ପଠାଇ ସିଲିଣ୍ଡର ବୁକ୍ କରିପାରିବେ । ଉପଭୋକ୍ତାଙ୍କୁ କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ମେସେଜ ପଠାଇବାକୁ ପଡିବ ।
୨. ଭରତ ଗ୍ୟାସ୍ ଗ୍ରାହକ (Bharat Gas Customers)
ଭାରତ ଗ୍ୟାସର ଉପଭୋକ୍ତାଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବର BOOK ଲେଖି 1800224344 କୁ ପଠାଇବାକୁ ପଡ଼ିବ କିମ୍ବା ୧ ଟାଇପ୍ କରି ପଠାଇବାକୁ ପଡିବ । ଏହା ପରେ ଆପଣଙ୍କ ବୁକିଂ ଅନୁରୋଧ ଗ୍ୟାସ ଏଜେନ୍ସି ଦ୍ୱାରା ଗ୍ରହଣ କରାଯିବ ଏବଂ ଆପଣଙ୍କର ହ୍ୱାଟସଆପ୍ ନମ୍ବରରେ accepted ଆଲର୍ଟ ମିଳିବ । ଯାହା ପରେ ଆପଣଙ୍କର କାମ ହୋଇଯିବ ।
ଅଧିକ ପଢ଼ନ୍ତୁ:-LIC ର ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିବ ଦରମା!
୩. HP ଗ୍ରାହକ (HP Customers)
ଉପଭୋକ୍ତାମାନେ 9222201122 ରେ ହ୍ୱାଟସଆପ୍କୁ ଏକ ମେସେଜ୍ ପଠାଇ HP ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଉପଭୋକ୍ତା ପଞ୍ଜିକୃତ ମୋବାଇଲ୍ ନମ୍ବରରୁ ସେମେଜ ପଠାନ୍ତୁ । ଏହି ନମ୍ବରରେ ଆପଣଙ୍କୁ ଅନ୍ୟାନ୍ୟ ଅନେକ ସେବା ବିଷୟରେ ମଧ୍ୟ ସୂଚନା ମିଳିବ । HP ଗ୍ରାହକମାନେ ନିଜ LPG କୋଟା, LPG ID, LPG ସବସିଡି ଇତ୍ୟାଦି ବିଷୟରେ ମଧ୍ୟ ଜାଣିପାରିବେ ।