ବର୍ତ୍ତମାନ ପୁଣି ଏକ ଖବର ସାମ୍ନାକୁ ଆସୁଛି ଯେ ତାଲିବାନ ଓ ନର୍ଥେର୍ନ ଆଲାଇନ୍ସ (Northern Alliance) ମଧ୍ୟରେ ଚାଲିଥିବା ଲଢ଼େଇରେ ୬୦୦ରୁ ଅଧିକ ତାଲିବାନ ଆତଙ୍କୀ ନିହତ (Taliban fighters) ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: Conflict In Panjshir Between Taliban and Northern Alliance: ପ୍ରାୟ ସମଗ୍ର ଆଫଗାନିସ୍ତାନ ତାଲିବାନ ଦଖଲରେ ଆସିଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ତାନର ପଞ୍ଜଶୀରକୁ ନିଜ କବଜାରେ ନେଇପାରି ନାହିଁ । ଏଠାରେ ବର୍ତ୍ତମାନ ସମୟରେ ନର୍ଥେର୍ନ ଆଲାଇନ୍ସ (Northern Alliance) ଓ ତାଲିବାନୀ ଆତଙ୍କୀ (Taliban Terrorists) ମଧ୍ୟରେ ସଂଗ୍ରାମ ଜାରି ରହିଛି । ତାଲିବାନ ବାରମ୍ବାର ଦାବି କରୁଛି ଯେ ଏହାର ଆତଙ୍କୀମାନେ ପଞ୍ଜଶୀରଙ୍କୁ ଦଖଲ କରିଛନ୍ତି, କିନ୍ତୁ ଆଫଗାନିସ୍ତାନ ପ୍ରତିରୋଧ ମୋର୍ଚ୍ଚା ନର୍ଥେର୍ନ ଆଲାଇନ୍ସ ତରଫରୁ ଏହି ଦାବିକୁ ଖାରଜ କରାଯାଇଛି ।
ବର୍ତ୍ତମାନ ପୁଣି ଏକ ଖବର ସାମ୍ନାକୁ ଆସୁଛି ଯେ ତାଲିବାନ ଓ ନର୍ଥେର୍ନ ଆଲାଇନ୍ସ (Northern Alliance) ମଧ୍ୟରେ ଚାଲିଥିବା ଲଢ଼େଇରେ ୬୦୦ରୁ ଅଧିକ ତାଲିବାନ ଆତଙ୍କୀ ନିହତ (Taliban fighters) ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ସ୍ପୁଟ୍ନିକ୍ ଅନୁଯାୟୀ ରେଜିଷ୍ଟାନ୍ସ ଫ୍ରଣ୍ଟ (Afghan Resistance Front) ମୁଖପାତ୍ର ଫହିମ ଦଶ୍ତି ଟ୍ୱିଟ କରି କହିଛନ୍ତି ଯେ ସେମାନଙ୍କ ଯୋଦ୍ଧାଙ୍କ ହାତରେ ୬୦୦ରୁ ଅଧିକ ତାଲିବାନ ଆତଙ୍କୀ ନିହତ ହୋଇଛନ୍ତି । ଏକ ହଜାରରୁ ଅଧିକ ଆତଙ୍କୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଏହି ଲଢ଼େଇ ଶନିବାର ଦିନ ହୋଇଥିଲା ବୋଲି କୁହାଯାଉଛି ।
ତାଲିବାନ ଦାବି କରିଛି ଯେ ୪ଟି ଜିଲ୍ଲାକୁ କରିଛି କବଜା
ଗୋଟିଏ ପଟେ ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟ ୬୦୦ ତାଲିବାନୀଙ୍କୁ ମାରିଥିବାର ଦାବି କରିଥିବାବେଳେ ଅନ୍ୟ ପଟେ ତାଲିବାନ କହିଛି ଯେ ସେ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟିକୁ କବଜା କରିଛି । ଅଲ ଜଜିରା କହିବାନୁସାରେ, ତାଲିବାନର ଜଣେ ନେତା କହିଛି ଯେ ଆମର ଯୁଦ୍ଧ ଚାଲିଥିଲା ଓ ସଂଗ୍ରାମୀମାନେ ଗଭର୍ଣ୍ଣର ହାଉସ ଆଡ଼କୁ ଯାଉଥିଲା, କିନ୍ତୁ ରାସ୍ତାରେ ଲ୍ୟାଣ୍ଡମାଇନ ଯୋଗୁଁ ଯୁଦ୍ଧ ମନ୍ଥର ହୋଇଯାଇଛି । ଏଥି ସହିତ ତାଲିବାନ ମୁଖପାତ୍ର ବିଲାଲ କରିମି କହିଛି ଯେ ଆମେ ଖିଞ୍ଚ ଓ ଉନାବାହା ଜିଲ୍ଲାକୁ ନିଜ ଅଧୀନକୁ ନେଇଛୁ, ଏହା ପରେ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟି ଆମ ଅଧୀନକୁ ଆସିଛି । ସେ ଆହୁରି କହିଛି ଯେ ଆମର ଯୋଦ୍ଧାମାନେ ବର୍ତ୍ତମାନ ପଞ୍ଜଶୀର ଆଡ଼କୁ ଅଗ୍ରସର ହେଉଛନ୍ତି ।
ଆମେ ଯୁଦ୍ଧ କରିବା ଜାରି ରଖିବୁ: ଅହମ୍ମଦ ମାସୁଦ
ଆଫଗାନିସ୍ତାନ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫହିନ୍ ଦଶ୍ତି କହିଛନ୍ତି ଯେ ଆମର ସଂଗ୍ରାମୀମାନେ ଖାକ୍ ପାସରେ ହଜାର ହଜାର ତାଲିବାନଙ୍କୁ ଘେରି ନେଇଛନ୍ତି ଓ ରେୱାକ କ୍ଷେତ୍ରରେ ଦଖଲକୁ ନିଆଯାଇଥିବା ଗାଡିଗୁଡିକ ଛାଡି ଦିଆଯାଇଛି । ଅନ୍ୟପକ୍ଷରେ ପଞ୍ଜଶୀରର କମାଣ୍ଡର ଅହମ୍ମଦ ମାସୁଦ ଫେସବୁକରେ ଲେଖିଛନ୍ତି ଯେ ଆମର ସଂଗ୍ରାମ ଜାରି ରହିବ ଓ ଆମେ ପଞ୍ଜଶୀରରେ ଅଧିକ ଶକ୍ତିଶାଳୀ ହେଉଛୁ । ସାହେଲ କହିଛନ୍ତି ଯେ ଆଫଗାନିସ୍ତାନ ପ୍ରତିରୋଧ ଫ୍ରଣ୍ଟ ପାଇଁ ଏହା ଏକ କଷ୍ଟକର ପରିସ୍ଥିତି, କିନ୍ତୁ ଆମେ ହାର ମାନିବୁ ନାହୁଁ । ତାଲିବାନ ବିରୋଧରେ ଯୁଦ୍ଧ ଜାରି ରହିବ ଏବଂ ଆମେ ଜିତିବୁ ।
ଅଧିକ ପଢ଼ନ୍ତୁ:-କ୍ଷମତା ପାଇଁ ତାଲିବାନ ଓ ହକ୍କାନି ନେଟୱାର୍କ ମଧ୍ୟରେ ସଂଘର୍ଷ, ଆହତ ହେଲା ମୁଲ୍ଲା ବରାଦର
ଅଧିକ ପଢ଼ନ୍ତୁ:-ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ତାଲିବାନର ନେତୃତ୍ୱ ବିଷୟରେ, ବର୍ତ୍ତମାନ କାହା ପାଖରେ ରହିଛି କେଉଁ ଦାୟିତ୍ୱ...
ଅଧିକ ପଢ଼ନ୍ତୁ:-କିଏ ହେବ ତାଲିବାନ ସରକାରର ମୁଖ୍ୟ? ରେସରେ ସବୁଠାରୁ ଆଗରେ ରହିଛି ଏହି ନାଁ
ଅଧିକ ପଢ଼ନ୍ତୁ:-ତାଲିବାନକୁ ଠକି ଦେଲା ଆମେରିକା!