ନୂତନ କୋରୋନା ଷ୍ଟ୍ରେନ୍ (New Corona Strain) ବିଷୟରେ ସୂଚନା ଦେଇ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr Randeep Guleria) କହିଛନ୍ତି ଯେ କୋଭିଡ-19ର ଭୂତାଣୁ ପୃଥିବୀର ଅନେକ ସ୍ଥାନରେ ଏହାର ରୂପ ବଦଳାଇଛି, କିନ୍ତୁ ବ୍ରିଟେନରୁ ଆରମ୍ଭ ହୋଇଥିବା ନୂଆ କୋରୋନା ଷ୍ଟ୍ରେନ୍ ବିଷୟରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଏହା ଅଧିକ ସଂକ୍ରାମକ ଓ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥାଏ ।
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ ମହାମାରୀ (Coronavirus Epidemic) ସଙ୍କଟ ଜାରି ରହିଛି । ଏହା ମଧ୍ୟରେ ବ୍ରିଟେନ (Britain) ରୁ ଆରମ୍ଭ ହୋଇଥିବା କୋରୋନା ଭାଇରସର ନୂତନ ଷ୍ଟ୍ରେନ୍ (Coronavirus New Strain) ଭାରତରେ ବ୍ୟାପିବା ଆରମ୍ଭ କରିଛି । ଦେଶରେ ଏପର୍ଯ୍ୟନ୍ତ ୨୦ଟି ମାମଲା ସାମ୍ନାକୁ ଆସି ସାରିଛି । ଏହି ସମୟରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (AIIMS Director Dr. Randeep Guleria) କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟଧିକ ସଂକ୍ରାମକ ଏବଂ ଆମକୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ଅଧିକ ପଢ଼ନ୍ତୁ:-ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?
ନୂତନ କୋରୋନା ଷ୍ଟ୍ରେନ୍ (New Corona Strain) ବିଷୟରେ ସୂଚନା ଦେଇ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr Randeep Guleria) କହିଛନ୍ତି ଯେ କୋଭିଡ-19ର ଭୂତାଣୁ ପୃଥିବୀର ଅନେକ ସ୍ଥାନରେ ଏହାର ରୂପ ବଦଳାଇଛି, କିନ୍ତୁ ବ୍ରିଟେନରୁ ଆରମ୍ଭ ହୋଇଥିବା ନୂଆ କୋରୋନା ଷ୍ଟ୍ରେନ୍ ବିଷୟରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଏହା ଅଧିକ ସଂକ୍ରାମକ ଓ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥାଏ ।
It's a possibility that UK strain may have entered India in Nov/early Dec. But if you look at it epidemiologically,this strain leads to an increase in infectiveness. If you look at our data for last 4-6 weeks, there was no spike in cases: Dr Randeep Guleria, Director, AIIMS Delhi https://t.co/zNTptsvVX2 pic.twitter.com/B810OAlWHB
— ANI (@ANI) December 30, 2020
ରଣଦୀପ ଗୁଲେରିଆ ସମ୍ଭାବନା ବ୍ୟକ୍ତ କରିଛନ୍ତି ଯେ ବହୁ ପୂର୍ବରୁ ଭାରତରେ ନୂଆ ଷ୍ଟ୍ରେନ୍ ଆସି ସାରିଛି । ସେ କହିଛନ୍ତି, ହୁଏତ ବ୍ରିଟେନର ନୂତନ ଷ୍ଟ୍ରେନ୍ ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଭାରତରେ ପହଞ୍ଚିଥିଲା । ତଥ୍ୟ ଦର୍ଶାଏ ଯେ ଏହି ଷ୍ଟ୍ରେନ୍ ବହୁତ ଦ୍ରୁତ ଗତିରେ ବ୍ୟାପୁଛି, କିନ୍ତୁ ଭାରତ କ୍ଷେତ୍ରରେ ଗତ ୪ରୁ ୬ ସପ୍ତାହ ମଧ୍ୟରେ କୋଭିଡ ମାମଲାରେ କୌଣସି ବିଶେଷ ବୃଦ୍ଧି ଘଟିନାହିଁ ।
ଅଧିକ ପଢ଼ନ୍ତୁ:-୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଡବଲ ଗିଫ୍ଟ, ଦରମା-ଅବସର ବୟସରେ ହେବ ବୃଦ୍ଧି
AIIMS ନିର୍ଦ୍ଦେଶକ କହିଛନ୍ତି ଯେ ଏହି ନୂତନ ଷ୍ଟ୍ରେନ୍ କୋରୋନା ଭାଇରସ୍ ମାମଲା ଓ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ । ଏଭଳି ପରିସ୍ଥିତିରେ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଯାହା ଦ୍ୱାରା ଏହା ଭାରତରେ ବ୍ୟାପକ ବିସ୍ତାର ହୋଇପାରିବ ନାହିଁ ।