କୋରୋନା ଭୂତାଣୁ (COVID-19) ସମ୍ବନ୍ଧରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଲୋକମାନେ ପ୍ରାୟ ଆଠ ମାସ ଧରି ନିଜ ଘରେ ଲକଡାଉନ୍ (Lockdown) ଥିଲେ । ଲକଡାଉନକୁ କୋହଳ କରିବା ସ୍ୱତ୍ତ୍ୱେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିନାହିଁ । କାରଣ ଏପର୍ଯ୍ୟନ୍ତ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତ ହୋଇପାରି ନାହିଁ ।
Trending Photos
ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଂକ୍ରମିତ (Coronavirus) ଙ୍କ ସଂଖ୍ୟାରେ ସାମାନ୍ୟ କମି ଆସିଥିଲେ ମଧ୍ୟ ସଙ୍କଟ ଏବେ ବି ଜାରି ରହିଛି । ଅନ୍ୟପକ୍ଷେ କୋରୋନା ଭୂତାଣୁ (COVID-19) ସମ୍ବନ୍ଧରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଲୋକମାନେ ପ୍ରାୟ ଆଠ ମାସ ଧରି ନିଜ ଘରେ ଲକଡାଉନ୍ (Lockdown) ଥିଲେ । ଲକଡାଉନକୁ କୋହଳ କରିବା ସ୍ୱତ୍ତ୍ୱେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିନାହିଁ । କାରଣ ଏପର୍ଯ୍ୟନ୍ତ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତ ହୋଇପାରି ନାହିଁ । ତେବେ ଅନେକ ଦେଶରେ କୋରୋନା ଟୀକା (COVID-19 Vaccine) ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି, କିନ୍ତୁ ଏହା ଭାରତୀୟ ବଜାରରେ କେତେ ଦିନରେ ଆସିବ ସେ ନେଇ ଅନେକ ସନ୍ଦେହ ରହିଛି ।
ଅଧିକ ପଢ଼ନ୍ତୁ:-ଚୀନକୁ ଖୁସି କରିବା ପାଇଁ ପାକିସ୍ତାନ ନିଜ ଲୋକଙ୍କ ସହ କରୁଛି ଏପରି ବ୍ୟବହାର!
ଏମ୍ସ (AIIMS) ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr. Randeep Guleria) ଙ୍କ ଅନୁଯାୟୀ ଯଦି କୋରୋନା ଟୀକା ପ୍ରସ୍ତୁତ ହୋଇଯାଏ ତେବେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିବ । ନେଟୱାର୍କ ୧୮ ଗ୍ରୁପକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଡକ୍ଟର ଗୁଲେରିଆ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ୨୦୨୨ ପର୍ଯ୍ୟନ୍ତ କୋରୋନା ଟୀକା ଉପଲବ୍ଧ ହେବ ନାହିଁ । ବର୍ତ୍ତମାନ କୋରୋନା ଭୂତାଣୁ ଶେଷ ହେବ ନାହିଁ । ଏହାର ଔଷଧ ଭାରତୀୟ ବଜାରରେ ଆସିବା ପାଇଁ ଏକ ବର୍ଷ ଲାଗିପାରେ । ରଣଦୀପ ଗୁଲେରିଆ ମଧ୍ୟ କୋରୋନା ଭାଇରସ୍ ମ୍ୟାନେଜମେଣ୍ଟ ପାଇଁ ଗଠନ କରାଯାଇଥିବା ନ୍ୟାସନାଲ ଟାସ୍କ ଫୋର୍ସର ସଦସ୍ୟ ଅଟନ୍ତି ।
ଅଧିକ ପଢ଼ନ୍ତୁ:-Exit Poll: ବିହାରରେ କଂଗ୍ରେସର ଉଦୟ ଓ ନୀତିଶଙ୍କ ବିରାଟ ପରାଜୟ !
ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ପାଇଁ କୋରୋନା ଟୀକା ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିବ । ଭାରତର ଜନସଂଖ୍ୟା ବହୁତ ଅଧିକ । ଆମକୁ ସମୟ ଦେବାକୁ ପଡିବ ଏବଂ ଦେଖିବାକୁ ପଡ଼ିବ ଯେ ଆମେ ଏହାକୁ ଅନ୍ୟ ଫ୍ଲୁ ଟୀକା ପରି କିପରି ବଜାରରୁ କିଣି ଏହାକୁ ଘରକୁ ନେଇପାରିବା । ବାସ୍ତବରେ ଏହା ଏକ ଆଦର୍ଶ ସାମାନ୍ୟ ପରିସ୍ଥିତି ହେବ ।