ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?
Advertisement

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?

 ପଶ୍ଚିମବଙ୍ଗର ଗୌରବର ପ୍ରତୀକ କ୍ରିକେଟର ସୌରଭ ଗାଙ୍ଗୁଲି ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବେ କି? ବିଧାନସଭା ନିର୍ବାଚନରେ ​​ବିଜେପି ମମତା ବାନାର୍ଜୀ (Mamata Banerjee) ଙ୍କ ଲୋକପ୍ରିୟତାର ମୁକାବିଲା ପାଇଁ ଗାଙ୍ଗୁଲିଙ୍କୁ ମୈଦାନରେ ଓହ୍ଲାଇବ କି? ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (West Bengal BJP President) ଦିଲୀପ ଘୋଷ (Dilip Ghosh) ଙ୍କ ନିକଟ ଅତୀତରେ ଦେଇଥିବା ବୟାନରୁ ଏହି ପ୍ରଶ୍ନ ଉଠିଛି । 

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ସୌରଭ ଗାଙ୍ଗୁଲି?

ତମାଲ ବାକଚି, ନୂଆଦିଲ୍ଲୀ: West Bengal Assembly Polls 2021: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ବିଶେଷକରି ବିଜେପି (BJP) ଜୋରଦାର ପ୍ରସ୍ତୁତି କରୁଛି । ଏଥିପାଇଁ ଦଳ କ୍ରମାଗତ ରଣନୀତି ପ୍ରସ୍ତୁତରେ ଲାଗିଛି । ଏହା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ବିଜେପିରେ ଯୋଗଦେବାକୁ ନେଇ ବିଭିନ୍ନ କଳ୍ପଜଳ୍ପନା ଲାଗିରହିଛି । ପଶ୍ଚିମବଙ୍ଗର ଗୌରବର ପ୍ରତୀକ କ୍ରିକେଟର ସୌରଭ ଗାଙ୍ଗୁଲି ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବେ କି? ବିଧାନସଭା ନିର୍ବାଚନରେ ​​ବିଜେପି ମମତା ବାନାର୍ଜୀ (Mamata Banerjee) ଙ୍କ ଲୋକପ୍ରିୟତାର ମୁକାବିଲା ପାଇଁ ଗାଙ୍ଗୁଲିଙ୍କୁ ମୈଦାନରେ ଓହ୍ଲାଇବ କି? ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (West Bengal BJP President) ଦିଲୀପ ଘୋଷ (Dilip Ghosh) ଙ୍କ ନିକଟ ଅତୀତରେ ଦେଇଥିବା ବୟାନରୁ ଏହି ପ୍ରଶ୍ନ ଉଠିଛି । ଘୋଷ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ପରି ସଫଳ ବ୍ୟକ୍ତିମାନେ ରାଜନୀତିରେ ଆସିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ

ସେ କହିଛନ୍ତି ଯେ, "ଆମେ ସମସ୍ତ ଲୋକଙ୍କୁ ଅପିଲ କରୁଛୁ ଯେ ସେମାନେ ଆସନ୍ତୁ ଓ ବିଜେପିରେ ସାମିଲ ହେଉ । ସୌରଭ ଗାଙ୍ଗୁଲିଙ୍କ ପରି ସଫଳ ବ୍ୟକ୍ତିମାନେ ରାଜନୀତିରେ ଆସିବା ଉଚିତ । ସମସ୍ତଙ୍କୁ ସ୍ୱୀକାର କରିବାକୁ ତଥା ରାଜ୍ୟ ସରକାରଙ୍କ ସହ ଲଢ଼ିବାକୁ ବିଜେପି ପ୍ରସ୍ତୁତ ଅଛି ।"

ରାଜ୍ୟପାଳଙ୍କ ସହ ସାକ୍ଷାତ
 
ଏହାର ଗୋଟିଏ ଦିନ ପୂର୍ବରୁ ଗାଙ୍ଗୁଲି ରାଜ୍ୟପାଳ ଜଗଦୀପ ଧନଖର (West Bengal Governor Jagdeep Dhankhar) ଙ୍କୁ ଭେଟିଥିଲେ । ସେ ହଠାତ୍ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିବାକୁ ଯାଇଥିଲେ । ଏହି ବୈଠକକୁ ରାଜ ଭବନ କେବଳ ଆନୁଷ୍ଠାନିକ ବୋଲି କହିଥିଲା କିନ୍ତୁ ଅନେକ କଳ୍ପନାଜଳ୍ପନା କରାଯାଉଛି । ସେପଟେ ରାଜ୍ୟପାଳଙ୍କୁ ଭେଟିବା ପ୍ରଶ୍ନ ଉପରେ ଗାଙ୍ଗୁଲି କହିଛନ୍ତି ଯେ ସେ କାହା ସହିତ ସାକ୍ଷାତ କରିପାରିବେ ନାହିଁ କି? ଏହାସହ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ପରିଦର୍ଶନ କରିବାକୁ ବିସିସିଆଇ ମୁଖ୍ୟ (BCCI President) ରାଜ୍ୟପାଳଙ୍କୁ ଆମନ୍ତ୍ରଣ କରିଥିଲେ ।

ଅଧିକ ପଢ଼ନ୍ତୁ:-ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ

ତେବେ ପ୍ରଶ୍ନ ଉଠୁଛି ଯେ କ'ଣ ମାମଲା କେବଳ ଏତିକିରେ ରହିଛି । ସୌରଭ ଗାଙ୍ଗୁଲିଙ୍କ ବିଜେପିରେ ଯୋଗଦେବା ଗୁଜବ ନୂଆ ନୁହେଁ । ଅତୀତରେ ଏହାକୁ ନେଇ ବହୁଥର ଚର୍ଚ୍ଚା ହୋଇସାରିଛି ଏବଂ ସେ ଏହା ଉପରେ ନୀରବ ରହିଛନ୍ତି । 

ଏହି କଳ୍ପନା ଜଳ୍ପନା ଉପରେ ତୃଣମୂଳ କଂଗ୍ରେସ (TMC)  ତରଫରୁ ପ୍ରତିକ୍ରିୟା ଆସିଛି । ଗତମାସରେ ଟିଏମସି ସାଂସଦ ସୌଗତ ରୟ (TMC MP Saugata Roy) କହିଥିଲେ ଯେ ଯଦି ସୌରଭ ଏଭଳି ନିଷ୍ପତ୍ତି ନିଅନ୍ତି ତେବେ ସେ ଅତ୍ୟନ୍ତ ଦୁଃଖିତ ହେବେ । ସୌରଭ ଗାଙ୍ଗୁଲି ହେଉଛନ୍ତି ସମସ୍ତ ବଙ୍ଗୀୟମାନଙ୍କ ପାଇଁ ଏକ ଆଇକନ୍ । ଯଦି ସେ ରାଜନୀତିରେ ପ୍ରବେଶ କରନ୍ତି ତେବେ ମୁଁ ଖୁସି ହେବି ନାହିଁ । ସେ ବଙ୍ଗଳାର ଏକମାତ୍ର କ୍ରିକେଟ୍ ଅଧିନାୟକ ଥିଲେ, ଟିଭି ଶୋ' ଯୋଗୁଁ ମଧ୍ୟ ସେ ବିଖ୍ୟାତ । ରାଜନୀତିରେ ତାଙ୍କର କୌଣସି ପୃଷ୍ଠଭୂମି ନାହିଁ, ତେଣୁ ସେ ଏଠାରେ ତିଷ୍ଠି ପାରିବେ ନାହିଁ । 

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର

ଟିଏମସି ସାଂସଦ ଆହୁରି କହିଥିଲେ ଯେ ସୌରଭ ଗାଙ୍ଗୁଲି ଦେଶ ତଥା ଗରିବ ଲୋକଙ୍କ ସମସ୍ୟା ବିଷୟରେ ଜାଣି ନାହାଁନ୍ତି କିମ୍ବା ଦାରିଦ୍ର ତଥା ଶ୍ରମିକଙ୍କ ସମସ୍ୟା ବିଷୟରେ ମଧ୍ୟ ଜାଣି ନାହାଁନ୍ତି । ବିଜେପିକୁ କଟାକ୍ଷ କରି ସୌଗତ ରୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର କୌଣସି ପ୍ରାର୍ଥୀ ନାହାଁନ୍ତି, ସେଥିପାଇଁ ସେ ଏଭଳି ପ୍ରଚାର କରୁଛି ।

ସୌରଭ ପ୍ରଥମେ ମମତା ବାନାର୍ଜୀଙ୍କ ନିକଟତର ଥିଲେ । ଯେତେବେଳେ ପୂର୍ବତନ କ୍ରିକେଟର ୨୦୧୬ରେ ବଙ୍ଗଳା କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ତାଙ୍କୁ ରାଜ୍ୟ ସରକାର ଏବଂ ଟିଏମସିର ସମର୍ଥନ ଥିବା କୁହାଯାଉଥିଲା ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ଝଟକା, କଂଗ୍ରେସ ପାଇଁ ଭଲ ଖବର

ଏହା ମଧ୍ୟ କୁହାଯାଇଥିଲା ଯେ ସିଏବି ନିର୍ବାଚନରେ ​​ଦୀର୍ଘ ଦିନ ଧରି ଅଧ୍ୟକ୍ଷ ଥିବା ସ୍ୱର୍ଗତ ଜଗମୋହନ ଡାଲମିଆଙ୍କ ଝିଅ ବୈଶାଲୀ ଡାଲମିଆ ସୌରଭଙ୍କୁ ସମର୍ଥନ କରିଥିଲେ । ଟିଏମସି ଟିକେଟରେ ୨୦୧୬ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବୈଶାଲୀ ମୁଖ୍ୟମନ୍ତ୍ରୀଙ୍କ ନିକଟତର ବୋଲି ମନେ କରାଯାଏ ।

ବାସ୍ତବରେ, ବର୍ତ୍ତମାନ ବିଜେପି ପକ୍ଷରୁ କୁହାଯାଇଛି ଯେ ସେ ବିନା ଚେହେରାରେ ବଙ୍ଗଳା ନିର୍ବାଚନକୁ ଓହ୍ଲାଇବ । କିନ୍ତୁ ଦୀର୍ଘ ଦିନ ଧରି ସୌରଭ ଗାଙ୍ଗୁଲି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏହାର କୌଣସି ନିଶ୍ଚିତତା ନାହିଁ ।

ବିଗତ କିଛି ସମୟ ଧରି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶେଷକରି ଅମିତ ଶାହଙ୍କ ସହିତ ତାଙ୍କର ନିକଟତରତା ଦେଖାଯାଉଥିଲା । ତାଙ୍କର ବିସିସିଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । କୌଣସି କ୍ରିକେଟ୍ ପୃଷ୍ଠଭୂମି ନ ଥାଇ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ବିସିସିଆଇରେ ଚୟନ ହେବା ଏହି କଳ୍ପନାଜଳ୍ପନାକୁ ବଳ ମିଳିଥିଲା ।

ଅଧିକ ପଢ଼ନ୍ତୁ:-ଆଜି ଅମିତ ଶାହଙ୍କ ସହ ନଜର ଆସିବେ ଗାଙ୍ଗୁଲି, ଗତକାଲି ବଙ୍ଗଳାର ରାଜ୍ୟପାଳଙ୍କ ସହ କରିଥିଲେ ବୈଠକ

ସେପଟେ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ବେଙ୍ଗଲରେ ଥିବାବେଳେ ତାଙ୍କୁ ମଧ୍ୟ ଏ ବିଷୟରେ ପଚରାଯାଇଥିଲା । କିନ୍ତୁ ଅମିତ ଶାହ ଏହାର ଉତ୍ତର ଦେଇନଥିଲେ ଏବଂ କହିଥିଲେ ଯେ ଏପର୍ଯ୍ୟନ୍ତ ଏପରି କୌଣସି କଥା ହୋଇନାହିଁ, ଯେତେବେଳେ ବି ନିଷ୍ପତ୍ତି ନିଆଯିବ, ସୂଚନା ଦିଆଯିବ ।

ରାଜନୀତିରେ ତାଙ୍କର ଏଣ୍ଟ୍ରିକୁ ନେଇ କଳ୍ପନାଜଳ୍ପନାକୁ ନିଜେ ସୌରଭ ଗାଙ୍ଗୁଲି ଖାରଜ କରିଆସୁଛନ୍ତି । ଆପଣଙ୍କୁ କହ ରଖୁଛୁ ଯେ ମେ ୨୦୨୧ରେ ବଙ୍ଗଳାରେ ନିର୍ବାଚନ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇ ଜାରି ରହିଛି ।