ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ପୁଣି ଦୁଇ ଗୋଷ୍ଠୀରେ ଭାଗ ହେଲା ଦୁନିଆ, ପଢ଼ନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha1088548

ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ପୁଣି ଦୁଇ ଗୋଷ୍ଠୀରେ ଭାଗ ହେଲା ଦୁନିଆ, ପଢ଼ନ୍ତୁ ପୂରା ରିପୋର୍ଟ

Russia Ukraine Conflict: ଆମେରିକାର ପ୍ରତିରକ୍ଷା ବିଭାଗ (US Department of Defense) ର ପ୍ରେସ ସଚିବ ଜନ୍ କିର୍ବି (John Kirby) କହିଛନ୍ତି ଯେ, ଆମେରିକା (America) ପୂର୍ବ ୟୁରୋପ (Eastern Europe) ରେ ଆହୁରି ତିନି ହଜାର ସୈନ୍ୟ ମୁତୟନ କରିବାକୁ ଯାଉଛି ।ଆମେରିକାର ଏହି ପଦକ୍ଷେପକୁ ନେଇ କ୍ରୋଧିତ ଋଷ (Russia) ୟୁକ୍ରେନ (Ukraine) ସୀମାରେ ଭାରୀ ଅସ୍ତ୍ରଶସ୍ତ୍ର ମୁତୟନ ବୃଦ୍ଧି କରିଛି ।

ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ପୁଣି ଦୁଇ ଗୋଷ୍ଠୀରେ ଭାଗ ହେଲା ଦୁନିଆ,  ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: Russia Ukraine Conflict: ୟୁକ୍ରେନ (Ukraine) କୁ ନେଇ ଆମେରିକା (US) ଓ ଋଷ (Russia) ମଧ୍ୟରେ ଚାଲିଥିବା ବିବାଦ ଧୀରେ ଧୀରେ ଯୁଦ୍ଧ ଆଡ଼କୁ ଗତି କରୁଛି । ଉଭୟ ଦେଶ ମଧ୍ୟରେ କୂଟନୈତିକ ପ୍ରୟାସର ବିଫଳତା ପରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି ଓ ଦୁନିଆରେ ଆଉ ଏକ ମହା ଯୁଦ୍ଧର ଆଶଙ୍କା ଦେଖାଦେଇଛି ।

ଆମେରିକାର ପ୍ରତିରକ୍ଷା ବିଭାଗ (US Department of Defense) ର ପ୍ରେସ ସଚିବ ଜନ୍ କିର୍ବି (John Kirby) କହିଛନ୍ତି ଯେ, ଆମେରିକା (America) ପୂର୍ବ ୟୁରୋପ (Eastern Europe) ରେ ଆହୁରି ତିନି ହଜାର ସୈନ୍ୟ ମୁତୟନ କରିବାକୁ ଯାଉଛି । ଆମେରିକାର ଏହି ପଦକ୍ଷେପକୁ ନେଇ କ୍ରୋଧିତ ଋଷ (Russia) ୟୁକ୍ରେନ (Ukraine) ସୀମାରେ ଭାରୀ ଅସ୍ତ୍ରଶସ୍ତ୍ର ମୁତୟନ ବୃଦ୍ଧି କରିଛି ।

କିର୍ବି କହିଛନ୍ତି ଯେ, ଆମେରିକାର ସୈନ୍ୟବାହିନୀର ପ୍ରଥମ ବ୍ୟାଚରେ ୧୭୦୦ ସୈନିକଙ୍କୁ ୟୁକ୍ରେନ ସହିତ ସୀମା ଲାଗିଥିବା ପୋଲାଣ୍ଡକୁ ପଠାଯିବ । ଏହାସହ ୩୦୦ ସୈନିକଙ୍କୁ ଜର୍ମାନୀ ପଠାଯିବ । ଅନ୍ୟପଟେ ଜର୍ମାନୀରେ ପୂର୍ବରୁ ଉପସ୍ଥିତ ଥିବା ୧୦୦୦ ସୈନିକଙ୍କୁ ରୋମାନିଆ ପଠାଯିବ ।  କିର୍ବି କହିଛନ୍ତି ଯେ, ଏହି ସୈନିକମାନେ ଗତ ମାସରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ତରଫରୁ ୮୫୦୦ ସୈନିକ ମୁତୟନର ଘୋଷଣାର ଅତିରିକ୍ତ ଅଟେ ।

ବାସ୍ତବରେ, ଗତ ମାସରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଯେକୌଣସି ମୁହୂର୍ତ୍ତରେ ମୁତୟନ ପାଇଁ ୮,୫୦୦ ସୈନିକଙ୍କୁ ପ୍ରସ୍ତୁତ ରଖିଛି, ଏହି ସୈନିକ ନାଟୋ (NATO) ର ମିଳିତ ୪୦,୦୦୦ ସେହି ଗୁଚ୍ଛାର ଏକ ଅଂଶ, ଯାହା ୟୁକ୍ରେନ ଉପରେ ଋଷର ଆକ୍ରମଣାତ୍ମକ ମନୋଭାବ ପରଠାରୁ ହାଇ ଆଲର୍ଟରେ ରଖାଯାଇଛି ।

ଏଥି ସହିତ ନାଟୋ (NATO) ର ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ସୀମାରେ ଚାଲିଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ନେଇ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ଋଷ ଗତ ୩୦ ବର୍ଷ ମଧ୍ୟରେ ବେଲାଷ (Belarus) ରେ କେବେ ମଧ୍ୟ ଏତେ ସଂଖ୍ୟାରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଇ ନାହିଁ, ଯାହା ବର୍ତ୍ତମାନ ପଠା ଯାଉଛି । ଗତ କିଛି ଦିନ ହେବ ବେଲାଋଷରେ ଋଷର ସୈନିକମାନଙ୍କର ସମାବେଶ ବୃଦ୍ଧି ପାଇବାରେ ଲାଗିଛି । ବେଲାଋଷରେ ଋଷ ୩୦,୦୦୦ ସୈନ୍ୟ, ଯୁଦ୍ଧ ବିମାନ, S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏବଂ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମୁତୟନ କରିଛି ।

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ହ୍ରାସ, କିନ୍ତୁ ଚିନ୍ତା ବଢ଼ାଉଛୁ ମୃତ୍ୟୁ ସଂଖ୍ୟା

ଏହା ବି ପଢ଼ନ୍ତୁ:-ଏହି ସବୁ ରାଜ୍ୟରେ ଖୋଲି ସାରିଛି ସ୍କୁଲ, କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍, ଛାତ୍ରଙ୍କୁ ମିଳିବ ଅନଲାଇନ୍ କ୍ଲାସର ବିକଳ୍ପ

ଏହା ବି ପଢ଼ନ୍ତୁ:-ଚନ୍ନିଙ୍କ ବଢ଼ିଲା ଅସୁବିଧା, ଜାଣନ୍ତୁ କାହିଁକି?

ଏହା ବି ପଢ଼ନ୍ତୁ:-ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ତୁରନ୍ତ କରନ୍ତୁନି ଏହି ୬ଟି କାମ

 

ଉଲ୍ଲେଖନୀୟ ବିଷୟ ହେଉଛି, ଋଷ ୟୁକ୍ରେନ (Ukraine) ସୀମା ନିକଟରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି । ସଙ୍କଟ ଦୂର କରିବା ପାଇଁ ଆମେରିକା ଓ ସହଯୋଗୀମାନଙ୍କ ଦ୍ୱାରା କୂଟନୈତିକ ପ୍ରୟାସ ସତ୍ତ୍ୱେ ଋଷ ୟୁକ୍ରେନ ସୀମାରେ ସୈନ୍ୟ ଓ ସାମରିକ ଉପକରଣ ନିର୍ମାଣ ଜାରି ରଖିଛି । ଏହା ମଧ୍ୟ କୁହାଯାଉଛି ଯେ ୟୁକ୍ରେନ ସହ ଲାଗିଥିବା ସୀମା ନିକଟରେ ଋଷ ୧,୦୦,୦୦୦ ସୈନ୍ୟ ମୁତୟନ କରିବା ପରେ ଋଷ କିଛି ଦେଶରୁ ସହାୟତା ଲୋଡିଛି । ଆଜି (ଶୁକ୍ରବାର) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ବେଜିଂରେ ଭେଟିବାକୁ ଯାଉଛନ୍ତି ।

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଚେତାବନୀ ଦେଇଛନ୍ତି ଓ ଋଷର କୌଣସି ଆକ୍ରମଣର ଜବାବରେ ଭୟଙ୍କର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।