ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ ଆଫଗାନିସ୍ତାନ (Afghanistan) ର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଏପ୍ରିଲ୍ ସୁଦ୍ଧା ୯.୪ ବିଲିୟନ ଡ଼ଲାରର ସଂରକ୍ଷିତ ସମ୍ପତ୍ତି ଥିଲା । ଏହା ଦେଶର ବାର୍ଷିକ ଆୟର ଏକ ତୃତୀୟାଂଶ ।
Trending Photos
ନୂଆଦିଲ୍ଲୀ: Taliban take over Afghanistan: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (International Monetary Fund-IMF) ପରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ (World Bank) ଆଫଗାନିସ୍ତାନ (Afghanistan) ର ସମସ୍ତ ପ୍ରକଳ୍ପ ପାଇଁ ପାଣ୍ଠି ବନ୍ଦ କରିଦେଇଛି । ଆଫଗାନିସ୍ତାନରେ ତାଲିବାନ (Taliban) ର ଶାସନକୁ ନେଇ ବିଶ୍ୱ ବ୍ୟାଙ୍କ ଉଦ୍ୱେଗ ପ୍ରକାଶ କରିଛି ଓ କହିଛି ଯେ ଏହି ପରିବର୍ତ୍ତନ ଦେଶର ବିକାଶ ତଥା ମହିଳାଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ଆର୍ଥିକ କ୍ଷେତ୍ରରେ ତାଲିବାନ ପାଇଁ ଏହା ଏକ ବଡ ପ୍ରତିବନ୍ଧକ ।
ବାଇଡେନ୍ ପ୍ରଶାସନ (Biden administration) ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ (Afghanistan's central bank) ର ସମ୍ପତ୍ତିକୁ ଫ୍ରିଜ୍ କରିସାରିଛି । ବିଶ୍ୱ ବ୍ୟାଙ୍କ (World Bank) ର ମୁଖପାତ୍ର ବିବିସି ସହ ବାର୍ତ୍ତାଳାପରେ କହିଛନ୍ତି ଯେ, "ବର୍ତ୍ତମାନ ଆଫଗାନିସ୍ତାନରେ ଫଣ୍ଡିଂକୁ ବନ୍ଦ କରିଛୁ । ଆମେ ସେଠାରେ ଥିବା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଓ ଆମର ନୀତି ଏବଂ ପ୍ରକ୍ରିୟା ଅନୁଯାୟୀ ପରିସ୍ଥିତିର ମୂଲ୍ୟାଙ୍କନ କରୁଛୁ । ଆମେ ମଧ୍ୟ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଓ ଆମର ସହଯୋଗୀମାନଙ୍କ ସହିତ ଯୋଗାଯୋଗରେ ଅଛୁ । ମିଳିତ ଭାବେ ଆମେ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବା ଓ ସେଠାରେ ବିକାଶ ଜାରି ରଖିବା ପାଇଁ ଉପାୟ ଖୋଜୁଛୁ ।"
୨୦୦୨ ପରଠାରୁ ଆଫଗାନିସ୍ତାନରେ ବିକାଶମୂଳକ ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ (World Bank) ୫.୩ ବିଲିୟନ ଡଲାରରୁ ଅଧିକ ସହାୟତା ଯୋଗାଇ ଦେଇଛି । ବିଶ୍ୱ ବ୍ୟାଙ୍କ ଶୁକ୍ରବାର କହିଛି ଯେ କାବୁଲରୁ ତାଙ୍କ ଦଳ ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ଭାବେ ଆଫଗାନିସ୍ତାନରୁ ସ୍ଥାନାନ୍ତର କରାଯାଇଛି ।
ବିଶ୍ୱ ବ୍ୟାଙ୍କର ଏହି ପଦକ୍ଷେପ ନୂଆ ତାଲିବାନ ସରକାର ପାଇଁ ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ବଡ଼ ଝଟକା । ଗତ ସପ୍ତାହରେ IMF ମଧ୍ୟ ଆଫଗାନିସ୍ତାନକୁ ଦିଆଯାଉଥିବା ଫଣ୍ଡିଂ ଉପରେ ରୋକ ଲଗାଇବାର ଘୋଷଣା କରିଥିଲା । ଆଇଏମଏଫ ମୁଖପାତ୍ର କହିଛନ୍ତି ଯେ, ତାଲିବାନର ଶାସନକୁ ସ୍ୱୀକୃତି ଦେବେ କି ନାହିଁ ତାହା ଉପରେ ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ନାହିଁ ।
ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥାଇପାରେ, କିନ୍ତୁ ତାକୁ ଦେଶର ଅଧିକାଂଶ ମୁଦ୍ରା ଭଣ୍ଡାର ଓ ସମ୍ପତ୍ତି ଯାଏ ପହଞ୍ଚିବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ଗତ ସପ୍ତାହ ସୁଦ୍ଧା ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ, ଦ ଆଫଗାନିସ୍ତାନ ବ୍ୟାଙ୍କ (DAB) ର ସମ୍ପତ୍ତି ପ୍ରାୟ ୧୦ ବିଲିୟନ ଡଲାର ଥିଲା । ତେବେ ଏହି ସମ୍ପତ୍ତିର ଅଧିକାଂଶ ଆଫଗାନିସ୍ତାନ ବାହାରେ ରହିଛି, ଯାହା ତାଲିବାନ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ ନୁହେଁ । ଆଫଗାନିସ୍ତାନର ମୋଟ ମୁଦ୍ରା ସମ୍ପତ୍ତି ମଧ୍ୟରୁ ଅଳ୍ପ ପରିମାଣର ନଗଦ ଆଫଗାନିସ୍ତାନରେ ପଡିଛି । ତାଲିବାନ ଦଖଲ ନେବା ପୂର୍ବରୁ କାବୁଲ ଛାଡିଥିବା DAB ର କାର୍ଯ୍ୟକାରୀ ଗଭର୍ଣ୍ଣର ଅଜମଲ ଅହମ୍ମଦ ଏହା ନିଶ୍ଚିତ କରିଛନ୍ତି ।
DAB ର କାର୍ଯ୍ୟକାରୀ ଗଭର୍ଣ୍ଣର ଅହମ୍ମଦ କହିଛନ୍ତି ଯେ," ସୁରକ୍ଷା ଅବସ୍ଥା ଖରାପ ହେବା କାରଣରୁ ଆମେରିକୀୟ ଡଲାର ଆସିନାହିଁ ଓ ଏହି କାରଣରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ନଗଦ ଟଙ୍କା ନାହିଁ । ତାଲିବାନ କବଜା ଭୟରେ ଆମେରିକା ସମେତ ଅଧିକାଂଶ ଦେଶ ଆଫଗାନିସ୍ତାନକୁ ନଗଦ ପଠାଇବା ବନ୍ଦ କରିଦେଇଥିଲେ । ଅହମ୍ମଦ ଏକ ଟ୍ୱିଟରେ କହିଛନ୍ତି ଯେ ତାଲିବାନ ସାମରିକ ଶକ୍ତି ଆଧାରରେ ବିଜୟ ହାସଲ କରିଛି, କିନ୍ତୁ ସରକାର ଚଳାଇବା ଏତେ ସହଜ ନୁହେଁ ।"
ଅଧିକ ପଢ଼ନ୍ତୁ:-LIC ପଲିସି ଧାରକମାନେ ହୋଇଯାଆନ୍ତୁ ସାବଧାନ! ବୁଡ଼ି ଯାଇପାରେ ଆପଣଙ୍କ ଜୀବନ ସାରାର କଷ୍ଟ ଉପାର୍ଜିତ ଧନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଏପ୍ରିଲ୍ ସୁଦ୍ଧା ୯.୪ ବିଲିୟନ ଡ଼ଲାରର ସଂରକ୍ଷିତ ସମ୍ପତ୍ତି ଥିଲା । ଏହା ଦେଶର ବାର୍ଷିକ ଆୟର ଏକ ତୃତୀୟାଂଶ । ୱାଶିଂଟନ୍ ପୋଷ୍ଟ ଏହି ଘଟଣାରେ ପରିଚିତ ଏକ ସୂତ୍ରରୁ ଲେଖିଛି ଯେ ଆଫଗାନିସ୍ତାନ ସରକାରଙ୍କ କୋଟି କୋଟି ଟଙ୍କା ଆମେରିକାରେ ରଖାଯାଇଛି । ସାଧାରଣତ ବିକାଶଶୀଳ ଦେଶଗୁଡିକର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କର ସମ୍ପତ୍ତିକୁ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ଅଫ୍ ନ୍ୟୁୟର୍କ (FRBNY) କିମ୍ବା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଭଳି ସଂସ୍ଥା ପାଖରେ ରଖନ୍ତି । ଆଫଗାନିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କର ବୟାନ ଅନୁଯାୟୀ ଏହାର ୬.୧ ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ରହିଛି, ଯାହାର ଏକ ବଡ଼ ଅଂଶ ଆମେରିକାରୁ କରାଯାଇଛି ।
ଅଧିକ ପଢ଼ନ୍ତୁ:-ତାଲିବାନକୁ ମାନ୍ୟତା ଦେବାରେ ଲାଗିଛି ଚୀନ୍-ପାକିସ୍ତାନ, ବିଶେଷଜ୍ଞ ଦେଲେ ଚେତାବନୀ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍ଅ