ତାଲିବାନ କ୍ଷମତାକୁ ଆସିବା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସାମିଲ ଅଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କାବୁଲରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
Trending Photos
କାବୁଲ: Taliban take over Afghanistan: ୨୦ ବର୍ଷ ପରେ ଆଫଗାନିସ୍ତାନ (Afghanistan) ପୁଣିଥରେ ତାଲିବାନ (Taliban) ଦଖଲ ଆସିଯାଇଛି । ତାଲିବାନ ଅଗଷ୍ଟ ୧୫ରେ କାବୁଲ (Kabul) କୁ କବଜା କରିନେଇଥିଲା । ଏହା ପରେ ରାଷ୍ଟ୍ରପତି ଅଶରଫ ଘାନି (Ashraf Ghani) ଦେଶ ଛାଡି ପଳାୟନ କରିଥିଲେ । ସାଧାରଣ ଲୋକମାନେ ମଧ୍ୟ ଯେକୌଣସି ମୂଲ୍ୟରେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଶ ଛାଡି ପଳାୟ କରିସାରିଛନ୍ତି, କିନ୍ତୁ ବର୍ତ୍ତମାନ ତାଲିବାନ ତରଫରୁ ଚେତାବନୀ ଦିଆଯାଇଛି ଯେ ସେମାନେ କୌଣସି ଆଫଗାନ (Afghani) ନାଗରକଙ୍କୁ ଦେଶ ଛାଡିବାକୁ ଦେବେ ନାହିଁ ।
ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ୍ (Zabiullah Mujahid) ମଙ୍ଗଳବାର ଗଣମାଧ୍ୟମକୁ କହିଛି ଯେ, ବର୍ତ୍ତମାନ କୌଣସି ଆଫଗାନୀଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ । ତଥାପି, ବିଦେଶୀ ନାଗରିକମାନେ ନିଜ ଦେଶକୁ ଫେରିପାରିବେ । ମୁଜାହିଦ୍ ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ୍ ସିଏନ୍ଏନ୍ କୁ କହିଛି, "ବିମାନ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରାଯାଇଛି । ଆଫଗାନ ନାଗରିକ ସେହି ରାସ୍ତାରୁ ବିମାନବନ୍ଦରକୁ ଯାଇପାରିବ ନାହିଁ, କିନ୍ତୁ ବିଦେଶୀ ନାଗରିକଙ୍କୁ ବିମାନବନ୍ଦରକୁ ଯିବାକୁ ଅନୁମତି ଦିଆଯିବ ।"
ଜବିଉଲ୍ଲାହ କହିଛି ଯେ, "ଅତୀତରେ ଦେଶ ଛାଡିଥିବା ସମସ୍ତ ଆଫଗାନିସ୍ତାନ ନାଗରିକମାନେ ନିଜ ଦେଶକୁ ଫେରିବା ଉଚିତ୍ । ତାଲିବାନ କହିଛି, ଆମେ ଆଉ କୌଣସି ଆଫଗାନୀଙ୍କୁ ଦେଶ ଛାଡିବାକୁ ଦେବୁ ନାହିଁ ଓ ଆମେ ମଧ୍ୟ ଏଥିରେ ଖୁସି ନୁହଁ । ଆଫଗାନିସ୍ତାନର ଡାକ୍ତର ଓ ଶିକ୍ଷାବିତମାନେ ଦେଶ ଛାଡିବା ଉଚିତ୍ ନୁହେଁ ଓ ସେମାନେ ନିଜ ଦେଶରେ କାମ କରିବା ଉଚିତ୍ ।"
ଅଧିକ ପଢ଼ନ୍ତୁ:-ତାଲିବାନକୁ ଲାଗିଲା ଆଉ ଆଉ ଏକ ବଡ଼ ଝଟକା
ଅଧିକ ପଢ଼ନ୍ତୁ:-LIC ପଲିସି ଧାରକମାନେ ହୋଇଯାଆନ୍ତୁ ସାବଧାନ! ବୁଡ଼ି ଯାଇପାରେ ଆପଣଙ୍କ ଜୀବନ ସାରାର କଷ୍ଟ ଉପାର୍ଜିତ ଧନ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା
ତାଲିବାନ କ୍ଷମତାକୁ ଆସିବା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସାମିଲ ଅଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ କାବୁଲରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଆମେରିକୀୟ ନାଗରିକ, ନାଟୋ କର୍ମଚାରୀ ଏବଂ ବିପଦରେ ଥିବା ଆଫଗାନିସ୍ତାନ ନାଗରିକ ଅନ୍ତର୍ଭୁକ୍ତ ଅଛନ୍ତି ।
ତାଲିବାନର ଏହି ବିବୃତ୍ତି ଉପରେ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି (White House Press Secretary Jen Psaki) ସିଏନଏନକୁ କହିଛନ୍ତି ଯେ, ଏହା ସେହି ଆଫଗାନୀ ନାଗରିକଙ୍କ ଉପରେ ପ୍ରଭାବ ପକାଇବ ନାହିଁ, ଯେଉଁମାନଙ୍କୁ ଆମେରିକା ପ୍ରାଥମିକତା ଦେଇଛି । ସେ କହିଛନ୍ତି ଯେ ତାଲିବାନକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି ଓ ଏପରି ଲୋକଙ୍କୁ ବିମାନବନ୍ଦରରେ ପହଞ୍ଚିବାକୁ ଅନୁମତି ଦିଆଯିବା ଉଚିତ ବୋଲି କୁହାଯାଇଛି ।
ଅଧିକ ପଢ଼ନ୍ତୁ:-ତାଲିବାନକୁ ମାନ୍ୟତା ଦେବାରେ ଲାଗିଛି ଚୀନ୍-ପାକିସ୍ତାନ, ବିଶେଷଜ୍ଞ ଦେଲେ ଚେତାବନୀ
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍ଅ