କିମ ଜୋଙ୍ଗଙ୍କ ନୂଆ ଆଦେଶ, ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ହତ୍ୟା କରାଯାଉ ସମସ୍ତ କୁକୁର
Advertisement
Article Detail0/zeeodisha/odisha730405

କିମ ଜୋଙ୍ଗଙ୍କ ନୂଆ ଆଦେଶ, ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ହତ୍ୟା କରାଯାଉ ସମସ୍ତ କୁକୁର

 ଉତ୍ତର କୋରିଆର ଖବରକାଗଜ ଚୋସୁନ୍ ଇଲବୋ( Chosun Ilbo) ଅନୁଯାୟୀ ଉତ୍ତର କୋରିଆର କର୍ତ୍ତୃପକ୍ଷ ଏପରି ଘରକୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି । ଯେଉଁମାନେ ଘରେ କୁକୁର(Dog) ପାଳୁଛନ୍ତି । ଲୋକଙ୍କ ଠାରୁ ସେମାନଙ୍କର କୁକୁରକୁ ଛଡ଼େଇ ନିଆଯାଉଛି । ଏହି କୁକୁରମାନଙ୍କୁ ସରକାରୀ ପ୍ରାଣୀ ଉଦ୍ୟାନରେ ରଖାଯାଉଛି ଏବଂ ଏଠାରୁ କୁକୁରମାନଙ୍କର ମାଂସ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟଗୁଡିକରେ ବିକ୍ରି କରାଯାଉଛି ।

କିମ ଜୋଙ୍ଗଙ୍କ ନୂଆ ଆଦେଶ, ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ହତ୍ୟା କରାଯାଉ ସମସ୍ତ କୁକୁର

ପ୍ୟୋଙ୍ଗୟାଙ୍ଗ: ଆଜିକାଲି ବିଭିନ୍ନ ଅସୁବିଧାର ମଧ୍ୟ ଦେଇ ଗତି କରୁଛି  ଉତ୍ତର କୋରିଆ(North Korea) । ଗୋଟିଏ ପଟେ କୋରୋନା ଭାଇରସ(Coronavirus)ଏବଂ ଅନ୍ୟପଟେ ହେଉଛି ଖାଦ୍ୟ ଅଭାବରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସଙ୍କଟର ମୁକାବିଲା ପାଇଁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଶସ୍ୟ କିଣିବା କିମ୍ବା ଚାଷକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ କୁକୁରମାନ(Dogs)ଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିମଙ୍କ ଆଦେଶ ପରେ କୁକୁର ପାଳନ କରୁଥିବା ଲୋକମାନେ ବହୁତ ଭୟଭୀତ ଅଛନ୍ତି । ଏହାସହ ସେମାନେ ଚିନ୍ତିତ ଅଛନ୍ତି ଯେ ବର୍ତ୍ତମାନ ଯେଉଁମାନଙ୍କୁ ସ୍ନେହପୂର୍ଣ୍ଣ ଭାବରେ ପାଳିତ କୁକୁରକୁ ହତ୍ୟା କରାଯିବ । ବାସ୍ତବରେ କିମ ଜୋଙ୍ଗ ଉନ(Kim Jong Un) ଚଳିତ ବର୍ଷ ଜୁଲାଇରେ ଘୋଷଣା କରିଥିଲେ ଯେ ଦେଶରେ କୁକୁର ରଖିବା ବେଆଇନ ଅଟେ । ସେ ଘରେ କୁକୁର ପାଳିବା ପୁଞ୍ଜିପତି ଆଦର୍ଶ ସହିତ ଯୋଡ଼ି ଥିଲେ । ଉତ୍ତର କୋରିଆର ଖବରକାଗଜ ଚୋସୁନ୍ ଇଲବୋ( Chosun Ilbo) ଅନୁଯାୟୀ ଉତ୍ତର କୋରିଆର କର୍ତ୍ତୃପକ୍ଷ ଏପରି ଘରକୁ ଚିହ୍ନଟ କରିବା ଆରମ୍ଭ କରିଛନ୍ତି । ଯେଉଁମାନେ ଘରେ କୁକୁର(Dog) ପାଳୁଛନ୍ତି । ଲୋକଙ୍କ ଠାରୁ ସେମାନଙ୍କର କୁକୁରକୁ ଛଡ଼େଇ ନିଆଯାଉଛି । ଏହି କୁକୁରମାନଙ୍କୁ ସରକାରୀ ପ୍ରାଣୀ ଉଦ୍ୟାନରେ ରଖାଯାଉଛି ଏବଂ ଏଠାରୁ କୁକୁରମାନଙ୍କର ମାଂସ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟଗୁଡିକରେ ବିକ୍ରି କରାଯାଉଛି ।

ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...

ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ

କୋରିଆ ଉପଦ୍ୱୀପ(Korea Peninsula)ରେ କୁକୁର ମାଂସ ବହୁତ ଲୋକପ୍ରିୟ । ତେବେ ଦକ୍ଷିଣ କୋରିଆରେ ଏହାର ପ୍ରଚଳନ ବର୍ତ୍ତମାନ ହ୍ରାସ ପାଉଛି । ତଥାପି ମାଂସ ପାଇଁ ବାର୍ଷିକ ୧୦ ଲକ୍ଷ କୁକୁର ପାଳନ ଓ ହତ୍ୟା କରାଯାଏ । ଉତ୍ତର କୋରିଆରେ ବର୍ତ୍ତମାନ ମଧ୍ୟ କୁକୁର ମାଂସକୁ ବହୁତ ପସନ୍ଦ କରାଯାଏ । ପ୍ୟୋଙ୍ଗୟାଙ୍ଗରେ ବର୍ତ୍ତମାନ ପର୍ଯ୍ୟନ୍ତ କୁକୁର ରେଷ୍ଟୁରାଣ୍ଟରେ ପରିପୂର୍ଣ୍ଣ ରହିଛି । ଗ୍ରୀଷ୍ମ ଏବଂ ଆର୍ଦ୍ର ପାଗରେ କୁକୁରମାନଙ୍କର ମାଂସକୁ ଅଧିକ ପସନ୍ଦ କରାଯାଏ । ଏହା ଶକ୍ତି ଏବଂ ଦୃଢ଼ତା ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ । ଶୀତଦିନେ ଏହାର ସୁପ୍ ପନିପରିବା ସହିତ ପ୍ରସ୍ତୁତ କରାଯାଏ । ଶରୀରର ତାପମାତ୍ରା ବୃଦ୍ଧି ପାଇଁ ଏହା ଶୀତ ଦିନେ ଖିଆଯାଏ । ଖବରକାଗଜରେ କୁହାଯାଇଛି ଯେ, କିମ ଜୋଙ୍ଗ ପରୋକ୍ଷରେ କୁକୁର ପାଳକଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି, କିନ୍ତୁ ସେମାନେ କିଛି କରିପାରିବେ ନାହିଁ । ଆଦେଶ ପାଳନ କରିବା ବ୍ୟତୀତ ସେମାନଙ୍କର କୌଣସି ବିକଳ୍ପ ନାହିଁ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼

ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'

ମିଳିତ ଜାତିସଂଘ(United Nation)ର ଏକ ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର କୋରିଆର ପ୍ରାୟ ୬୦ ପ୍ରତିଶତ (୨.୫୫ କୋଟି) ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି । ଆଣବିକ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗୁଁ ଆନ୍ତର୍ଜାତୀୟ ପ୍ରତିବନ୍ଧକ କାରଣରୁ କ୍ଷୁଧା ସଙ୍କଟ(Hunger Crisis) ବୃଦ୍ଧି ପାଇଛି । କୋରୋନା ଭୂତାଣୁ ମହାମାରୀ ହେତୁ ଚୀନ୍ ସୀମା ବନ୍ଦ କାରଣରୁ ପରିସ୍ଥିତି ଆହୁରି ବିଗିଡି ଯାଇଛି । ଅଧିକାଂଶ ଶସ୍ୟ ଏଠାରୁ ଚାଇନାରୁ ଆସିଥାଏ । ଗତ ବର୍ଷ ଉତ୍ତର କୋରିଆ ଅଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯେଉଁଥିପାଇଁ ଫସଲ ଉତ୍ପାଦନ ହ୍ରାସ ପାଇଥିଲା ।