'ଆକ୍ରମଣ ପାଇଁ ଆଦେଶ ଦେଇଛନ୍ତି ପୁଟିନ, ୟୁକ୍ରେନ ଆଡ଼କୁ ଯାଉଛି ଯୁଦ୍ଧ ଟ୍ୟାଙ୍କ'
Advertisement
Article Detail0/zeeodisha/odisha1103818

'ଆକ୍ରମଣ ପାଇଁ ଆଦେଶ ଦେଇଛନ୍ତି ପୁଟିନ, ୟୁକ୍ରେନ ଆଡ଼କୁ ଯାଉଛି ଯୁଦ୍ଧ ଟ୍ୟାଙ୍କ'

Russia-Ukraine Conflict: ଅନ୍ୟପଟେ, ଋଷ ରବିବାର ୟୁକ୍ରେନର ଉତ୍ତର ସୀମା ନିକଟରେ ସାମରିକ ଅଭ୍ୟାସକୁ ବିସ୍ତାର କରିଛି । ଏଥି ସହିତ ପୂର୍ବ ୟୁକ୍ରେନରେ ସୈନିକ ଓ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଆକ୍ରମଣର ସମ୍ଭାବନା ବଢ଼ିଛି । ୟୁକ୍ରେନ ଉପରେ ତିକ୍ତତା ବୃଦ୍ଧି ଯୋଗୁଁ ବେଲାଋଷର ପ୍ରତିରକ୍ଷା ମନ୍ତ୍ରୀ ବିକ୍ଟର ଖ୍ରେନେନ କହିଛନ୍ତି ଯେ ଋଷର ସୈନ୍ୟଙ୍କ ସହ ତାଙ୍କ ଦେଶର ମିଳିତ ଅଭ୍ୟାସ ଜାରି ରହିବ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଅଭ୍ୟାସ ରବିବାର ଦିନ ଶେଷ ହେବ । ଏହି ଅଭ୍ୟାସ ପାଇଁ ବହୁ ସଂଖ୍ୟକ ଋଷ ସୈନିକ ବେଲାଋଷକୁ ଆସିଛନ୍ତି ।

'ଆକ୍ରମଣ ପାଇଁ ଆଦେଶ ଦେଇଛନ୍ତି ପୁଟିନ, ୟୁକ୍ରେନ ଆଡ଼କୁ ଯାଉଛି ଯୁଦ୍ଧ ଟ୍ୟାଙ୍କ'

ନୂଆଦିଲ୍ଲୀ: Russia-Ukraine Conflict: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ (Russia-Ukraine War) ଆଶଙ୍କା ବଢ଼ିବାରେ ଲାଗିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟନ (Russian President Vladimir Putin) ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଆଦେଶ ଦେଇଛନ୍ତି ଓ ଏଥିପାଇଁ ଯୁଦ୍ଧ ଟ୍ୟାଙ୍କ ଗୁଡ଼ିକ ୟୁକ୍ରେନ ଆଡ଼କୁ ଯାଉଛି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା (US Intelligence) ଦାବି କରିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଏହାର ଦୃଢ଼ ପ୍ରମାଣ ପାଇଛି ଯେ ୟୁକ୍ରେନ ସୀମାରେ ଅବସ୍ଥାପିତ ଋଷ ସୈନ୍ୟମାନେ ଆଗକୁ ବଢ଼ିବାକୁ ନିର୍ଦ୍ଦେଶ ପାଇଛନ୍ତି । ନ୍ୟୁଜ୍ ରିପୋର୍ଟରେ ଏହି ବିଷୟଗୁଡିକ କୁହାଯାଉଛି । 

ରବିବାର ସିବିଏସଇ ନ୍ୟୁଜ୍ ରିପୋର୍ଟ କରିଛି ଯେ, ସମ୍ଭାବ୍ୟ ଆକ୍ରମଣ ପାଇଁ କ୍ରେମଲିନ୍ ନିଜର ୧.୫ ମିଲିୟନ୍ କମାଣ୍ଡୋଙ୍କୁ ନିର୍ଦ୍ଦେଶ ଦେଇଛି । ନ୍ୟୁୟର୍କ ଟାଇମ୍ସ ମଧ୍ୟ ରିପୋର୍ଟ କରିଛି ଯେ, କ୍ରେମଲିନ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛି । ଖବରକାଗଜ ରିପୋର୍ଟ କରିଛି ଯେ ଗୁଇନ୍ଦା ରିପୋର୍ଟ ଆଧାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଏହି ସପ୍ତାହରେ କହିଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ସିବିଏସଇ ନ୍ୟୁଜକୁ କହିଛନ୍ତି ଯେ ବାଇଡେନ ପ୍ରଶାସନ ମନେ କରୁଛି ଯେ ଋଷ ନିଜର ଯୁଦ୍ଧ ଯୋଜନା ସହିତ ଆଗକୁ ବଢୁଛି ।

ଅନ୍ୟପଟେ, ଋଷ ରବିବାର ୟୁକ୍ରେନର ଉତ୍ତର ସୀମା ନିକଟରେ ସାମରିକ ଅଭ୍ୟାସକୁ ବିସ୍ତାର କରିଛି । ଏଥି ସହିତ ପୂର୍ବ ୟୁକ୍ରେନରେ ସୈନିକ ଓ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଆକ୍ରମଣର ସମ୍ଭାବନା ବଢ଼ିଛି । ୟୁକ୍ରେନ ଉପରେ ତିକ୍ତତା ବୃଦ୍ଧି ଯୋଗୁଁ ବେଲାଋଷର ପ୍ରତିରକ୍ଷା ମନ୍ତ୍ରୀ ବିକ୍ଟର ଖ୍ରେନେନ କହିଛନ୍ତି ଯେ ଋଷର ସୈନ୍ୟଙ୍କ ସହ ତାଙ୍କ ଦେଶର ମିଳିତ ଅଭ୍ୟାସ ଜାରି ରହିବ । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଅଭ୍ୟାସ ରବିବାର ଦିନ ଶେଷ ହେବ । ଏହି ଅଭ୍ୟାସ ପାଇଁ ବହୁ ସଂଖ୍ୟକ ଋଷ ସୈନିକ ବେଲାଋଷକୁ ଆସିଛନ୍ତି ।

ୟୁକ୍ରେନର ଉତ୍ତର ସୀମାରେ ବେଲାଋଷ ଅବସ୍ଥିତ । ଋଷ ସୈନ୍ୟଙ୍କ ଉପସ୍ଥିତିରେ ପାଶ୍ଚାତ୍ୟ ଦେଶମାନେ ଭୟ କରୁଛନ୍ତି ଯେ ସେମାନେ ୟୁକ୍ରେନର ରାଜଧାନୀ କୀଭରେ ପ୍ରବେଶ କରିପାରେ । ପାଶ୍ଚାତ୍ୟ ନେତାମାନେ ଚେତାବନୀ ଦେଇଛନ୍ତି ଯେ ଋଷ ପଡୋଶୀ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଓ ସୀମାର ତିନି ପାର୍ଶ୍ୱରେ ପ୍ରାୟ ୧,୫୦,୦୦୦ ସୈନ୍ୟ, ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଉପକରଣ ମୁତୟନ କରିଛି । ଶନିବାର ଋଷ ପଡୋଶୀ ବେଲାଋଷରେ ପରମାଣୁ ଅସ୍ତ୍ରଶସ୍ତ୍ର ଓ ପାରମ୍ପାରିକ ଯୁଦ୍ଧାଭ୍ୟାସ କରିଥିଲା । କଳା ସାଗରରେ ଉପକୂଳ ନିକଟରେ ଋଷର ନୌସେନା ଏହି ଅଭିଯାନରେ ମଧ୍ୟ ଭାଗ ନେଇଥିଲେ ।

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

ଏହା ବି ପଢ଼ନ୍ତୁ:-ନିଜ ଝିଅକୁ ବିବାହ କଲେ ବାପା, ଯୁବତୀ କହିଲେ ପୂରା କାହାଣୀ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ସହ ଛାଇ ପରି ରହିଥାଏ ଏହି ବ୍ରିଫକେସ୍, ପୁରା ଦୁନିଆକୁ କରିପାରେ ଧ୍ୱଂସ, ଜାଣନ୍ତୁ କାହିଁକି ଏହା ଏତେ ଖାସ୍

ଏହା ବି ପଢ଼ନ୍ତୁ:-ଏ ହେଉଛି ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି କାହା ସହିତ

 

 

ଆମେରିକା ଓ ଅନେକ ୟୁରୋପୀୟ ଦେଶ ଭୟ ପ୍ରକଟ କରିଛନ୍ତି ଯେ ଋଷ (Russia) ଆକ୍ରମଣ ପାଇଁ ବାହାନା ଖୋଜୁଛି । ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଆକ୍ରମଣ ଘଟଣାରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି । ଏହି ସଙ୍କଟର ସମାଧାନ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) ଶନିବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଜେଲେନସ୍କି ମ୍ୟୁନିଖ ସୁରକ୍ଷା ସମ୍ମିଳନୀରେ କହିଛନ୍ତି ଯେ, "ଋଷର ରାଷ୍ଟ୍ରପତି କ'ଣ ଚାହୁଁଛନ୍ତି ମୁଁ ଜାଣେ ନାହିଁ । ତେଣୁ ମୁଁ ତାଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଛି ।"

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଶୁକ୍ରବାର କହିଛନ୍ତି ଯେ, ସେ ନିଶ୍ଚିତ ଯେ ଋଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଓ ଏହାର ରାଜଧାନୀ କୀଭ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ସୀମାରେ ମୁତୟନ ପ୍ରାୟ ୪୦ରୁ ୫୦ ପ୍ରତିଶତ ସୁରକ୍ଷା ବାହିନୀ ସୀମା ନିକଟରେ ଆକ୍ରମଣ ପ୍ରସ୍ତୁତ ରହିଛି ।