ଉତ୍ତର ପ୍ରଦେଶରେ ୱାର୍ଡ ବୟଙ୍କ ମୃତ୍ୟୁ, ୨୪ ଘଣ୍ଟା ପୂର୍ବେ ଦିଆଯାଇଥିଲା କୋରୋନା ଟିକା
Advertisement
Article Detail0/zeeodisha/odisha830126

ଉତ୍ତର ପ୍ରଦେଶରେ ୱାର୍ଡ ବୟଙ୍କ ମୃତ୍ୟୁ, ୨୪ ଘଣ୍ଟା ପୂର୍ବେ ଦିଆଯାଇଥିଲା କୋରୋନା ଟିକା

ପରିବାର ସଦସ୍ୟଙ୍କ ଅନୁଯାୟୀ, ଚିକିତ୍ସା ପାଇଁ ୧୦୮କୁ କଲ୍ କରି ସୂଚନା ଦିଆଯାଇଥିଲା । ମାତ୍ର ୧୦୮ ପହଞ୍ଚିବା ପୂର୍ବରୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବାରୁ ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ମହିପାଲ ସିଂଙ୍କୁ ମୃତ ଘୋଷଣା କରିଥିଲେ । CMO ମୁରାଦାବାଦ କହିଛି, "ଟିକାର କୌଣସି ପ୍ରତିକ୍ରିୟା ଦେଖାଯାଉ ନାହିଁ । ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି । ଆମେ ପୋଷ୍ଟମାର୍ଟମ କରାଇବୁ । ସେ ପୂର୍ବରୁ କୋରୋନା ସଂକ୍ରମିତ ହୋଇନଥିଲେ ।"

ଉତ୍ତର ପ୍ରଦେଶରେ ୱାର୍ଡ ବୟଙ୍କ ମୃତ୍ୟୁ, ୨୪ ଘଣ୍ଟା ପୂର୍ବେ ଦିଆଯାଇଥିଲା କୋରୋନା ଟିକା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜନପଦ ମୁରାଦାବାଦରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ଜିଲ୍ଲା ଡାକ୍ତରଖାନାରେ ୱାର୍ଡ ବୟ ଭାବରେ କାର୍ଯ୍ୟରତ ଥିବା ୪୮ ବର୍ଷୀୟ ମହିପାଲଙ୍କ ମୃତ୍ୟୁ ଘଟିଛି । ଜାନୁଆରୀ ୧୬ରେ କୋଭିଡ-19 ଟିକାକରଣ (COVID-19 Vaccination) ଅଭିଯାନ ଅନ୍ତର୍ଗତ ମୃତ ବ୍ୟକ୍ତିଙ୍କୁ କୋରୋନା ଟିକା (Coronavirus Vaccine) ଦିଆଯାଇଥିଲା । ରବିବାର ସନ୍ଧ୍ୟାରେ ମହିପାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ପରିବାର ସଦସ୍ୟଙ୍କ ଅନୁଯାୟୀ, ଚିକିତ୍ସା ପାଇଁ ୧୦୮କୁ କଲ୍ କରି ସୂଚନା ଦିଆଯାଇଥିଲା । ମାତ୍ର ୧୦୮ ପହଞ୍ଚିବା ପୂର୍ବରୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବାରୁ ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ମହିପାଲ ସିଂଙ୍କୁ ମୃତ ଘୋଷଣା କରିଥିଲେ । CMO ମୁରାଦାବାଦ କହିଛି, "ଟିକାର କୌଣସି ପ୍ରତିକ୍ରିୟା ଦେଖାଯାଉ ନାହିଁ । ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି । ଆମେ ପୋଷ୍ଟମାର୍ଟମ କରାଇବୁ । ସେ ପୂର୍ବରୁ କୋରୋନା ସଂକ୍ରମିତ ହୋଇନଥିଲେ ।"

ଅଧିକ ପଢ଼ନ୍ତୁ:-ଭାଙ୍ଗିଯିବ କି ଶିବରାଜ ସରକାର?

ମୃତକ ସ୍ୱାସ୍ଥ୍ୟକର୍ମୀଙ୍କ ପୁଅ ବିଶାଲ କହିଛନ୍ତି, "ମୋ ବାପା ୱାର୍ଡ ବୟ ଭାବରେ କାର୍ଯ୍ୟରତ ଥିଲେ । ଆଜି ଯେତେବେଲେ ସେ ସକାଳେ ଡ୍ୟୁଟିରୁ ଆସିଥିଲେ ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ମୋତେ ଘରୁ ଏକ କଲ ଆସିଥିଲା ଯେ ପାପାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି । ଘର ଲୋକମାନେ ୧୦୮କୁ ଫୋନ କରିଥିଲେ କିନ୍ତୁ ସେମାନେ ଠିକ୍ ସମୟରେ ଆସି ନଥିଲେ । ଗତକାଲି (ଜାନୁଆରୀ ୧୬) ମୋ ବାପାଙ୍କୁ ଟିକା ଦିଆଯାଇଥିଲା ।"

ଅଧିକ ପଢ଼ନ୍ତୁ:-ଚିରାଗ ପାସୱାନଙ୍କୁ ବଡ଼ ଝଟକା ଦେଲା ବିଜେପି, ଏଲଜେପିରୁ ଦୁଇ ଡଜନରୁ ଅଧିକ ନେତାଙ୍କ ଇସ୍ତଫା

ଏହାର ଗୋଟିଏ ଦିନ ପୂର୍ବରୁ କୋରୋନା ଟିକା ଲଗାଇବା ପରେ ଜିଲ୍ଲା ହସ୍ପିଟାଲରେ ୱାର୍ଡ ବୟ ମହିପାଲ ସିଂଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ମୁରାଦାବାଦ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଏମସି ଗର୍ଗ ମଧ୍ୟ ମୃତ ୱାର୍ଡ ବୟଙ୍କ ଘରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୬ ହଜାର ଟଙ୍କା, ଜାଣନ୍ତୁ କେମିତି...

ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, "ମହିପାଲ ସିଂ ଆମ ଜିଲ୍ଲା ଡାକ୍ତରଖାନାରେ ୱାର୍ଡ ବୟ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ସନ୍ଧ୍ୟା ୬ଟାରେ ମୃତ୍ୟୁ ଘଟିଛି । ମୃତକଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଅପରାହ୍ନରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ଏବଂ ଏହା ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ମୃତ ଅବସ୍ଥାନରେ ନିଆଯାଇଥିଲା । ଜାନୁଆରୀ ୧୬ରେ ତାଙ୍କୁ ପ୍ରାୟ ୧୨ଟା ବେଳେ କୋରୋନା ଟିକା ଦିଆଯାଇଥିଲା । "