Aryan Khan Drugs Case: ବଲିଉଡ ଅଭିନେତା ଶାହାରୁଖ ଖାନ (Shahrukh Khan) ଙ୍କ ପୁଅ ଆର୍ୟନ ଖାନ (Aryan Khan) ଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ କେ.ପି ଗୋସାଭି (KP Gosavi) ଙ୍କୁ ପୁଣେ ପୋଲିସ (Pune Police) ଗିରଫ କରିଛି ।
Trending Photos
ନୂଆଦିଲ୍ଲୀ: Aryan Khan Drugs Case: ବଲିଉଡ ଅଭିନେତା ଶାହାରୁଖ ଖାନ (Shahrukh Khan) ଙ୍କ ପୁଅ ଆର୍ୟନ ଖାନ (Aryan Khan) ଙ୍କ କ୍ରୁଜ ଡ୍ରଗ୍ସ ମାମଲାର ସାକ୍ଷୀ କେ.ପି ଗୋସାଭି (KP Gosavi) ଙ୍କୁ ପୁଣେ ପୋଲିସ (Pune Police) ଗିରଫ କରିଛି । କେପି ଗୋସାଭି ଗତ କିଛି ଦିନ ଫେରାର ଥିଲେ । କେପି ଗୋସାଭିଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରାଯାଇଛି । ପୁଣେରେ ଗୋସାଭିଙ୍କ ବିରୋଧରେ ଠକେଇ ମାମଲା ରୁଜୁ ମଧ୍ୟ ରହିଛି ।
ଗୋସାଭି ଆତ୍ମସମର୍ପଣ କରିନାହାଁନ୍ତି: ପୁଣେ ପୋଲିସ
କେପି ଗୋସାଭି ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାଭି ଆତ୍ମସମର୍ପଣ କରିନାହାଁନ୍ତି । ଆମର ଇଣ୍ଟେଲିଜେନ୍ସ ଆଧାରରେ ଆମେ ତାଙ୍କୁ ଗିରଫ କରିଛୁ । ବିଦେଶରେ ଚାକିରି କରାଇଦେବାକୁ ନେଇ ଲକ୍ଷ ଲକ୍ଷ ଯୁବକଙ୍କ ସହ ଠକେଇ କରିବା ପାଇଁ କିରଣ ଗୋସାଭିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ଗୋସାଭିଙ୍କ ବିରୋଧରେ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗ ମାମଲା ୪ ହୋଇଯାଇଛି ।
Kiran Gosavi has been detained in connection with a 2018 cheating case in which he was absconding. In 2019, Pune City Police declared him wanted. He was missing since then & was only spotted during cruise raid as NCB witness. On 14 Oct, Police issued lookout circular against him. pic.twitter.com/vsZd4AqxuT
— ANI (@ANI) October 28, 2021
କେପି ଗୋସାଭିଙ୍କ କଥିତ ବଲିଗାର୍ଡ ପ୍ରଭାକର କରିଥିଲେ ଖୁଲାସା
ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲ କେପି ଆର୍ୟନଙ୍କୁ ଛାଡ଼ିବା ପାଇଁ ଗୋସାଭିଙ୍କ ଉପରେ ଏକ ଡିଲ୍ କରିବାର ଅଭିଯୋଗ କରିଥିଲେ । ପ୍ରଭାକର ସେଲ ନିଜକୁ କେପି ଗୋସାଭିଙ୍କ ଅଙ୍ଗରକ୍ଷୀ ବୋଲି ପରିଚିତ କରନ୍ତି । କ୍ରୁଜ ପାର୍ଟି ଚଢ଼ାଉ ବେଳେ ସେ ଗୋସାଭିଙ୍କ ସହ ଥିଲେ ବୋଲି ପ୍ରଭାକର ସେଲ ଦାବି କରିଥିଲେ । ପ୍ରଭାକର ଖୁଲାସା କରିଛନ୍ତି ଯେ କେପି ଗୋସାଭି ସୈମ ନାମକ ଜଣେ ବ୍ୟକ୍ତିଙ୍କ ସହ ଫୋନରେ ୨୫ କୋଟିରୁ କଥା ଆରମ୍ଭ କରି ୧୮ କୋଟି ଟଙ୍କାର ଡିଲ୍ ଫିକ୍ସ୍ କରିବାର କଥାବାର୍ତ୍ତା କରୁଥିଲେ । କେପି ଗୋସାଭି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେଙ୍କୁ ୮ କୋଟି ଟଙ୍କା ଦେବା ବିଷୟରେ ମଧ୍ୟ କଥା କରିଥିଲେ ।
Maharashtra | Kiran Gosavi (NCB witness in the drugs-on-cruise matter) has been detained: Amitabh Gupta, Pune Police Commissioner
(File photo) pic.twitter.com/6AFxtn0Udq
— ANI (@ANI) October 28, 2021
ଆର୍ୟନଙ୍କ ସହ ଗୋସାଭିଙ୍କ ସେଲଫି ହୋଇଥିଲା ଭାଇରାଲ
କ୍ରୁଜ ଡ୍ରଗ୍ ମାମଲା ପରେ କିରଣ ଗୋସାଭିଙ୍କ ନାମ ପ୍ରଥମେ ସାମ୍ନାକୁ ଆସିଥିଲା ଯେତେବେଳେ ସେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସହ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରିଥିଲେ । ସେତେବେଳେ ଅନେକ ଲୋକ ଭାବୁଥିଲେ ଯେ ସେ ଏନସିବିର ଜଣେ ଅଧିକାରୀ । ପରେ ଏନସିବି ସ୍ପଷ୍ଟ କରିଛି ଯେ ସେ ଜଣେ ବ୍ୟକ୍ତିଗତ ଗୁପ୍ତଚର ଓ ପ୍ଲେସମେଣ୍ଟ ଏଜେନ୍ସିର ମାଲିକ ଏବଂ କ୍ରୁଜ ମାମଲାର ୧୦ ଜଣ ସ୍ୱାଧୀନ ସାକ୍ଷୀଙ୍କ ମଧ୍ୟରୁ ଜଣେ ।
ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଏହା ବି ପଢ଼ନ୍ତୁ:-ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ
ଏହା ବି ପଢ଼ନ୍ତୁ:-ମହଙ୍ଗା ପେଟ୍ରୋଲ ଓ ଡିଜେଲରୁ ମିଳିବ ମୁକ୍ତି, ଯଦି ମୋଦି ସରକାର ମାନି ନେବେ ଗଡକରୀଙ୍କ ଏହି କଥା
ଏହା ବି ପଢ଼ନ୍ତୁ:-ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ
ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୮୫ ସଂକ୍ରମିତ