ଶାସକ ଦଳ ଉପରେ ବର୍ଷିଲେ ଉଭୟ ବିଜେପି-କଂଗ୍ରେସ ।
Trending Photos
ଭୁବନେଶ୍ୱର: ମାହାଙ୍ଗା ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିର ପାରା ବଢ଼ି ଯାଇଛି । ଶାସକ ଦଳ ଉପରେ ବର୍ଷିଲେ ଉଭୟ ବିଜେପି-କଂଗ୍ରେସ । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, "ବିଜେଡ଼ି ଏଠି ପଶ୍ଚିମବଙ୍ଗ ଭଳି ଶାସନ କରୁଛି । ନୃତ୍ତାଙ୍ଗ ପଞ୍ଚାୟତରେ ପିଏମ ଆବାସ ଯୋଜନାରେ ହେରଫେର ହେଉଥିବା କଥା ଉଠାଇବାର ଏ ହେଉଛି ପରିଣତି । ଏହା ଘୃଣ୍ୟ ଓ ନିନ୍ଦନୀୟ ଘଟଣା । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି । ଲୋକ ପଠେଇ ମାରୁଛନ୍ତି, ଏପଟେ ଧରିବୁ ବୋଲି କହୁଛନ୍ତି ।"
ଅଧିକ ପଢ଼ନ୍ତୁ:-ମୋଦି ସରକାର ନୂଆ ବର୍ଷରେ ଦେଲେ ଉପହାର, PF ଆକାଉଣ୍ଟରେ ଆସିଯାଇଛି ଟଙ୍କା, ଯଥା ଶୀଘ୍ର ଏପରି କରନ୍ତୁ ଚେକ୍
ସେ ଆହୁରି କହିଛନ୍ତି ଯେ, "୨୦୧୮ରେ ବିଜେପିର ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ଏଯାଏ ହତ୍ୟାକାରୀ ଗିରଫ ହୋଇନାହାନ୍ତି । ଯଦି ମନ୍ତ୍ରୀ କହୁଛନ୍ତି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାଲେ ଏହାର ନିରପେକ୍ଷ ତଦନ୍ତ କରାଯାଉ । ପ୍ରତି ଗାଁରେ କିଏ ବଡ ବଡ଼ିଆ ବିଜେଡ଼ି ନେତା ପିଏମ ଆବାସ ହାତେଇଛନ୍ତି, ତାର ତାଲିକା ମାଗିବୁ । କଣ କରିବେ ଆମେ ଦେଖିବୁ ।"
ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!
ସେପଟେ ମାହାଙ୍ଗା ରାଜନୈତିକ ହତ୍ୟାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, "କୁଳମଣି ବାବୁ ପୂର୍ବରୁ କଂଗ୍ରେସରେ ଥିଲେ କିଛି ବର୍ଷ ତଳେ ବିଜେପିରେ ଯୋଗଦାନ କରିଥିଲେ । ରାଜ୍ୟରେ ନାରୀ ନିର୍ଯ୍ୟାତନ ଏବଂ ରାଜନୈତିକ ହତ୍ୟାକାଣ୍ଡ ବଢ଼ି ଚାଲିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତାଙ୍କ ଦଳର ଲୋକଙ୍କ ସହ ମଧ୍ୟ ଏହା ଘଟିପାରେ । ରାଜନୈତିକ ହତ୍ୟାକୁ ଯଦି ଉତ୍ସାହିତ କରାଯାଏ, ତେବେ ଏହା ବ୍ୟାପିବ । ରାଜନୈତିକ ହତ୍ୟାକାଣ୍ଡ ଯଦି ହୋଇଥାଏ, ତେବେ କୌଣସି ନା କୌଣସି ଦଳର ଲୋକମାନେ ସମ୍ପୃକ୍ତ ଥିବେ । ପୋଲିସ ତଦନ୍ତ କରୁଛି ।"
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁବ୍ ଶୀଘ୍ର ମିଳିବ ନୂତନ ବର୍ଷର ଉପହାର, ବଢ଼ିବ ଦରମା!
"ଦୁର୍ବଳ ମନା ଲୋକ, ଅସାମାଜିକ ଲୋକମାନେ ଏହା କରିଛନ୍ତି । ସେମାନଙ୍କର ରାଜନୀତି କରିବାର ଅଧିକାର ନାହିଁ । ମୋର ଆଶା ସେ ଅଂଚଳର ଲୋକ ଏହାର ଉଚିତ ଜବାବ ଦେବେ । ଦୋଷୀ ଯେକୌଣସି ଦଳର ହୁଅନ୍ତୁ ନା ନାହିଁ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ" ବୋଲି ଦାବି କଲେ ପିସିସି ସଭାପତି ।
ଅଧିକ ପଢ଼ନ୍ତୁ:-ବିହାରରେ ହେବ କ୍ଷମତା ପରିବର୍ତ୍ତନ, ରାଞ୍ଚି ଜେଲରେ ପ୍ରସ୍ତୁତ ହେଉଛି ସରକାର ଗଠନ ପାଇଁ ମାଷ୍ଟର ପ୍ଲାନ୍!
ସୂଚନାଯୋଗ୍ୟ, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗତକାଲି ଅର୍ଥାତ ଶନିବାର ମାରଣାନ୍ତକ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।