ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?
Advertisement
Article Detail0/zeeodisha/odisha828816

ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?

ସର୍ଭେ ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।  ଏହି କ୍ରମରେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏବଂ ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ (Jagan Mohan Reddy) ଙ୍କ ନାଁ ରହିଛି ।

ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସର୍ଭେ କରାଯାଇଛି । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଭଲ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଟପରେ ଅଛନ୍ତି । ଏହି ସର୍ଭେ ଏକ ଜାତୀୟ ନ୍ୟୁଜ ଚ୍ୟାନେଲ ଦ୍ୱାରା କରାଯାଇଛି । ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ସବୁଠାରୁ ଭଲ ଓ କିଏ ଖରାପ ପ୍ରଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ? ଏହି ପ୍ରଶ୍ନକୁ ନେଇ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜ୍ ଦେଶର ମୁଡ୍ ଜାଣିବାକୁ ଚେଷ୍ଟା କରିଛି । ସର୍ଭେରେ ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଜେପି (BJP) ର କୌଣସି ମୁଖ୍ୟମନ୍ତ୍ରୀ ସ୍ଥାନ ପାଇ ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ, କହିଲେ-ରାଜ୍ୟରେ ଦୁର୍ନୀତିର ଗୁଡ଼ି ବହୁତ ଉଚ୍ଚରେ ଉଡୁଛି

ସର୍ଭେ ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।  ଏହି କ୍ରମରେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଏବଂ ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ (Jagan Mohan Reddy) ଙ୍କ ନାଁ ରହିଛି ।

ଅଧିକ ପଢ଼ନ୍ତୁ:-ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ

ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିଜ ନିଜ ରାଜ୍ୟରେ କମ୍ ଲୋକ ପସନ୍ଦ କରିଛନ୍ତି । ଅର୍ଥାତ୍ ଏହି ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମ୍ ରହିଛି । ସର୍ଭେରେ ସାମିଲ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହାରାହାରି ମୋଟ ମୁଖ୍ୟମନ୍ତ୍ରୀଙ୍କ ୪୨.୮ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ:-ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି

କିଏ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ?

ଶ୍ରେଷ୍ଠ ୧୦
1. ଓଡ଼ିଶା - ନବୀନ ପଟ୍ଟନାୟକ 
2. ଦିଲ୍ଲୀ - ଅରବିନ୍ଦ କେଜ୍ରିୱାଲ 
3. ଆନ୍ଧ୍ରପ୍ରଦେଶ - ଜଗନମୋହନ ରେଡ୍ଡୀ 
4. କେରଳ - ପି ବିଜୟନ
5. ମହାରାଷ୍ଟ୍ର - ଉଦ୍ଧବ ଠାକରେ 
6. ଛତିଶଗଡ - ଭୁପେଶ ବଘେଲ 
7. ପଶ୍ଚିମବଙ୍ଗ- ମମତା ବାନାର୍ଜୀ 
8. ମଧ୍ୟପ୍ରଦେଶ - ଶିବରାଜ ସିଂ ଚୌହାନ 
9. ଗୋଆ - ପ୍ରମୋଦ ସାୱନ୍ତ 
10. ଗୁଜୁରାଟ - ବିଜୟ ରୂପାନୀ

ଦେଶର ୫ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ 

1. ଉତ୍ତରାଖଣ୍ଡ - ତ୍ରିବେନ୍ଦ୍ର ସିଂ ରାୱତ 
2. ହରିୟାଣା - ମନୋହର ଲାଲ ଖଟ୍ଟର 
3.ପଞ୍ଜାବ- କ୍ୟାପଟେନ ଅମରିନ୍ଦର ସିଂ 
4. ତେଲେଙ୍ଗାନା - କେ ଚନ୍ଦ୍ରଶେଖର ରାଓ 
5. ତାମିଲନାଡୁ - କେ ପାଲାନି ସାମୀ 

ଅଧିକ ପଢ଼ନ୍ତୁ:-ଆଉ ଏକ ଗୁଡ୍ ନ୍ୟୁଜ୍ ଦେଲା ରେଲୱେ! ଉପକୃତ ହେବେ ହଜାର ହଜାର ଯାତ୍ରୀ

ଓଡିଶା, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ସବୁଠାରୁ ଲୋକପ୍ରିୟ ନେତା ଅଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ବିହାର ସମେତ ତିନିଟି ବଡ଼ ବିଜେପି ଶାସିତ ରାଜ୍ୟର ହାରାହାରି ଜାତୀୟ ହାରଠାରୁ ମଧ୍ୟ କମ୍ ରହିଛି । ଜାତୀୟ ହାରଠାରୁ ମହାରାଷ୍ଟ୍ର ସିଏମ୍ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ଭଲ କାମ କରୁଛନ୍ତି ।