ଆପଣଙ୍କୁ କହି ରଖୁଛୁ ଯେ, ପଞ୍ଜାବ ନିର୍ବାଚନ ପୂର୍ବରୁ କୁମାର ବିଶ୍ୱାସ କେଜ୍ରିୱାଲ (Arvind Kejriwal) ଓ ଆପକୁ ଖାଲିସ୍ତାନୀ ନେତାଙ୍କ ସହ ସମ୍ପର୍କ ରହିବାର ଅଭିଯୋଗ କରିଥିଲେ । କୁମାର ବିଶ୍ୱାସଙ୍କ ଏହି ଅଭିଯୋଗ ପରେ ବହୁ ହଙ୍ଗାମା ଦେଖାଦେଇଥିଲା । କାରଣ ବିଶ୍ୱାସ ଏକଦା ଅରବିନ୍ଦ କେଜ୍ରିୱାଲଙ୍କ ବନ୍ଧୁ ଥିଲେ ଓ ଆମ୍ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି ।
Trending Photos
ନୂଆଦିଲ୍ଲୀ: ପଞ୍ଜାବ (Punjab) ପରେ ବର୍ତ୍ତମାନ ହିମାଚଳ ପ୍ରଦେଶ (Himachal Pradesh) ରେ ଧର୍ମଶାଳା (Dharamsala) ସ୍ଥିତ ବିଧାନସଭା ଭବନର ଫାଟକରେ ଖାଲିସ୍ତାନୀ ପତାକା (Khalistani flag) ଲଗାଇବା ମାମଲା ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ କିବ କୁମାର ବିଶ୍ୱାସ (Kumar Vishwas) ପୁଣି ଥରେ ଆମ୍ ଆଦମୀ ପାର୍ଟି ( Aam Aadmi Party: AAP) ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal) ଙ୍କୁ ଟାର୍ଗେଟ କରିଛନ୍ତି ।
କୁମାର ବିଶ୍ୱାସ (Kumar Vishwas) କହିଛନ୍ତି ଯେ, ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) ପୂର୍ବରୁ ସେ ଦେଇଥିବା ଚେତାବନୀକୁ ଦେଶ ମନେ ରଖୁ । ଆର୍ଥାତ ଆପ୍ (AAP) ଓ ଖାଲିସ୍ତାନୀ ସଂଗଠନ (Khalistani organization) ମଧ୍ୟରେ ସମ୍ପର୍କକୁ ନେଇ ସେ କରିଥିବା ଦାବିକୁ ନେଇ ପୁଣି ଥରେ ବିଶ୍ୱାସ ମନେ ପକାଉଛନ୍ତି । କୁମାର ବିଶ୍ୱାସ ଟ୍ୱିଟ୍ କରି କହିଛନ୍ତି ଯେ, "ଦେଶ ମୋର ଚେତାବନୀକୁ ମନେରଖୁ, ପଞ୍ଜାବ ସମୟରେ କହିଥିଲି, ବର୍ତ୍ତମାନ ଏହା ଅନ୍ୟ ରାଜ୍ୟ ଉପରେ ନଜର ରହିଛି । ମୁଁ ଏହା ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲି, ପୁଣି ଥରେ କହୁଛି ।"
ଆପଣଙ୍କୁ କହି ରଖୁଛୁ ଯେ, ପଞ୍ଜାବ ନିର୍ବାଚନ ପୂର୍ବରୁ କୁମାର ବିଶ୍ୱାସ କେଜ୍ରିୱାଲ (Arvind Kejriwal) ଓ ଆପକୁ ଖାଲିସ୍ତାନୀ ନେତାଙ୍କ ସହ ସମ୍ପର୍କ ରହିବାର ଅଭିଯୋଗ କରିଥିଲେ । କୁମାର ବିଶ୍ୱାସଙ୍କ ଏହି ଅଭିଯୋଗ ପରେ ବହୁ ହଙ୍ଗାମା ଦେଖାଦେଇଥିଲା । କାରଣ ବିଶ୍ୱାସ ଏକଦା ଅରବିନ୍ଦ କେଜ୍ରିୱାଲଙ୍କ ବନ୍ଧୁ ଥିଲେ ଓ ଆମ୍ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଅଟନ୍ତି ।
ବିଶ୍ୱାସର ଏହି ଅଭିଯୋଗ ଉପରେ ମଧ୍ୟ ତଦନ୍ତ ଦାବି କରିଥିଲେ, ବର୍ତ୍ତମାନ ପଞ୍ଜାବରେ AAP ସରକାର ଗଠନ ହୋଇସାରିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଖାଲିସ୍ତାନ ସମ୍ବନ୍ଧୀୟ ମାମଲା ସାମ୍ନାକୁ ଆସୁଛି । ନିକଟ ଅତୀତରେ ୪ ଜଣ ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀ ହରିୟାଣାରୁ ଧରାପଡିଛନ୍ତି । ଏହାପୂର୍ବରୁ ପଞ୍ଜାବରେ ଖାଲିସ୍ତାନକୁ ସମର୍ଥନ କରି ନାରା ମଧ୍ୟ ଲଗାଯାଇଛି ।
ଏହା ବି ପଢ଼ନ୍ତୁ:-ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିବ ଏହି ମୁଲସିମ ପରିବାର
ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ
ଏହା ବି ପଢ଼ନ୍ତୁ:-ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?
ଅନ୍ୟପଟେ ପଞ୍ଜାବର ବିଜୟ ପରେ ହିମାଚଳ ପ୍ରଦେଶ ନିର୍ବାଚନରେ ଲଢ଼ିବାକୁ AAP ପ୍ରସ୍ତୁତ ହେଉଛି, ଯେଉଁଠାରେ ଗତକାଲି ଖାଲିସ୍ତାନର ପତାକା ଦେଖିବାକୁ ମିଳିଛି । ଏନେଇ କୁମାର ବିଶ୍ୱାସ ଇସାରାରେ AAP ଓ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ, ଖାଲିସ୍ତାନୀ ନାରା ଓ ପତାକା ସମ୍ପର୍କରେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, "ମୁଁ ଧର୍ମଶାଳା ବିଧାନସଭା କମ୍ପ୍ଲେକ୍ସର ଦ୍ୱାରରେ ଖାଲିସ୍ତାନି ପତାକା ଲଗାଇବାର ଭୟାନକ ଘଟଣାକୁ ନିନ୍ଦା କରୁଛି । ଏହି ବିଧାନସଭାରେ କେବଳ ଶୀତକାଳୀନ ଅଧିବେଶନ ହୋଇଥାଏ, ତେଣୁ ସେହି ସମୟ ମଧ୍ୟରେ ଅଧିକ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଅଛି ।"
ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ, "ସୁରକ୍ଷା ବ୍ୟବସ୍ଥାର ଅଭାବର ସୁଯୋଗ ନେଇ ଏହି ଘଟଣା ଘଟାଇଛି, କିନ୍ତୁ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଏହି ଘଟଣାର ଶୀଘ୍ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଁ ସେହି ଲୋକଙ୍କୁ କହିବାକୁ ଚାହେଁ ଯେ ଯଦି ଆପଣଙ୍କର ସାହସ ଅଛି, ତେବେ ରାତିର ଅନ୍ଧକାରରେ ନୁହେଁ, ଦିନର ଆଲୋକରେ ଆସନ୍ତୁ ।"