ସର୍ଭେ: ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କୁ କେତେ ଲୋକ କରୁଛନ୍ତି ସମର୍ଥନ ଓ କେତେ ବିରୋଧ, ଜାଣନ୍ତୁ ମହାରାଷ୍ଟ୍ରବାସୀଙ୍କ ମତ
Advertisement
Article Detail0/zeeodisha/odisha1246064

ସର୍ଭେ: ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କୁ କେତେ ଲୋକ କରୁଛନ୍ତି ସମର୍ଥନ ଓ କେତେ ବିରୋଧ, ଜାଣନ୍ତୁ ମହାରାଷ୍ଟ୍ରବାସୀଙ୍କ ମତ

Maharashtra Politics: ଏକନାଥ ସିନ୍ଦେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପିର ନିଷ୍ପତ୍ତିକୁ ନେଇ ଲୋକଙ୍କ ମତାମତ ଜାଣିବା ପାଇଁ CVoter-IndiaTracker IANS ତରଫରୁ ଦେଶବ୍ୟାପୀ ଏକ ସର୍ଭେ କରାଯାଇଥିଲା ।

ସର୍ଭେ: ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କୁ କେତେ ଲୋକ କରୁଛନ୍ତି ସମର୍ଥନ ଓ କେତେ ବିରୋଧ, ଜାଣନ୍ତୁ ମହାରାଷ୍ଟ୍ରବାସୀଙ୍କ ମତ

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଶେଷ ହୋଇଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ସେ ବିଧାନସଭାରେ ବିଜେପି ସହାୟତାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିସାରିଛନ୍ତି । ସିନ୍ଦେଙ୍କ ସହ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶିବସେନାରେ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (MVA) ସରକାର ଭାଙ୍ଗି ଯାଇଥିଲା ।

ଏକନାଥ ସିନ୍ଦେଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପିର ନିଷ୍ପତ୍ତିକୁ ନେଇ ଲୋକଙ୍କ ମତାମତ ଜାଣିବା ପାଇଁ CVoter-IndiaTracker IANS ତରଫରୁ ଦେଶବ୍ୟାପୀ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ ଜଣାପଡିଛି ଯେ, ଭାରତୀୟମାନେ ଏହି ପ୍ରସଙ୍ଗରେ ବିଜେପିର ନିଷ୍ପତ୍ତି ଉପରେ ନିଜର ମତକୁ ନେଇ ବିଭାଜିତ ଥିଲେ । ସର୍ଭେ ତଥ୍ୟ ଅନୁଯାୟୀ, ୫୫ ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ ସିନ୍ଦେଙ୍କୁ ନୂତନ ସରକାରର ମୁଖ୍ୟ କରି ବିଜେପି ସଠିକ୍ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୪୫ ପ୍ରତିଶତ ଉତ୍ତରଦାତା ଏଥିରେ ସହମତ ନୁହଁନ୍ତି ।

ସର୍ଭେ ସମୟରେ ଏନଡିଏ ଓ ବିରୋଧୀ ମତଦାତା ଏହି ପ୍ରସଙ୍ଗରେ ସେମାନଙ୍କ ମତକୁ ନେଇ ବିଭାଜିତ ଥିଲେ । ଏନଡିଏର ୭୮ ପ୍ରତିଶତ ଭୋଟର ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିଥିବାବେଳେ ୬୦ ପ୍ରତିଶତ ବିରୋଧୀ ସମର୍ଥକ ଏହି ନିଷ୍ପତ୍ତିକୁ ସମର୍ଥନ କରିନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ର୍ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍

ଏହା ବି ପଢ଼ନ୍ତୁ:-ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ

 

ଜାତିଗତ ବିଭାଜନରେ ମତରେ ପାର୍ଥକ୍ୟ ସ୍ପଷ୍ଟ ଥିଲା । ୬୭ ପ୍ରତିଶତ ଉଚ୍ଚ ଜାତିର ହିନ୍ଦୁ (UCH) ଓ ୬୫ ପ୍ରତିଶତ ଅନ୍ୟ ପଛୁଆ ବର୍ଗ (ଓବିସି) ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ ୭୮ ପ୍ରତିଶତ ମୁସଲମାନ ଉତ୍ତରଦାତା ସମ୍ପୂର୍ଣ୍ଣ ବିପରୀତ ମତ ବ୍ୟକ୍ତ କରିଛନ୍ତି । ଏହି ସର୍ଭେରୁ ଜଣାପଡିଛି ଯେ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଏହି ପ୍ରସଙ୍ଗରେ ସେମାନଙ୍କ ମତରେ ବିଭାଜିତ ଥିଲେ । ୫୨ ପ୍ରତିଶତ ଏସସି ଉତ୍ତରଦାତା ବିଜେପିର ନିଷ୍ପତ୍ତିକୁ ସମର୍ଥନ ଜଣାଇଥିବାବେଳେ ୪୮ ପ୍ରତିଶତ ଲୋକ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି । ସେହିଭଳି ୫୨ ପ୍ରତିଶତ ଏସଟି ଉତ୍ତରଦାତା ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବାବେଳେ ୪୮ ପ୍ରତିଶତ ଭିନ୍ନ ମତ ରଖିଛନ୍ତି ।