ଶ୍ୟାମ ରଜକ (Shyam Rajak) ଙ୍କ ଦାବି ଅନୁଯାୟୀ, ଏହି ଜେଡିୟୁ ବିଧାୟକମାନେ (JDU MLA) ବିଜେପି (BJP) ର କାର୍ଯ୍ୟ ଶୈଳୀରେ ଅତ୍ୟଧିକ ଅସନ୍ତୁଷ୍ଟ ଅଛନ୍ତି ।
Trending Photos
ପାଟନା: ବିଗତ କିଛି ଦିନ ହେବ ବିହାରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଅରୁଣାଚଳ ପ୍ରଦେଶରେ ୬ ଜେଡିୟୁ ବିଧାୟକ (JDU MLA) ବିଜେପି (BJP) ରେ ସାମିଲ ହୋଇଥିଲେ । ଯାହା ପରେ ଜେଡିୟୁ (JDU) ଓ ବିଜେପି ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । ସପେଟେ ଏହାର ଫାଇଦା ଆରେଜଡି (RJD) ନେବାରେ ଲାଗିଛି । ଆରଜେଡି ନେତା ଶ୍ୟାମ ରଜକ (RJD Leader Shyam Rajak) ଙ୍କ ଦାବି ବିହାର ରାଜନୀତି (Bihar Poltics) ରେ ହଇଚଇ ସୃଷ୍ଟି କରିଛି । ସେ ଦାବି କରିଛନ୍ତି ଯେ ୧୭ ଜଣ ଜେଡିୟୁ ବିଧାୟକ ବିହାରରେ ନୀତିଶ କୁମାର ସରକାର (Nitish Government) ଙ୍କୁ ଭାଙ୍ଗିବାକୁ ଚାହୁଁଛନ୍ତି । ଶ୍ୟାମ ରାଜକଙ୍କ ଅନୁଯାୟୀ ଏହି ବିଧାୟକମାନେ ଖୁବ୍ ଶୀଘ୍ର ଆରଜେଡିରେ ଯୋଗଦେବେ । ଆରଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ୟାମ ରଜକ କହିଛନ୍ତି ଯେ ତାଙ୍କ ମାଧ୍ୟମରେ ୧୭ ଜଣ ଜେଡିୟୁ ବିଧାୟକ ଆରଜେଡିଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ବିଜେପିକୁ ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ସାଂସଦ
ଶ୍ୟାମ ରଜକଙ୍କ ଦାବି ଅନୁଯାୟୀ, ଏହି ଜେଡିୟୁ ବିଧାୟକମାନେ ବିଜେପିର କାର୍ଯ୍ୟ ଶୈଳୀରେ ଅତ୍ୟଧିକ ଅସନ୍ତୁଷ୍ଟ ଅଛନ୍ତି । ଏହି କାରଣରୁ ସେମାନେ ଜେଡିୟୁ (JDU) ଛାଡି ଆରଜେଡି (RJD) ରେ ଯୋଗଦେବାକୁ ଚାହୁଁଛନ୍ତି । ଶ୍ୟାମ ରଜକ ଏହା ମଧ୍ୟ କହିଛନ୍ତି ଯେ ଏହି ୧୭ ଜଣ ଜେଡିୟୁ ବିଧାୟକ ଯଥାଶୀଘ୍ର ଆରଜେଡିରେ ଯୋଗଦେବାକୁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ରୋକାଯାଇଛି । ଯେତେବେଳେ ଶ୍ୟାମ ରାଜକଙ୍କୁ ପଚରାଗଲା ଯେ ଏହି ବିଧାୟକମାନଙ୍କୁ କାହିଁକି ରୋକାଯାଇଛି, ସେ କହିଛନ୍ତି ଯେ ଯଦି ଏହି ବିଧାୟକମାନେ ଆରଜେଡିରେ ଯୋଗ ଦିଅନ୍ତି, ତେବେ ଦଳ ପରିବର୍ତ୍ତନ ଆଇନ ଅନୁସାରେ ସେମାନଙ୍କର ସଦସ୍ୟତା ରଦ୍ଦ ହୋଇପାରେ ।
ଅଧିକ ପଢ଼ନ୍ତୁ:-ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍
ଶ୍ୟାମ ରଜକ କହିଛନ୍ତି ଯେ, ଯଦି ଜେଡିୟୁର ୨୫ରୁ ୨୬ ଜଣ ବିଧାୟକ ଦଳ ଛାଡି ଆରେଜଡିରେ ସାମିଲ ହୁଅନ୍ତି ତେବେ ଦଳ ପରିବର୍ତ୍ତନ ଆଇନ ଅନୁଯାୟୀ ସେମାନଙ୍କର ସଦସ୍ୟତା ପ୍ରଭାବିତ ହେବ ନାହିଁ । ଶ୍ୟାମ ରଜାକ କହିଛନ୍ତି ଯେ ସେ ଆଉ କିଛି ଜେଡିୟୁ ବିଧାୟକଙ୍କୁ ଦଳ ଛାଡି ଆରଜେଡିରେ ଯୋଗଦେବାକୁ ଅପେକ୍ଷା କରିଛନ୍ତି । ଶ୍ୟାମ ରଜକ କହିଛନ୍ତି ଯେ ସେ ପୁରା ଘଟଣା ଉପରେ ନଜର ରଖିଛନ୍ତି ।
ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'
ସେପଟେ ଶ୍ୟାମ ରଜକଙ୍କ ଦାବି ଉପରେ ଜେଡିୟୁ ମୁଖପାତ୍ର ରାଜୀବ ରଂଜନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହି ବିଭ୍ରାନ୍ତିକର ବୟାନ ମାଧ୍ୟମରେ ଶ୍ୟାମ ରଜକ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ରାଜୀବ ରଂଜନଙ୍କ ଅନୁଯାୟୀ ଜେଡିୟୁ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇ ଆସନ୍ତା ୫ବର୍ଷ ପାଇଁ ସରକାର ଚଳାଇବ ।