ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ
Advertisement

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

President Election 2022 Draupadi Murmu: ସାନ୍ତାଳ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମୁର୍ମୁ ତାଙ୍କ କାର୍ଯ୍ୟକାଳରେ ବିରୋଧୀ ରାଜନୀତି କରୁଥିବା ତତ୍କାଳୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) କୁ ମଧ୍ୟ ପ୍ରଭାବିତ କରିଥିଲା । ରାଷ୍ଟ୍ରପତି ନିର୍ବାଚନରେ ​​ଏହାର ପ୍ରଭାବ ପଡିପାରେ । ଝାଡ଼ଖଣ୍ଡରେ କ୍ଷମତାରେ ଥିବା JMM ର ବିଧାୟକଙ୍କ ସଂଖ୍ୟା ୩୦ ରହିଛି । 

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

ନୂଆଦିଲ୍ଲୀ: President Election 2022 Draupadi Murmu: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ପଦ ଅର୍ଥାତ ରାଷ୍ଟ୍ରପତି ପଦ ପାଇଁ କୌଣସି ଆଦିବାସୀକୁ ଆଗକୁ କରିଛି ବିଜେପି (BJP) ନେତୃତ୍ୱାଧୀନ ଏନଡିଏ ମେଣ୍ଟ (NDA Presidential Candidate) । ବିଜେପି ଆଦିବାସୀ ଚେହେରା (Tribal Face) କୁ ଆଗକୁ କରି ଗୋଟିଏ ତୀରରେ ଅନେକ ଶିକାର କରିଛି । ସମଗ୍ର ଦେଶରେ ଆଦିବାସୀମାନଙ୍କର (Tribals) ଜନସଂଖ୍ୟା ୧୨ କୋଟିରୁ ଅଧିକ ଓ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ଅନ୍ୟ ସମ୍ପ୍ରଦାୟ ତୁଳନାରେ ବହୁତ କମ୍ ରହିଛି । ଏଭଳି ପରିସ୍ଥିତିରେ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ନାମ ଆଗକୁ କରି ଏନଡିଏ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ଯେ ତା'ର ଏଜେଣ୍ଡାରେ ସମନ୍ୱିତ ତଥା ସର୍ବଭାରତୀୟ ସମାଜର ପରିକଳ୍ପନା ସର୍ବୋପରି ରହିଛି । ସେ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ଉପରେ ବିଶ୍ୱାସ କରନ୍ତି ।

ଏହାର ବ୍ୟାପକ ରାଜନୈତିକ ପ୍ରଭାବ ମଧ୍ୟ ରହିବ । ସେହି ଦଳ ଯେଉଁମାନଙ୍କର ଆଧାର ବିଜେପି ବିରୋଧୀ ରାଜନୀତି ରହିଛି, ସେମାନେ ଏ ବିଷୟରେ ଏନଡିଏ ସହିତ ଆସିପାରନ୍ତି । ଏହାର ଚର୍ଚ୍ଚା ଝାଡଖଣ୍ଡରୁ କରିବା । ଦ୍ରୌପଦୀ ମୁର୍ମୁଙ୍କ ନାମ ରାଜ୍ୟପାଳ ପାଇଁ ପ୍ରଥମ ଥର ଲାଗି ଆଶ୍ଚର୍ଯ୍ୟଜନକ ଭାବେ ଆସିଥିଲା । ଡିସେମ୍ବର ୨୦୧୪ରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ଯେତେବେଳେ ବିଜେପି ସରକାର ଗଠନ କଲା, ସେତେବେଳେ ପ୍ରଥମ ଥର ପାଇଁ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀର ପ୍ରୟୋଗ କରାଯାଇଥିଲା । ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ମଳିଥିଲା । ଏହାର କ୍ଷତିପୂରଣ ଦେବା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା ।

ସାନ୍ତାଳ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ମୁର୍ମୁ ତାଙ୍କ କାର୍ଯ୍ୟକାଳରେ ବିରୋଧୀ ରାଜନୀତି କରୁଥିବା ତତ୍କାଳୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) କୁ ମଧ୍ୟ ପ୍ରଭାବିତ କରିଥିଲା । ରାଷ୍ଟ୍ରପତି ନିର୍ବାଚନରେ ​​ଏହାର ପ୍ରଭାବ ପଡିପାରେ । ଝାଡ଼ଖଣ୍ଡରେ କ୍ଷମତାରେ ଥିବା JMM ର ବିଧାୟକଙ୍କ ସଂଖ୍ୟା ୩୦ ରହିଛି । JMM ର ଲୋକସଭାରେ ଜଣେ ଓ ରାଜ୍ୟସଭାରେ ଜଣେ ସଦସ୍ୟ ଅଛନ୍ତି । JMM ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଓ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ।

ଏଭଳି ପରିସ୍ଥିତିରେ କଂଗ୍ରେସ ସହିତ ସରକାର ଚଳାଉଥିବା ହେମନ୍ତ ସୋରେନ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଆଗକୁ ଆସିପାରନ୍ତି । ଯଦି ସେ ବିପରୀତ ନିଷ୍ପତ୍ତି ନିଅନ୍ତି, ତେବେ ବିଜେପିକୁ ମଧ୍ୟ ତାଙ୍କୁ ଟାର୍ଗେଟ କରିବାର ସୁଯୋଗ ମିଳିଯିବ । ତେଣୁ ଏହା ତାଙ୍କ ପାଇଁ ଏକ ଧର୍ମ ସଙ୍କଟ ହେବ । ଯଦି  ସୋରେନ ଏନଡିଏ ସହିତ ଯାଆନ୍ତି ତେବେ କଂଗ୍ରେସ ଅସନ୍ତୁଷ୍ଟ ହେବ । ବିରୋଧୀଙ୍କ ସାଥ୍ ଦେବାରୁ ହେମନ୍ତ ସୋରେନଙ୍କ ଭବିଷ୍ୟତର ରାଜନୀତି ପାଇଁ କ୍ଷତିକାରକ ହୋଇପାରେ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ମାଗିଥିଲେ ବିଜେଡିର ସମର୍ଥନ, ନବୀନ ପଟ୍ଟନାୟଙ୍କ ଆସିଲା ବୟାନ

ଏହା ବି ପଢ଼ନ୍ତୁ:-କିପରି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ, କିଏ କିଏ ଦିଅନ୍ତି ଭୋଟ୍; ଜାଣନ୍ତୁ ପୁରା ପ୍ରକ୍ରିୟା

ଝାଡଖଣ୍ଡ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୨୮ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଏଥିମଧ୍ୟରୁ ୨୬ଟି ଉପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ଦଖଲ ରହିଛି । ଝାଡଖଣ୍ଡକୁ ଲାଗି ଓଡ଼ିଶାରେ ବିଜୁ ଜନତା ଦଳ (BJD) ର ଶାସନ ଚାଲିଛି । ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମେ ବିଜୁ ଜନତା ଦଳ (BJD) କୁ ସମର୍ଥନ ପାଇଁ ଅପିଲ କରିଥିଲେ । ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି  ଓ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓଡିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସହ ଏହି ବିଷୟରେ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ଥିଲି । ସେ ଦେଶରେ ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ । ନବୀନ ପଟ୍ଟନାୟକଙ୍କ ଏହି ବୟାନକୁ ଦ୍ରୌପଦୀ ମୁର୍ମୁଙ୍କ ଅପିଲ ଉପରେ ଅନ୍ତିମ ମୋହର ଭାବେ ଦେଖାଯାଉଛି । 

ନବୀନ ତାଙ୍କୁ ସମର୍ଥନ କରିବାକୁ ସହଜରେ ଆଗକୁ ଆସିପାରନ୍ତି । ଓଡିଶାରେ ୨୮ଟି ବିଧାନସଭା ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ରହିଛି । ଗୁଜୁରାଟର ଆଗାମୀ ବିଧାନସଭା ନିର୍ବାଚନରେ ​​ଏହା ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ପ୍ରମାଣିତ ହେବ । ଗୁଜୁରାଟର ୨ ଡଜନରୁ ଅଦିକ ବିଧାନସଭା ଆସନ ଉପରେ ଆଦିବାସୀମାନଙ୍କର ପ୍ରଭାବ ରହିଛି, ଯାହା ବିଜୟ କିମ୍ବା ପରାଜୟ ସ୍ଥିର କରିଥାଏ ।