ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା
Advertisement

ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା

କଂଗ୍ରେସ (Congress) କୁ ଆଉ ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସଂସଦୀୟ କ୍ଷେତ୍ର ଅର୍ଥାତ କେରଳର ୱାୟନାଡ (Wayanad Lok Sabha Seat) ରୁ ପୂର୍ବତନ ଡିସିସି ଅଧ୍ୟକ୍ଷ ପିଭି ବାଲାଚନ୍ଦ୍ରନ (PV Balachandran) ଆଜି (ମଙ୍ଗଳବାର) ଦଳ ଛାଡିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପୁରୁଣା ଦଳ ବିଜେପି (BJP

ନିଜ ଲୋକସଭା ଆସନରେ ହିଁ ଅସୁବିଧାର ସାମ୍ନା କରୁଛନ୍ତି ରାହୁଲ! ୱାୟନାଡରୁ ଆଉ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ଇସ୍ତଫା

ନୂଆଦିଲ୍ଲୀ: କଂଗ୍ରେସ (Congress) କୁ ଆଉ ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସଂସଦୀୟ କ୍ଷେତ୍ର ଅର୍ଥାତ କେରଳର ୱାୟନାଡ (Wayanad Lok Sabha Seat) ରୁ ପୂର୍ବତନ ଡିସିସି ଅଧ୍ୟକ୍ଷ ପିଭି ବାଲାଚନ୍ଦ୍ରନ (PV Balachandran) ଆଜି (ମଙ୍ଗଳବାର) ଦଳ ଛାଡିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପୁରୁଣା ଦଳ ବିଜେପି (BJP) ର ପ୍ରଭାବକୁ ମୁକାବିଲା କରିବାରେ ବିଫଳ ହୋଇଛି ।

କେପିସିସି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ବାଲାଚନ୍ଦ୍ରନ (PV Balachandran) ଦଳ ସହ ତାଙ୍କର ୫୨ ବର୍ଷ ଧରି ଚାଲିଥିବା ସମ୍ପର୍କକୁ ସମାପ୍ତ କରି କହିଛନ୍ତି ଯେ ଉଭୟ ବହୁ ସଂଖ୍ୟକ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ କଂଗ୍ରେସ (Congress) ଠାରୁ ଦୂରେଇ ଯାଉଛନ୍ତି । ଲୋକମାନେ ସେହି ଦଳ ସହ ଛିଡ଼ା ହେବେ ନାହିଁ ଯିଏ ଦିଗ ହରାଇଛି ।

ସେ କଂଗ୍ରେସ (Congress) ର ରାଜ୍ୟ ନେତୃତ୍ୱର କାର୍ଯ୍ୟ ଶୈଳୀକୁ ମଧ୍ୟ ସମାଲୋଚନା କରିବା ସହ ଲୋକମାନଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ସେ ସ୍ପଷ୍ଟ ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରିପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ଘୋଷଣା କରି ବାଲାଚନ୍ଦ୍ରନ କହିଛନ୍ତି ଯେ ସେ ଦଳ ଛାଡ଼ିବାର ନିଷ୍ପତ୍ତି ଏଥିପାଇଁ ନେଇଛନ୍ତି ଯେ ତାଙ୍କୁ ଲାଗିଛି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଭାବନା ଅନୁରୂପ କାମ କରିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-୩୦ ଘଣ୍ଟା ଅଟକ ରହିବା ପରେ ପ୍ରିୟଙ୍କା ଗାନ୍ଧୀ ଗିରଫ

ୱାୟନାଡରେ କଂଗ୍ରେସରେ ଚାଲିଥିବା ଇସ୍ତଫା ଶୃଙ୍ଖଳାରେ ବାଲାଚନ୍ଦ୍ରନଙ୍କ ଏହା ହେଉଛି ସଦ୍ୟତମ ମାମଲା । ଚଳିତ ବର୍ଷ ଏପ୍ରିଲରେ ହୋଇଥିବା ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ କେ.ସି ରୋଜାକୁଟି, କେପିସିସି ସଚିବ ଏମଏସ ବିଶ୍ୱନାଥନ ଏବଂ ଡିସିସି ସାଧାରଣ ସମ୍ପାଦକ ଅନିଲ କୁମାର ଦଳ ଛାଡିଥିଲେ । ଦଳ ଛାଡିଥିବା ବାଲାଚନ୍ଦ୍ରନଙ୍କ ନିଷ୍ପତ୍ତି ମଧ୍ୟ ବର୍ତ୍ତମାନର କଂଗ୍ରେସ ନେତୃତ୍ୱ ପାଇଁ ଏକ ଝଟକା ।

ଅଧିକ ପଢ଼ନ୍ତୁ:-୨୪ ଘଣ୍ଟାରେ ଆରମ୍ଭ ହେବ ମୌସୁମୀ ବାହୁଡା ପ୍ରକ୍ରିୟା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ଡବଲ ମହଙ୍ଗା ଭତ୍ତାର ଲାଭ