କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ
Advertisement

କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ

ଗେହଲଟ (Ashok Gehlot) ଓ ପାଇଲଟ (Sachin Pilot) କ୍ୟାମ୍ପ ମୁହାଁମୁହିଁ ହୋଇଛନ୍ତି । ବୁଧବାର ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ (Ajay Maken) ଙ୍କ ଅଜମେର ଗସ୍ତ ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । 

କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ (Congress) ର ଅନ୍ତଃକନ୍ଦଳ ଥମିବାର ନାଁ ନେଉ ନାହିଁ । ପୁଣିଥରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ଓ ସଚିନ ପାଇଲଟ (Sachin Pilot) ଗୋଷ୍ଠୀ  ମଧ୍ୟରେ ଥିବା ମତଭେଦ ସାମ୍ନାକୁ ଆସିଛି । ଏଥର ଗେହଲଟ (Ashok Gehlot) ଓ ପାଇଲଟ (Sachin Pilot) କ୍ୟାମ୍ପ ମୁହାଁମୁହିଁ ହୋଇଛନ୍ତି । ବୁଧବାର ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ (Ajay Maken) ଙ୍କ ଅଜମେର ଗସ୍ତ ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସଂଗଠନକୁ ମଜବୁତ କରିବା ପାଇଁ ମାକନ ଅଜମେରରେ କଂଗ୍ରେସ ନେତାଙ୍କଠାରୁ ମତାମତ ନେଉଥିଲେ ।

fallback

ଅଧିକ ପଢ଼ନ୍ତୁ:-ଭାରତର ସେହି 'ସିକ୍ରେଟ ଅସ୍ତ୍ର', ଯାହାର ନାଁ ଶୁଣିବା ମାତ୍ରେ ଚୀନ ଛାନିଆ

ଏହି ସମୟ ମଧ୍ୟରେ କାର୍ଯ୍ୟକ୍ରମସ୍ଥଳ ବାହାରେ ଗେହଲଟ ଓ ପାଇଲଟ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ । ପାଇଲଟ ସମର୍ଥକମାନେ ପୋଷ୍ଟର ଚିରି ଦେଇଥିଲେ, ଏହାସହ ସ୍ଲୋଗାନ କରିବା ସହ ବ୍ୟକ୍ତିଗତ ମନ୍ତବ୍ୟ କରିଥିଲେ । ଏହା ଉପରେ ପୋଲିସକୁ ସାମାନ୍ୟ ବଳ ପ୍ରୟୋଗ କରି ସମର୍ଥକଙ୍କୁ ସେଠାରୁ ଘଉଡାଇବାକୁ ପଡିଥିଲା । ଚାରିଜଣ ପାଇଲଟ ସମର୍ଥକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏଥିରେ ରାଗିଯାଇ ପାଇଲଟ ସମର୍ଥକ କାର୍ଯ୍ୟକର୍ତ୍ତାମାନେ ଗଞ୍ଜ ପୋଲିସ ଷ୍ଟେସନରେ ପହଞ୍ଚି ପୋଲିସ ଷ୍ଟେସନକୁ ଘେରିବା ସହ ନାରା ଦେବା ଆରମ୍ଭ କରିଥିଲେ । ପାଇଲଟଙ୍କ ଜଣେ ଦୃଢ଼ ସମର୍ଥକ ମସୁଦା ବିଧାୟକ ରାକେଶ ପାରିକ ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ପୋଲିସ କାର୍ଯ୍ୟକର୍ତ୍ତାଙ୍କୁ ଛାଡ଼ି ନଥିଲା । ଏହା ଉପରେ ବିଧାୟକ ପାରିକ ସେଠାରୁ ଫେରିଥିଲେ । କୁହାଯାଉଛି ଯେ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟକର୍ତ୍ତାଙ୍କୁ ମୁକ୍ତ କରାଯାଇଥିଲା । 

ଅଧିକ ପଢ଼ନ୍ତୁ:-ଅବସରରୁ ଫେରିବେ ଯୁବରାଜ ସିଂ ! ଗାଙ୍ଗୁଲିଙ୍କଠୁ ମାଗିଲେ ଅନୁମତି

ବାସ୍ତବରେ ମାକନ ଅଜମେରରେ ପ୍ରବେଶ କରିବା ସହିତ ଗେହଲଟ ଓ ପାଇଲଟ ସମର୍ଥକଙ୍କ ମଧ୍ୟରେ ପ୍ରତିଷ୍ଠାର ଲଢ଼େଇ ଆରମ୍ଭ ହୋଇଥିଲା । ଗେହଲଟ ଓ ପାଇଲଟ କ୍ୟାମ୍ପର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଇ ମାକନଙ୍କ ଆଗରେ ଜୋରଦାର ପ୍ରଦର୍ଶନ କରିଥିଲେ । ମାକନ ସଭା ସ୍ଥଳ ମେରୱାରା ଇଷ୍ଟେଟରେ ପ୍ରବେଶ କରିବା ପରେ ଦୁଇ ଶିବିର ମଧ୍ୟରେ ବିବାଦ ବଢ଼ି ଯାଇଥିଲା । ମାକନ ହୋଟେଲରେ ଅଜମେର ସହର ଏବଂ ଗ୍ରାମାଞ୍ଚଳର କଂଗ୍ରେସ ନେତାଙ୍କଠାରୁ ମତାମତ ନେଉଥିଲେ । ତା’ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କ ସମର୍ଥକମାନେ ପ୍ଲାକାର୍ଡ ନେଇ ହୋଟେଲ ବାହାରେ ପହଂଚି ନାରା ଲଗାଥିଲେ । ତାଙ୍କୁ ଦେଖି ମାସୁଦା ବିଧାୟକ ରାକେଶ ପାରିକଙ୍କ ସମର୍ଥକମାନେ ପାଇଲଟ ଏବଂ ପାରିକଙ୍କ ସପକ୍ଷରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସେମାନେ ରଘୁଙ୍କ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ କରିଥିଲେ । ଆଉ ବାହାରେ ଲାଗିଥିବା କିଛି ଫ୍ଲେକ୍ସକୁ ଚିରି ଦେଇଥିଲେ । ଏହି ଫ୍ଲେକ୍ସରେ ରଘୁ ଶର୍ମାଙ୍କର ଫଟୋ ଥିଲା କିନ୍ତୁ ପାଇଲଟଙ୍କର ନୁହେଁ । ଏହା ସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଲାଠିଚାର୍ଜ କରିବା ସହ ଉଭୟ ପକ୍ଷର ସମର୍ଥକଙ୍କୁ ସେଠାରୁ ଘଉଡାଇ ଦେଇଥିଲା ।