ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ
Advertisement

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

Rajya Sabha Election 2022: ବିଜେପି (BJP) ଓ କଂଗ୍ରେସ (Congress) ର ଜଣେ ଜଣେ ପ୍ରାର୍ଥୀଙ୍କ ବ୍ୟତୀତ ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନରେ ଜେଜେପି (JJP) ସମର୍ଥନରେ ମିଡିଆ ଉଦ୍ୟୋଗୀ କାର୍ତ୍ତିକେୟ ଶର୍ମା (Kartikeya Sharma) ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କାର୍ତ୍ତିକେୟ ଶର୍ମାଙ୍କ ପିତା ବିନୋଦ ଶର୍ମା ହୁଡ୍ଡା ସରକାରରେ ମନ୍ତ୍ରୀ ଥିଲେ ।

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: Rajya Sabha Election 2022: ରାଜ୍ୟ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ୧୫ଟି ରାଜ୍ୟରେ ୫୭ଟି ରାଜ୍ୟସଭା ଆସନ  (Rajya Sabha Seat) ପାଇଁ ଜୁନ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ । ସେହି ଦିନ ହିଁ ଭୋଟ ଗଣତି ହେବ ଓ ଫଳାଫଳ ମଧ୍ୟ ଘୋଷଣା କରାଯିବ । ଏହା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜର  ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ମାନସ ମନ୍ଥନ କରୁଛନ୍ତି । ଏହି କ୍ରମରେ  ହରିୟାଣାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ (Haryana Rajya Sabha Election) ରେ ​​କଂଗ୍ରେସ (Congress) କୁ ନିଜର ବିଧାୟକଙ୍କ କ୍ରସ ଭୋଟିଂ ଭୟ ରହିଛି । ହରିୟାଣାରେ ୨ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ହେବାର ଅଛି, ଯେଉଁଥିରେ ୩ ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଓହ୍ଲାଇଛନ୍ତି । ତାଜା ପରିସ୍ଥିତି ଓ ହରିୟାଣାର ପୁରୁଣା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ବିଧାୟକମାନ (Congress MLA) ଙ୍କୁ ଏକାଠି କରିବା ଆରମ୍ଭ କରିଛି । ସୂଚନାନୁସାରେ, କଂଗ୍ରେସ ହରିୟାଣା ବିଧାୟକମାନ (Haryana Congress MLAs) ଙ୍କୁ ରାଜସ୍ଥାନ କିମ୍ବା ଛତିଶଗଡକୁ ଶିଫ୍ଟ କରିବାରେ ଲାଗିଛି ।

୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ କଂଗ୍ରେସର ୩୧ ଜଣ ବିଧାୟକ ଅଛନ୍ତି । ଦଳ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଜୟ ମାକନ (Ajay Maken) ଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୧ ଭୋଟ ଆବଶ୍ୟକ କରନ୍ତି । ଅର୍ଥାତ୍ କଂଗ୍ରେସର ବିଧାୟକଙ୍କ ଶକ୍ତି ଅଛି କିନ୍ତୁ ବିଧାୟକ କୁଲଦୀପ ବିଷ୍ଣୋଇ (Kuldeep Bishnoi) ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । ବିଷ୍ଣୋଇଙ୍କ ବ୍ୟତୀତ ଯଦି କଂଗ୍ରେସ ବିଧାୟକ ମଧ୍ୟ ଭାଙ୍ଗନ୍ତି, ତେବେ ମାକନଙ୍କ ଜିତିବା କଷ୍ଟକର ହେବ ।

ବିଜେପି (BJP) ଓ କଂଗ୍ରେସ (Congress) ର ଜଣେ ଜଣେ ପ୍ରାର୍ଥୀଙ୍କ ବ୍ୟତୀତ ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନରେ ଜେଜେପି (JJP) ସମର୍ଥନରେ ମିଡିଆ ଉଦ୍ୟୋଗୀ କାର୍ତ୍ତିକେୟ ଶର୍ମା (Kartikeya Sharma) ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କାର୍ତ୍ତିକେୟ ଶର୍ମାଙ୍କ ପିତା ବିନୋଦ ଶର୍ମା ହୁଡ୍ଡା ସରକାରରେ ମନ୍ତ୍ରୀ ଥିଲେ । ବିନୋଦ ଶର୍ମା ମଧ୍ୟ ହୁଡ୍ଡାଙ୍କ ନିକଟତର ବୋଲି ମନେ କରାଯାଏ । ବିଜେପି ସହିତ ହରିୟାଣାର ମେଣ୍ଟ ସରକାରରେ ଜେଜେପି ସାମିଲ ଅଛି ।

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍

ଏହା ବି ପଢ଼ନ୍ତୁ:-ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ

ଏହା ବି ପଢ଼ନ୍ତୁ:-ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ ମୁସେୱାଲା, କାନାଡାରେ ରହୁଥିବା ଏହି ଝିଅ ସହ ହୋଇସାରିଥିଲା ନିର୍ବନ୍ଧ

ଏଭଳି ପରିସ୍ଥିତିରେ କାର୍ତ୍ତିକେୟ ଶର୍ମାଙ୍କୁ ଜିତାଇବା ପାଇଁ ବିଜେପି ମଧ୍ୟ ଚେଷ୍ଟା କରିବ । ଏଥିପାଇଁ କଂଗ୍ରେସ ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯିବ । ପରିସ୍ଥିତିକୁ ଅନୁଧ୍ୟାନ କରି କଂଗ୍ରେସ ନିଜର ବିଧାୟକମାନଙ୍କୁ ଏକାଠି କରିବା ଆରମ୍ଭ କରିଛି । ଭୁପିନ୍ଦର ସିଂ ହୁଡ୍ଡା (Bhupinder Singh Hooda) ଙ୍କ ପାଇଁ ଏହା ଅଗ୍ନି ପରୀକ୍ଷା ହେବ । ଯଦି ସେ ବିଷ୍ଣୋଇଙ୍କ ବ୍ୟତୀତ ଅବଶିଷ୍ଟ ୩୦ ଜଣ ବିଧାୟକଙ୍କୁ ଏକାଠି ରଖିବାର ସଫଳ ରୁହନ୍ତି, ତେବେ ମାକନଙ୍କ ରାଜ୍ୟସଭାରେ ପହଞ୍ଚିବାର ସମ୍ଭାବନା ରହିବ ।