ଅନଲାଇନରେ ରେଳ ଟିକେଟ ବୁକିଂ କଲେ ମିଳୁଛି ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏହିପରି ଆପଣ ପାଇପାରିବେ ଲାଭ
Advertisement
Article Detail0/zeeodisha/odisha842575

ଅନଲାଇନରେ ରେଳ ଟିକେଟ ବୁକିଂ କଲେ ମିଳୁଛି ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏହିପରି ଆପଣ ପାଇପାରିବେ ଲାଭ

IRCTC ତରଫରୁ ଆଇ-ମୁଦ୍ରା ଆପ୍ (i-Mudra App) ର  ଭିସା (VISA) କିମ୍ୱା ରୂପେ (RuPay) କାର୍ଡ ଦ୍ୱାରା କରାଯାଇଥିବା କାରବାର ଉପରେ କ୍ୟାସବ୍ୟାକ୍ ପ୍ରଦାନ କରୁଛି । 

ଅନଲାଇନରେ ରେଳ ଟିକେଟ ବୁକିଂ କଲେ ମିଳୁଛି ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଏହିପରି ଆପଣ ପାଇପାରିବେ ଲାଭ

ନୂଆଦିଲ୍ଲୀ: Indian Railways: ଅନଲାଇନ୍ ରେଳ ଟିକେଟ୍ ବୁକିଂର ସୁବିଧା ଦେଉଥିବା ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାସବ୍ୟାକ୍ ଅଫର ଆଣିଛି । IRCTC ଏହାର ଗ୍ରାହକମାନଙ୍କୁ ଆଇ-ମୁଦ୍ରା (i-Mudra) ଆପ୍ ସୁବିଧା ପ୍ରଦାନ କରିଛନ୍ତି, ଯେଉଁଥିରେ ଗ୍ରାହକଙ୍କୁ ପେମେଣ୍ଟ ଓ ଅନଲାଇନ୍ ସପିଂ ପାଇଁ ଏକ ଡିଜିଟାଲ୍ କାର୍ଡ ମିଳିଥାଏ । ଏହି କାର୍ଡରେ କ୍ୟାସବ୍ୟାକ୍ ମିଳୁଛି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ପରି ବରାବର TA ପାଇବେ କେନ୍ଦ୍ର କର୍ମଚାରୀ, ଜାଣନ୍ତୁ କେବେ ଓ କେତେ ମିଳିବ ଲାଭ

IRCTC ତରଫରୁ ଆଇ-ମୁଦ୍ରା ଆପ୍ (i-Mudra App) ର  ଭିସା (VISA) କିମ୍ୱା ରୂପେ (RuPay) କାର୍ଡ ଦ୍ୱାରା କରାଯାଇଥିବା କାରବାର ଉପରେ କ୍ୟାସବ୍ୟାକ୍ ପ୍ରଦାନ କରୁଛି । ଏହି କ୍ୟାସବ୍ୟାକ୍ ୨୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହି ସୂଚନା ଆଇଆରସିଟିସି ନିଜେ ଦେଇଛି । ଟ୍ୱିଟ୍‌ରେ ଏହା ଲେଖାଯାଇଛି ଯେ ଯଦି ଗ୍ରାହକମାନେ ଆଇ-ମୁଦ୍ରା ଆପର ଭିସା କିମ୍ବା ରୁପେ କାର୍ଡରୁ ୫୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ତେବେ ସେମାନେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ ଆଜି ଶକ୍ତି ପ୍ରଦର୍ଶନ କରିବେ ସଚିନ

IRCTC ତରଫରୁ ଦିଆଯାଉଥିବା ଏହି ବିଶେଷ ଅଫର ଲାଭ ଉଠାଇବାର ସୁଯୋଗ ଫେବୃଆରୀ ୨୮ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ତେଣୁ ଯଦି ଆପଣ ମଧ୍ୟ କ୍ୟାସବ୍ୟାକ୍ ​​ପାଇବାକୁ ଚାହୁଁଛନ୍ତି, ତେବେ ଭିସା କିମ୍ବା ରୁପେ କାର୍ଡର ଆଇ-ମୁଦ୍ରା (i-Mudra) ଆପ୍ ମାଧ୍ୟମରେ ପେମେଣ୍ଟ ଆରମ୍ଭ କରନ୍ତୁ । କହି ରଖୁଛୁ ଯେ IRCTC ଫେଡେରାଲ ବ୍ୟାଙ୍କ ସହ ମିଶି ଏହି କାର୍ଡ ଲଞ୍ଚ କରିଛି । ଏହି କାର୍ଡରେ ଆପଣ ଡେବିଟ୍ କାର୍ଡ, UPI କିମ୍ବା କ୍ରେଡିଟ୍ କାର୍ଡରୁ ଟଙ୍କା ଭରି ପାରିବେ ।