ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ
Advertisement
Article Detail0/zeeodisha/odisha793232

ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ଏହି ରାଲିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (Mamata Banerjee) ବିଜେପି (BJP) କୁ ମିଛର ଆର୍ବଜନା ଓ ଦେଶର ସବୁଠାରୁ ବଡ ଅଭିଶାପ ବୋଲି କହିଛନ୍ତି ।

ବିଜେପି ଉପରେ ଗର୍ଜିଲେ ମମତା, କହିଲେ-ଟିଏମସି ଜେଲରୁ ମଧ୍ୟ ଜିତିବ ନିର୍ବାଚନ

ନୂଆଦିଲ୍ଲୀ: West Bengal Assembly Election 2021: ପଶ୍ଚିମବଙ୍ଗରେ ୨୦୨୧ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । କିନ୍ତୁ ଏହା ପୂର୍ବରୁ ବିଜେପି (BJP) ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ଆରମ୍ଭ ହୋଇସାରିଛି ବାକ୍ ଯୁଦ୍ଧ । ବୁଧବାର ରାଜ୍ୟର ବ୍ୟାଙ୍କକୁରା ଠାରେ ଟିଏମସି ପ୍ରମୁଖ ମମତା ବାନାର୍ଜୀ (Mamata Banerjee) ଏକ ରାଲି କରିଛନ୍ତି । ଏହି ରାଲିରେ ସେ ବିଜେପି ବିରୋଧରେ ଘୋଡା ବ୍ୟାପାରର ଅଭିଯୋଗ ଆଣିଛନ୍ତି । ଏଥିସହ ସେ କହିଛନ୍ତି ଯେ ଯଦି ବିଜେପିର ସାହସ ଅଛି ତେବେ ତାଙ୍କୁ ଗିରଫ କରୁ । ସେ ଜେଲରେ ରହି ତୃଣମୂଳ କଂଗ୍ରେସକୁ ଜିତାଇବେ ।

 ଅଧିକ ପଢ଼ନ୍ତୁ:-ଏସବୁ ପଦରେ ସପ୍ତମ ବେତନ ଆୟୋଗ ଅନୁଯାୟୀ ମାସକୁ ମିଳିବ ୨.୦୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା

ଏହି ରାଲିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ (Mamata Banerjee) ବିଜେପି (BJP) କୁ ମିଛର ଆର୍ବଜନା ଓ ଦେଶର ସବୁଠାରୁ ବଡ ଅଭିଶାପ ବୋଲି କହିଛନ୍ତି । ସେ କହିଛନ୍ତି ଯେ, "ଦଳ ବଦଳାଇବା ପାଇଁ ଟିଏମସି ବିଧାୟକ (TMC MLA) ଙ୍କୁ ବିଜେପି ଟଙ୍କାର ପ୍ରଲୋଭନ ଦେଉଛି । ବିଜେପି ହେଉଛି ମିଛର ଏକ ପୁଡିଆ, ଦେଶର ସବୁଠାରୁ ବଡ ଅଭିଶାପ । ଯଦି ବିଜେପିରେ ସାହସ ଅଛି ତେବେ ମୋତେ ଗିରଫ କରୁ । ମୁଁ ଜେଲରୁ ମଧ୍ୟ ନିର୍ବାଚନରେ ଟିଏମସିର ବିଜୟକୁ ସୁନିଶ୍ଚିତ କରିବି ।" ଆପଣଙ୍କୁ କହି ରଖୁଛୁ ଯେ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭା ପାଇଁ ନିର୍ବାଚନ ହେବାର ଅଛି ।

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?

ବିଜେପି ବିରୋଧରେ ଅଭିଯୋଗ ଆଣି ମମତା ବାନାର୍ଜୀ କହିଛନ୍ତି ଯେ କିଛି ଲୋକ ବୁକି ଭଳି କାମ କରୁଛନ୍ତି । ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ବିଜେପି କ୍ଷମତାକୁ ଆସିପାରେ । ସେ କହିଛନ୍ତି, "ବିଜେପି ଏକ ରାଜନୈତିକ ଦଳ ନୁହେଁ, ବରଂ ମିଛର ଆବର୍ଜନା । ଯେତେବେଳେ ନିର୍ବାଚନ ଆସେ, ସେମାନେ ଟିଏମସି ନେତାମାନଙ୍କୁ ଭୟଭୀତ କରିବା ପାଇଁ ନାରଦା ଏବଂ ସାରଦା ସ୍କାମ ପ୍ରସଙ୍ଗ ଉଠାନ୍ତି । ମୁଁ ସେମାନଙ୍କୁ ସ୍ପଷ୍ଟ ଭାବରେ କହିବି ଯେ ମୁଁ ବିଜେପି ଏବଂ ଏହାର ଏଜେନ୍ସିଗୁଡ଼ିକୁ ଭୟ କରେ ନାହିଁ ।"