Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ
Advertisement
Article Detail0/zeeodisha/odisha2117001

Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ

Garlic Price : ବର୍ତ୍ତମାନ ଆପଣଙ୍କୁ ଏକ ଖବର କହିବୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ । କାରଣ ଏକ ମୋବାଇଲ୍ ସପ୍ ରେ ଜଣେ ବ୍ୟକ୍ତି ଅଧା ଦାମରେ ରସୁଣ ଉପଲବ୍ଧ କରାଇଛନ୍ତି । ଯେଉଁ କାରଣରୁ ଲୋକମାନେ ବଜାର ଅପେକ୍ଷା ବ୍ୟକ୍ତିଙ୍କ ଦୋକାନ ସାମ୍ନାରେ ରସୁଣ କିଣିବା ପାଇଁ ଭିଡ ଜମାଇଛନ୍ତି ।

Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ

Garlic Price : ବର୍ଷର ପ୍ରଥମ ମାସରୁ ରସୁଣର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି । କିନ୍ତୁ, ବର୍ତ୍ତମାନ ଆପଣଙ୍କୁ ଏକ ଖବର କହିବୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ । କାରଣ ଏକ ମୋବାଇଲ୍ ସପ୍ ରେ ଜଣେ ବ୍ୟକ୍ତି ଅଧା ଦାମରେ ରସୁଣ ଉପଲବ୍ଧ କରାଇଛନ୍ତି । ଯେଉଁ କାରଣରୁ ଲୋକମାନେ ବଜାର ଅପେକ୍ଷା ବ୍ୟକ୍ତିଙ୍କ ଦୋକାନ ସାମ୍ନାରେ ରସୁଣ କିଣିବା ପାଇଁ ଭିଡ ଜମାଇଛନ୍ତି ।

କେଜି ପ୍ରତି ୨୦୦ ଟଙ୍କା ଦାମ
ମୋବାଇଲ ସପ୍ ଟି ଅଜମେରରୁ କରୌଲି ପର୍ଯ୍ୟନ୍ତ ଘୁରି ବୁଲୁଛି । ଏଥିସହ ଗ୍ରାହକଙ୍କୁ ମାତ୍ର ୨ଶହ ଟଙ୍କା ଦରରେ ରସୁଣ ବିକ୍ରି କରୁଛି । ବର୍ତ୍ତମାନ ସାଧାରଣ ବଜାରରେ ରସୁଣ ଦର ୪ଶହ ଟଙ୍କାରୁ ଅଧିକ ଥିବା ସମୟରେ ଏହି ମୋବାଇଲ୍ ସପ୍ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । ଲୋକମାନେ ଶସ୍ତାରେ ରସୁଣ ପାଇପାରୁଛନ୍ତି ।

ମୋବାଇଲ ସପ୍ ର ମାଲିକଙ୍କ କହିବାନୁଯାୟୀ, ସେ ବିକ୍ରି କରୁଥିବା ରସୁଣ ଓଦା ଏବଂ ସତେଜ । ଯେଉଁ କାରଣରୁ ଓଜନ ଅଧିକ ରହୁଛି । ଲୋକମାନେ ମଧ୍ୟ ଏହି ରସୁଣ ନେବା ପାଇଁ ପସନ୍ଦ କରୁଛନ୍ତି । କରୌଲିରେ ରହୁଥିବା ରମେଶ୍ୱର ୟାସ କହିଛନ୍ତି ଯେ, ଏହି ରସୁଣକୁ କୌଣସି ମଣ୍ଡିରୁ ନୁହେଁ ବରଂ ଜୟପୁରରୁ କିଣାଯାଇଛି । ତେଣୁ ଏହାର ମୂଲ୍ୟ ବଜାର ଦର ଅପେକ୍ଷା କମ ରହିଛି । ଲୋକମାନେ ଏହି ରସୁଣ କିଣି ଉପକୃତ ହେବା ସହିତ ପ୍ରଶଂସା କରୁଛନ୍ତି । ଶସ୍ତାରେ ରସୁଣ ମିଳିବାରୁ ଗ୍ରାହକ ଖୁବ ଖୁସି ପ୍ରକଟ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ରସୁଣ ଉତ୍ପାଦନ ହେଉଥିବା ସ୍ଥାନ ବିଶେଷ କରି ମଧ୍ୟ ପ୍ରଦେଶରେ ଅଦିନିଆ ବର୍ଷା କାରଣରୁ ରସୁଣ ଦର ପ୍ରଭାବିତ ହୋଇଛି । କିଛି ଦିନ ତଳେ ହିମାଚଳ ପ୍ରଦେଶରେ ରସୁଣ ଦର ୬୦୦ ଟଙ୍କା ପାର କରିଥିଲା । ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ମଧ୍ୟ ରସୁଣ ଦର ଉଚ୍ଚା ରହିଛି । ମାତ୍ର ୨୫୦ ଗ୍ରାମ ରସୁଣକୁ ୮୦ରୁ ୧୦୦ ଟଙ୍କା ଦରରେ ବ୍ୟବସାୟୀମାନେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଆଗକୁ ରସୁଣ ଯୋଗାଣ ସଠିକ୍ ହେଲେ ଦର କମିବ ବୋଲି ବ୍ୟବସାୟୀମାନେ କହିଛନ୍ତି ।

Also Read- ରାୟଗଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ନବଜାତର ମୃତଦେହ ଉଦ୍ଧାର

Also Read- ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ପରିମାଣରେ ଟିକା ଉତ୍ପାଦନ କରିବ ଓଡ଼ିଶା !