Advertisement
photoDetails0hindi

ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ପରିମାଣରେ ଟିକା ଉତ୍ପାଦନ କରିବ ଓଡ଼ିଶା !

ମେ ୨୦୨୪ ସୁଦ୍ଧା ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଟିକା ଉତ୍ପାଦନ କାରଖାନା ପକ୍ଷରୁ ଲକ୍ଷ ରଖାଯାଇଛି   

1/6

ଆଜି ୫ଟି ଚେୟାରମ୍ୟାନ୍ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭୁବନେଶ୍ୱର ଆନ୍ଧାରୁଆ ସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କରେ ଥିବା ସାପିଜେନ୍ ବାୟୋଲୋଜିକ୍ ଭ୍ୟାକ୍ସିନ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ।

 

2/6

ଶେଷ ପର୍ଯ୍ୟାୟରେ କାର୍ଯ୍ୟରତ ଥିବା ଏହି କାରଖାନା ପ୍ରତିଦିନ ୨.୪ କୋଟି ଡୋଜ ବିଭିନ୍ନ ଟିକା ଉତ୍ପାଦନ କରିବାର କ୍ଷମତା ପାଇବ। ଏହାର ପୂର୍ଣ୍ଣ କ୍ଷମତା ହେବା ପରେ ଏହା ଦେଶର ସବୁଠାରୁ ବଡ ଟିକା ଉତ୍ପାଦନକାରୀ କାରଖାନା ହେବ ।

 

3/6

ଭିକେ ପାଣ୍ଡିଆନ୍ ସମସ୍ତ ସବ୍ ୟୁନିଟ୍ ପରିଦର୍ଶନ କରି ପରିଚାଳନା ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ କରିବାରେ ସହାୟତା କରିବାକୁ ସମସ୍ତ ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

4/6

ଏହି ପ୍ଲାଣ୍ଟରେ ୧୫ଶହ କୋଟି ଟଙ୍କା ବିନିଯୋଗ ହୋଇଛି । ଏହାର ନେତୃତ୍ୱ ନେଇଛନ୍ତି ଡ଼ କ୍ରିଷ୍ଣା ଏଲା । ଯିଏକି ଭାରତ ବାୟୋଟେକ ପାର୍କ ଫ୍ରାର୍ମର ସଦସ୍ୟ ।

5/6

ଏହି ପ୍ଲାଣ୍ଟ୍ ପାଖାପାଖି ୧୫ଶହ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରୁଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାରୁ ସ୍ଥାନୀୟ ଭାବରେ ନିଯୁକ୍ତି ପାଇଛନ୍ତି । କଲେରା, ମ୍ୟାଲେରିଆ ଇତ୍ୟାଦି ରୋଗ ପାଇଁ ପ୍ଲାଣ୍ଟ ୧୫ ପ୍ଲସ୍ ବିଭିନ୍ନ ଟିକା ପ୍ରସ୍ତୁତ କରିବାକୁ ଯୋଜନା କରିଛି ।

6/6

ଭୁବନେଶ୍ୱରରେ ଉତ୍ପାଦିତ ବିଭିନ୍ନ ଟିକା ବିଶ୍ୱର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯିବ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ନାମକୁ ଆଗକୁ ନେବ । ଏଠାରୁ ଟିକା ଯୋଗାଇ ଦିଆଯିବା ପରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସୁରକ୍ଷିତ ରହିବ । ଭିକେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ସମସ୍ତ ସାହାଯ୍ୟ ମିଳିବ ବୋଲି ନିଶ୍ଚିତ କରିଛନ୍ତି । ଏଚସିଏମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ବାୟୋଟେକ୍ନୋଲୋଜି ନୀତି ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ, ଏହି ବୃହତ ଆଙ୍କର୍ ଉତ୍ପାଦନ କାରଖାନା ସହିତ ଅନ୍ୟାନ୍ୟ ସପ୍ଲିମେଣ୍ଟାରୀ ବାୟୋଟେକ୍ନୋଲୋଜି ସମ୍ବନ୍ଧୀୟ ଉତ୍ପାଦ କମ୍ପାନୀଗୁଡିକ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରତି ଆକର୍ଷିତ ହେବେ । ଅନ୍ୟ କମ୍ପାନୀ ଗୁଡିକ ମଧ୍ୟ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହୀ ହେବେ ଏବଂ ଏହା ଅନେକ ନିଯୁକ୍ତି ସୃଷ୍ଟି କରିବ ।