Heat Wave: ଆଗାମୀ ୪ ଦିନ ୬ରୁ ୮ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା
Advertisement
Article Detail0/zeeodisha/odisha2199818

Heat Wave: ଆଗାମୀ ୪ ଦିନ ୬ରୁ ୮ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା

Heat Wave: କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ତଳ ମୁହାଁ ରହିଥିବା ବେଳେ ଲଗାତର ତୃତୀୟ ଦିନରେ କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପି ନ ଥିବା ଦେଖିବାକୁ ମିଳିଛି। ତେବେ ଗୁରୁବାରଠାରୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Heat Wave: ଆଗାମୀ ୪ ଦିନ ୬ରୁ ୮ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା

Heat Wave: କାଳବୈଶାଖୀ ବର୍ଷା ଯୋଗୁଁ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ। କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ତଳ ମୁହାଁ ରହିଥିବା ବେଳେ ଲଗାତର ତୃତୀୟ ଦିନରେ କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପି ନ ଥିବା ଦେଖିବାକୁ ମିଳିଛି। ତେବେ ଗୁରୁବାରଠାରୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ରାଜ୍ୟରେ ପାଗ କୋହଲା ରହିଥିବା ବେଳେ ପୁଣି ଥରେ ତାତି ବଢିବ । ଆଗାମୀ ୪ ଦିନ ଯାଏଁ ତାପମାତ୍ରା ୬ରୁ ୮ ଡିଗ୍ରୀ ସେଲସିୟସ୍‌ ବଢିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, ଅନୁଗୁଳ, ଦେବଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଛି। ସେହିପରି ଟ୍ବଇନ ସିଟିରେ ମଧ୍ୟ ହାଲୁକା ବର୍ଷା ସହିତ ପାଗ ମେଘୁଆ ରହିଛି।

ପ୍ରକାଶ ଥାଉ କି, ସେପଟେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବରଗଡ଼, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼କୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Also Read- Odisha Election 2024: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ହେବ ତ୍ରିମୁଖୀ ଲଢ଼େଇ