Odisha Election 2024: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ହେବ ତ୍ରିମୁଖୀ ଲଢ଼େଇ
Advertisement

Odisha Election 2024: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ହେବ ତ୍ରିମୁଖୀ ଲଢ଼େଇ

Odisha Election 2024: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବାକୁ ଯାଉଛି । ପାରଳା ନିର୍ବାଚନ ମଣ୍ଡଳୀରେ ଏଥରେ ଜନତା ଏଥର କାହାକୁ ବାଛିବେ ସେନେଇ ଦ୍ବନ୍ଦ ଲାଗି ରହିଛି।‌ ଚଳିତ ଥର ପାରଳାଖେମୁଣ୍ଡି ଆସନରୁ କଂଗ୍ରେସରୁ ଦଳର ପ୍ରମୁଖ ନେତା ବିଜୟ ପଟ୍ଟନାୟକ, ବିଜେପିରୁ ବିଧାୟକ କେ.ନାରାୟଣ ରାଓ ଓ ବିଜେଡିରୁ ଶିଳ୍ପପତି ଡଃ. ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ଏହି ୩ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୯୪୭୮୪ ଜଣ ଭୋଟର ରହିଥିବା ବେଳେ ଏହା ବ୍ରହ୍ମପୁର ଲୋକସଭା ଅଧିନରେ ରହିଛି । ଏହି ନିର୍ବାଚନ ମଣ୍ଡଳୀ ରେ ଅଧିନରେ ତିନୋଟି ପଞ୍ଚାୟତ ସମିତି ସହ ପାରଳାଖେମୁଣ୍ଡି (ପୌରପାଳିକା), କାଶିନଗର (ବିଜ୍ଞାପିତ ଅଞ୍ଚଳ) ରହିଛି।‌ ୨୦୦୦ରୁ ୨୦୦୪ ଓ ୨୦୦୪ରୁ ୨୦୦୯ ଯାଏଁ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ସପକ୍ଷରେ ହାୱା ରହିଥିଲା। ଏହି ଦୁଇ ନିର୍ବାଚନରେ ବିଭିନ୍ନ ସ୍ଥାନରେ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ପାରଳାଖେମୁଣ୍ଡିର ଭୋଟର ଏହି ସ୍ରୋତରେ ଭାସି ନଯାଇ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ। ଫଳରେ ୨୦୦୦ ଓ ୨୦୦୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରି କ୍ରମାଗତ ଦୁଇ ଥର ପାଇଁ ବିଜୟୀ ହୋଇଥିଲେ ।

୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ଗୁମ୍ମା ବ୍ଲକ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିଲା । ଏହି ବ୍ଲକକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିବାରୁ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁ ପୁଣି ଥରେ ବିଜୟୀ ହେବା ନିଶ୍ଚିତ ବୋଲି ସମସ୍ତେ ଆକଳନ କରୁଥିଲେ। ହେଲେ ଏଥିର ବାଜି ମାରି ନେଇଥିଲେ ବିଜେଡି ପ୍ରାର୍ଥୀ କେ. ନାରାୟଣ ରାଓ। ସେହିପରି ୨୦୧୪ ମସିହାରେ ଓଡିଶାରେ ବିଜେଡିର ହାୱା ରହିଥିବାରୁ ନାରାୟଣ ରାଓ ପୁଣିଥରେ ବିଧାୟକ ହେବା ନେଇ ଆକଳନ କରାଯାଉଥିଲା । କିନ୍ତୁ ଫଳ ତାର ଓଲଟା ହୋଇଥିଲା । ସେତେବେଳେ ସେନାରୁ ଅବସର ନେଇ କଂଗ୍ରେସର ପ୍ରାର୍ଥୀ ହୋଇଥିବା କେ. ସୁରିଆ ରାଓଙ୍କୁ ଜନତା ବିଜୟୀ ମୁକୁଟ ପିନ୍ଧାଇଥିଲେ। ବାରମ୍ବାର ଚକମା ଦେଉଥିବା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟର ୨୦୧୯ ନିର୍ବାଚନରେ ମଧ୍ୟ ସେହି ସମାନ କଥା ଦୋହରାଇ ଥିଲେ। ଏଠାରେ ବିଜେପିର ସେଭଳି କୌଣସି ଭୋଟ ବ୍ୟାଙ୍କ ନଥିବାରୁ କେହି ଲଢିବା ପାଇଁ ଆଗ୍ରହ ପ୍ରକାଶ କରୁନଥିଲେ। ୨୦୧୯ରେ ବିଜେଡିରୁ କେ. ନାରାୟଣ ରାଓ ଓ କଂଗ୍ରେସରୁ କେ. ସୁରିଆ ରାଓ ଓ ଶିଳ୍ପପତି ତିରୁପତି ପାଣିଗ୍ରାହୀ ଆଶାୟୀ ରହିଥିଲେ। ଶେଷ ମୁହୂର୍ତ୍ତରେ ବିଜେଡି ଟିକଟ ନଦେବାରୁ ଦଳ ଛାଡି କେ.ନାରାୟଣ ରାଓ ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇ ତିରୁପତି ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ।

ଗତ ନିର୍ବାଚନରେ ପାରଳା ରାଜବଂଶର ଦାୟାଦ କଲ୍ୟାଣୀ ଗଜପତିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୁଣି ଥରେ କେ. ସୁରିଆ ରାଓଙ୍କ ଉପରେ ଭରସା କରିଥିଲା। କିନ୍ତୁ ସମସ୍ତଙ୍କୁ ଚକମା ଦେଇ ଏଠିକାର ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଫଳସ୍ୱରୂପ ୨୦୧୯ରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ଦ୍ଵିତୀୟ ସ୍ଥାନରେ ରହିଥିଲେ । ୨୦୧୯ ନିର୍ବାଚନ ପରେ ତିରୁପତି ବିଜେଡିରେ ସାମିଲ ହୋଇଥିବା ବେଳେ କେ.ସୁରିଆ ରାଓ ଦଳରୁ ଇସ୍ତଫା ଦେଇ ବସିଯାଇଥିଲେ । ଫଳରେ କଂଗ୍ରେସର ସ୍ଥିତି ସଂପୂର୍ଣ୍ଣ ଭାବେ ଦୋହଲି ଯାଇଥିଲା । କିଛି ଦିନ ତଳେ ପୂର୍ବତନ ବିଧାୟକ କେ. ସୁରିଆ ରାଓ ବିଜେଡିରେ ସାମିଲ ହୋଇଛନ୍ତି । ଏକ ବର୍ଷ ହେଲା କଂଗ୍ରେସର ମଙ୍ଗ ଧରିଥିବା ବିଜୟ ପଟ୍ଟନାୟକ ସଂଗଠନ ସଜାଡିବା ଆରମ୍ଭ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ବିଜେଡି ଓ ବିଜେପି ଭଳି ଏଥର କଂଗ୍ରେସ ମଧ୍ୟ ଦୁଇ ଦଳକୁ ଟକ୍କର ଦେବା ସ୍ଥିତିକୁ ଆସିଯାଇଛି।