କର୍ମଚାରୀଙ୍କ ପାଇଁ ଦମଦାର ଅଫର, ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା...
Advertisement
Article Detail0/zeeodisha/odisha2110328

କର୍ମଚାରୀଙ୍କ ପାଇଁ ଦମଦାର ଅଫର, ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା...

Booyoung Group: ଦକ୍ଷିଣ କୋରିଆର ଏକ ନିର୍ମାଣକାରୀ କମ୍ପାନୀକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ବୋଇଉଙ୍ଗ୍ ଗ୍ରୁପ୍ ବହୁତ ଭଲ ଅଫର୍ ଆଣିଛି । ଏହାର କର୍ମଚାରୀମାନଙ୍କୁ ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ମିଲିୟନ୍ ୱନ୍ (S $ 101,000) ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରୁଛି ।

କର୍ମଚାରୀଙ୍କ ପାଇଁ ଦମଦାର ଅଫର, ପିଲା ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା...

Booyoung Group: ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ସମସ୍ୟା ରହିଛି । କେତେକ ଦେଶରେ ଅର୍ଥନୈତିକ ସ୍ଥିତି ଖରାପ ପୁଣି ଆଉ କିଛି ଦେଶରେ ସମ୍ୱଳ ତୁଳନାରେ ଜନସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ବି ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠାରେ କମ୍ ଜନ୍ମ ହାର ଏକ ସମସ୍ୟା ହୋଇ ରହିଛି। ଏପରି ଏକ ଦେଶ ମଧ୍ୟରେ ରହିଛି ଦକ୍ଷିଣ କୋରିଆ । ଏଠାରେ ସନ୍ତାନ ଜନ୍ମ ହାର ବୃଦ୍ଧି କରିବା ପାଇଁ ନୂତନ ଯୋଜନା ଅଣାଯାଇଛି ।

୨୦୨୧ ପରେ ଜନ୍ମ ହୋଇଥିବା ପ୍ରତି ପିଲାଙ୍କ ପାଇଁ ଆର୍ଥିକ ସହାୟତା
ଦକ୍ଷିଣ କୋରିଆର ଏକ ନିର୍ମାଣକାରୀ କମ୍ପାନୀ ବୋଇଙ୍ଗ ଗ୍ରୁପ୍ ନିଜ କର୍ମଚାରୀଙ୍କୁ ଏକ ବହୁତ ଭଲ ଅଫର ଦେଉଛି । ବୋଇଙ୍ଗ ଗ୍ରୁପ୍ କର୍ମଚାରୀମାନଙ୍କୁ ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ମିଲିୟନ୍ ୱନ୍ (S $ 101,000) ତଥା ଭାରତୀୟ ମୁଦ୍ରାରେ ୬୨.୧୨ ଲକ୍ଷ ଟଙ୍କା ପ୍ରଦାନ କରୁଛି । କମ୍ପାନୀର ସିଇଓ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କମ୍ ଜନ୍ମ ହାର ରହିଛି ଏବଂ ଏହାକୁ ବଢାଇବା ପାଇଁ ଏପରି ପଦକ୍ଷପ ନିଆଯାଇଛି ।

ମିଳୁଥିବା ଟଙ୍କାରେ କର୍ମଚାରୀ ଏବଂ ସେମାନଙ୍କର ନୂଆ ପରିବାର ସଦସ୍ୟଙ୍କ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ପ୍ରଦାନ କରାଯାଉଛି । ଫେବୃଆରୀ ୫ରେ ହୋଇଥିବା ଏକ ବୈଠକରେ ବୁୟୋଙ୍ଗ୍ ଗ୍ରୁପ୍ ଚେୟାରମ୍ୟାନ୍ ଲି ଜୋଙ୍ଗ-କ୍ୟୁନ୍ କହିଛନ୍ତି ଯେ, ୨୦୨୧ ପରେ ଜନ୍ମ ହୋଇଥିବା ପ୍ରତ୍ୟେକ ପିଲାଙ୍କ ପାଇଁ କମ୍ପାନୀ ପକ୍ଷରୁ ୧୦୦ ମିଲିୟନ୍ ୱନ୍ (S $ 101,000) ପ୍ରଦାନ କରାଯିବ ।

କୋରିଆ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ କେବଳ ୭୦ କର୍ମଚାରୀଙ୍କୁ ଏଥିପାଇଁ ଯୋଗ୍ୟ ବିବେଚିତ କରାଯାଇଛି । ଯେଉଁଥିପାଇଁ କମ୍ପାନୀକୁ ସମୁଦାୟ ୭ ବିଲିୟନ ୱନ୍ ($ 7.08 ମିଲିୟନ୍) ଖର୍ଚ୍ଚ ବହନ କରିବାକୁ ପଡିବ । ଭବିଷ୍ୟତରେ ମଧ୍ୟ କମ୍ପାନୀ ପକ୍ଷରୁ ଏହି ଅଫର ଜାରି ରହିବ ବୋଲି ସୂଚନା ମିଳିଛି । ଲି ଚେତାବନୀ ଦେଇଛନ୍ତି ଯେ, ଯେଉଁପରି ଭାବରେ ବର୍ତ୍ତମାନ ଜନ୍ମ ହାର ହ୍ରାସ ପାଉଛି, ତେବେ ଦେଶ ୨୦ ବର୍ଷ ମଧ୍ୟରେ ଜାତୀୟ ଅସ୍ତିତ୍ୱର ସଙ୍କଟ ଦେଇ ଗତି କରିବ। ତେଣୁ ଆମେ ଏକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ।

ଦକ୍ଷିଣ କୋରିଆରେ ଜନ୍ମ ହାର ହ୍ରାସ ପାଇବା ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଜାନୁଆରୀରେ ପ୍ରସବ କରିଥିବା ଜଣେ ମାତ୍ର କର୍ମଚାରୀ ଏହି ନୀତି ପାଇଁ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ପିଲାଟିଏ ଜନ୍ମ କରିବା ପରେ ତାକୁ ପାଳନ କରିବାକୁ ଟଙ୍କାର ଆବଶ୍ୟକତା ପଡିଥାଏ । ତେଣୁ ଏହି ଆର୍ଥିକ ସହାୟତା ସମସ୍ତଙ୍କ ପାଇଁ ସହାୟକ ହେବ । ଏବେ ସେ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରିବେ ବୋଲି ସେ କହିଛନ୍ତି । କୋରିଆ ଜୋଙ୍ଗ ଆଙ୍ଗ ଡେଲିର ଏକ ରିପୋର୍ଟ ଅନୁଯାୟୀ, ବୋଇଙ୍ଗର ଜଣେ ଅଧିକାରୀ କହିଛନ୍ତି ଯେ, ଲି ଏକ ସମୟରେ ରିପବ୍ଲିକ୍ ଅଫ୍ କୋରିଆ ବାୟୁସେନା ଇଣ୍ଟରନେଟ୍ ସୋସାଇଟିର ସଭାପତି ଭାବରେ କାର୍ଯ୍ୟ କରନ୍ତି। ଦକ୍ଷିଣ କୋରିଆରେ ଜନ୍ମ ହ୍ରାସକୁ ନେଇ ଲି 'ଗଭୀର ଭାବେ ଚିନ୍ତିତ' । ତେବେ, ୨୦୨୨ ରେ କେବଳ ୨୫୦,୦୦୦ ନବଜାତ ଶିଶୁ ଜନ୍ମ ହୋଇଥିଲେ ବୋଲି ସୂଚନା ରହିଛି । ଏକ ଯୋଜନା ଅଧୀନରେ ଯେଉଁମାନଙ୍କର ତିନିରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ସ୍ଥାୟୀ ଭଡା ଘର ଯୋଗାଇ ଦିଆଯାଉଛି। ଏଥିସହ, ସନ୍ତାନ ପ୍ରସବ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଲି ଟିକସମୁକ୍ତ ଦାନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି । ଦାତାମାନେ ଉଭୟ ଆୟ ଏବଂ କର୍ପୋରେଟ୍ ଟ୍ୟାକ୍ସ ପାଇଁ ଦେଇଥିବା ଟଙ୍କାରେ ଟିକସ ରିହାତି ପାଇପାରିବେ । ଜାନୁଆରୀ ୧, ୨୦୨୧ ପରେ ଜନ୍ମ ହୋଇଥିବା ଶିଶୁ ପାଇଁ ଯଦି କୌଣସି ବ୍ୟକ୍ତି କିମ୍ବା ନିଗମ ତିନି ବର୍ଷ ମଧ୍ୟରେ ୧୦୦ ମିଲିୟନ୍ ୱନ୍ ଦାନ କରନ୍ତି, ତେବେ ମିଳୁଥିବା ସହାୟତା ରାଶି ଟିକସମୁକ୍ତ ହେବ । ଦାତା ମଧ୍ୟ ଦାନ ପରିମାଣ ପାଇଁ ଆୟ ଏବଂ କର୍ପୋରେଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବେ ବୋଲି ପ୍ରସ୍ତାବ ଦିଆଯାଇଛି ବୋଲି କୁହାଯାଇଛି ।

Also Read- ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

Also Read- କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !