ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର
Advertisement

ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

Mamata Scheme: ପୂର୍ବରୁ ୫ ହଜାର ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କା ମିଳିବ । ଆଉ ଏକ ଖୁସି ଖବର ଏହା ଯେ, ଏହି ସହାୟତା ରାଶି ପିଛିଲା ଭାବରେ ୨୦୨୩ ଅଗଷ୍ଟରୁ ଲାଗୁ ହୋଇଛି । ସମସ୍ତ ହିତାଧିକାରୀଙ୍କୁ ନୂଆ ନିୟମ ଅନୁଯାୟୀ ସହାୟତା ରାଶି ମିଳିବ ।

ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦ୍ୱିଗୁଣିତ କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କା ମିଳିବ । ଆଉ ଏକ ଖୁସି ଖବର ଏହା ଯେ, ଏହି ସହାୟତା ରାଶି ପିଛିଲା ଭାବରେ ୨୦୨୩ ଅଗଷ୍ଟରୁ ଲାଗୁ ହୋଇଛି । ସମସ୍ତ ହିତାଧିକାରୀଙ୍କୁ ନୂଆ ନିୟମ ଅନୁଯାୟୀ ସହାୟତା ରାଶି ମିଳିବ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ୨ଟି କିସ୍ତିରେ ରାଶି ଦିଆଯାଉଥିଲା ସେହି ନିୟମ ଅନୁଯାୟୀ ୧୦ ହଜାର ଟଙ୍କା ପ୍ରଦାନ କରାଯିବ କିନ୍ତୁ ପ୍ରଥମ କିସ୍ତିରେ ୬ ହଜାର ଆଉ ଦ୍ୱିତୀୟ କିସ୍ତିରେ ୪ ହଜାର ଟଙ୍କା ଗର୍ଭବତୀ ମହିଳାଙ୍କୁ ମିଳିବ । ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଟଙ୍କା ହିତାଧିକାରୀଙ୍କୁ ମିଳିବ । ଆପଣଙ୍କୁ କହିରଖୁଛୁ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମମତା ଯୋଜନା ୨୦୧୧ ମସିହାରୁ ଆରମ୍ଭ କରାଯାଇଥିଲା । ମାତୃ ଏବଂ ଶିଶୁ ମୃତ୍ୟୁହାର କମାଇବା ଏବଂ ମାଆମାନଙ୍କୁ ସଠିକ ପୋଷଣ ମିଳିବା ପାଇଁ ମମତା ଯୋଜନା ସାହାଯ୍ୟ କରିବ ବୋଲି କୁହାଯାଇଥିଲା । ଏହି ଯୋଜନାରେ ୧୯ ବର୍ଷରୁ ଅଧିକ ବୟସର ଗର୍ଭବତୀ ମହିଳାଙ୍କୁ ସାମିଲ୍ କରାଯାଇ ସେମାନଙ୍କ ଦୁଇଟି ସନ୍ତାନ ପର୍ଯ୍ୟନ୍ତ ଏହି ସହାୟତା ମିଳିବ ବୋଲି ନିୟମ ରହିଛି । ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ପଠାଯାଇଥାଏ ।

Also Read- କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ !

Also Read- Electricity Bill: ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଖସିଲା ବିଜୁଳି ଦର